ଦଶପଲ୍ଲା:- ନୟାଗଡ ଜ଼ିଲ୍ଲା ଦଶପଲ୍ଲା ବ୍ଲକ ଵାଣିଗୋଚ୍ଛା ଥାନା ବିଡାପାଜୁ ଗ୍ରାମରେ ଦେଖା ଦେଇଛି ଏହି ଅଘଟଣ । ସନ୍ଦ୍ୟା ସାଢେ ପାଞ୍ଚଟା ବେଳେ ହରିଶ୍ଚନ୍ଦ୍ର ବାଘଙ୍କ ପୁଅ ଅର୍ଜୁନ ବାଘ ନିଜ ସ୍ତ୍ରୀ ଧରିତ୍ରୀ ବାଘ କୁ ଏକ ଧାରୁଆ ଟାଙ୍ଗିଆ ରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ସ୍ତ୍ରୀ ର ମୁଣ୍ଡକୁ ଏକ ବ୍ୟାଗ ସାହାଯ୍ୟ ରେ ଧରି ଵାଣିଗୋଚ୍ଛା ଥାନାରେ ଆତ୍ମ ସମର୍ପଣ କରିଛି।ପତ୍ନୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିବା ଘଟଣା ପରେ ବାଣୀଗୋଛା ପୋଲିସ୍ ଅର୍ଜ୍ଜୁନକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି।
ଅର୍ଜୁନ ଓ ଧରିତ୍ରୀ ର ଦୁଇ ଗୋଟି ଶିଶୁପୁତ୍ର ଅଟନ୍ତି।ଜଣେ ୪ ବର୍ଷ ର ଏବଂ ଅନ୍ୟ ଜଣେ ୩ ମାସର କମଳ ମତି ଶିଶୁ।ନିଷ୍ଠୁର ଭାବେ ସବୁକିଛି ଭୂଲି ନିର୍ମମ ଭାବେ ନିଜ ସ୍ତ୍ରୀ କୁ ହତ୍ୟା କରିଦେଇଛି। ଯାହାକି ସେହି ଅଞ୍ଚଳରେ ଏକ ଚର୍ଚାରବିଷୟ ହୋଇ ପଡିଛି । ସ୍ତ୍ରୀ ର ପରକ୍ରିୟା ପର ପ୍ରୀତିକୁ ସଂନ୍ଦେହକରି ହତ୍ୟା କରିଥିବା ଅଥବା କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେଥିନେଇ ପୋଲିସ୍ ପକ୍ଷରୁ ତଦନ୍ତ ଜାରି ରହିଛି।