କୋରାପୁଟ: ଛାତ୍ର ସମୟ ନିଜ ଭବିଷ୍ୟତ ଗଠନ କରିବାର ସମୟ। ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି ବୋଲି ଶନିବାର ୫-ଟି ତଥା ଯୁବ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ କାର୍ତୀକ ପାଣ୍ଡିଆନ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡିଆରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀ ସମାରୋହରେ ଉପସ୍ଥିତ ଥିବାବେଳେ ୫-ଟି ଅଧ୍ୟକ୍ଷ ଷ୍ଟେଜ୍ ଉପରକୁ ଯିବା ମାତ୍ରେ ସମବେତ ସ୍ୱରରେ ଯୁବ ଓଡିଶା ନବୀନ ଓଡିଶା ସ୍ୱରରେ ସଭାସ୍ଥଳ କମ୍ପି ଉଠିଥିଲା ଏବଂ ହଜାର ହଜାର ଛାତ୍ରଛାତ୍ରୀ ସେମାନଙ୍କ ମୋବାଇଲ ଫୋନର ଟର୍ଚ୍ଚ ଜଳାଇ ସ୍ୱାଗତ କରିଥିଲେ । ସମାବେଶରେ ଉଦବୋଧନ ଦେଇ ଶ୍ରୀ ପାଣ୍ଡିଆନ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ ଯୁକ୍ତ ୨ ଏବଂ ଯୁକ୍ତ ୩ ଶିକ୍ଷା ସମୟ ବହୁ ଗୁରୁତ୍ୱ ଅଟେ,ଏହି ସମସୟ ସେମାନେ ନିଜ ଭବିଷ୍ୟତ ଗଠନ କରିବାର ସମୟ,ତେଣୁ ସେମାନେ ଚାହିଁଲେ ସୁନ୍ଦର ଭବିଷ୍ୟତ ଗଠନ କରି ଜୀବନରେ ସଫଳତା ହାସଲ କରି ପାରିବେ କିନ୍ତୁ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି ବୋଲି ୫-ଟି ଅଧ୍ୟକ୍ଷ ବକ୍ତବ୍ୟ ରଖିବା ସହ ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ୱବିକ୍ଷାତ କ୍ରିକେଟର ସଚିନ ତେନ୍ଦୁଲକର ଓ ସୁପରଷ୍ଟାର ଶାହରୁଖ ଖାନଙ୍କ ଉଦାହରଣ ଦେଇଥିଲେ । କୌଣସି ଏକ କାର୍ଯ୍ୟକ୍ରମରେ ସେ ତେନ୍ଦୁଲକର ଓ ଶାହରୁଖଙ୍କୁ ସେମାନଙ୍କ ସଫଳତାର ମୂଳମନ୍ତ୍ର ବିଷୟରେ ପଚାରିବାକୁ ଉଭୟେ ସମାନ ଉତର ଦେଇ କଠିନ ପରିଶ୍ରମରେ ସଫଳତା ମିଳେ ବୋଲି କହିଥିବା ଶ୍ରୀ ପାଣ୍ଡିଆନ କହିଥିଲେ । ଶିକ୍ଷା କ୍ଷେତ୍ରରେ ରୂପାନ୍ତରିକରଣ ବୈପ୍ଲବୀକ ପରିବର୍ତନ ଆଣିଛି,ରାଜ୍ୟର ପ୍ରାୟ ସମସ୍ତ ହାଇସ୍କୁଲ ରୂପାନ୍ତରୀକରଣ ହୋଇ ସାରିଲାଣି,ବର୍ତମାନ ରାଜ୍ୟର ମାଧ୍ୟମିକ ଓ ଡିଗ୍ରୀ କଲେଜ ଗୁଡିକୁ ରୂପାନ୍ତରିକରଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ ଆରମ୍ଭ କରିଛନ୍ତି ।
ରୂପାନ୍ତରିକରଣ ହେବା ଦ୍ୱାରା ଉପାନ୍ତ ଅଂଚଳର ପିଲା ମଧ୍ୟ ବଡ ସହରର କଲେଜରେ ମିଳୁଥିବା ସମସ୍ତ ସୁବିଧା ପାଇବ ତେଣୁ ଖୁବ୍ ଶିଘ୍ର ମାଧ୍ୟମିକ ଓ ଡିଗ୍ରୀ କଲେଜର ରୂପାନ୍ତରିକରଣ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେବା ସହ କୋରାପୁଟ ଜିଲ୍ଲାର ୨୯ଟି କଲେଜର ରୂପାନ୍ତରିକରଣ ନିମନ୍ତେ ୨୮ କୋଟି ଟଙ୍କା ଅନୁଦାନ ଦିଆ ଯାଇଥିବା ପ୍ରକାଶ କରିଥିଲେ । ଛାତ୍ରଛାତ୍ରୀ ପାଠ ପଢା ବ୍ୟତୀତ ସେମାନଙ୍କ ନିକଟରେ ଥିବା ଲୁକାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାକୁ ପଡିବ,ପ୍ରତ୍ୟେକ ବ୍ୟକ୍ତି ନିକଟରେ କିଛି ସ୍ୱତନ୍ତ୍ର କଳା ଥାଏ,ତେଣୁ ପାଠ ସହ କ୍ରୀଡା,ନୃତ୍ୟ,ସଂଗୀତ ଭଳି କିଛି ଏକ୍ସଟ୍ରା କୋକୋରିକୁଲାର ଏକ୍ଟିଭିଟିଜ୍ ମଧ୍ୟ ପିଲା ମାନେ ଶିଖିବା ଆବଶ୍ୟକ ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରିଥିବା ୫-ଟି ଅଧ୍ୟକ୍ଷ ମତବ୍ୟକ୍ତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲାକୁ ବହୁତ ଭଲ ପାଆନ୍ତି ,କୋରାପୁଟ ପାଇଁ ତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି । ତେଣୁ ସେ କୋରାପୁଟରେ ମେଡିକାଲ କଲେଜ,ଜୟପୁର ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ଏହି ଅଂଚଳର ପିଲା ମାନଙ୍କୁ ଉଚ ଶିକ୍ଷାର ସୁବିଧା ଦେଇଛନ୍ତି । ଅନ୍ୟ ପକ୍ଷରେ ସରକାରୀ କଲେଜ ପ୍ରତି ପିଲା ମାନଙ୍କ ଆଗ୍ରହ ବଢାଇବାକୁ ଭାରତରେ ପ୍ରଥମ ଥର ପାଇଁ ସରକାରୀ ସ୍କଲର ପିଲା ମାନଙ୍କୁ ଡାକ୍ତରୀ ଓ ଇଂଜିନିଅର କଲେଜରେ ୧୫ ପ୍ରତିଶତ ସିଟ୍ ସଂରକ୍ଷଣ ରଖିବା ବ୍ୟବସ୍ଥା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ,ତେଣୁ ସରକାରୀ ସ୍କୁଲ କଲେଜରେ ପଢି ମଧ୍ୟ ପିଲା ଆଇ ଏ ଏସ,ଆଇପିଏସ କିମ୍ବା ଡାକ୍ତର,ଇଂଜିନିଅର ଓ ବୈଜ୍ଞାନିକ ହୋଇ ପାରିବେ ବୋଲି ଶ୍ରୀ ପାଣ୍ଡିଆନ ବକ୍ତବ୍ୟ ରଖିଥିଲେ । ନିଜ ବକ୍ତବ୍ୟ ଶେଷ କରିବା ପରେ ଯୁବ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ମଂଚ ତଳକୁ ଆସି ଛାତ୍ରଛାତ୍ରୀ ମାନଙ୍କ ସହ ହାତ ମିଳାଇ ନିଜ ମୋବାଇଲ ଫୋନରେ ସେଲ୍ଫି ନେଇଥିଲେ । ୫-ଟି ଅଧ୍ୟକ୍ଷଙ୍କ ସହ ହାତ ମିଳାଇବା ଓ ସେଲ୍ଫି ନେବା ନିମନ୍ତେ ଏକ ପ୍ରକାର ପ୍ରତିଯୋଗିତା ପରିସ୍ଥିତି ସୃଷ୍ଟି ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗି ମାନଙ୍କୁ ପୁରଷ୍କୃତ କରା ଯାଇଥିଲା ।
କୋରାପୁଟରୁ ମନୋଜ କୁମାର ମୁଦୁଲି