ହାଟଡିହି ଗାଁ ରାସ୍ତା ନିର୍ମାଣ କରିବାକୁ ଠିକାଦାର ଖୋଳିଦେଲା ପାଇପ। ଗାଁ କୁ ଯାଉଥିବା ପିଇବା ପାଣି ବନ୍ଦ ହୋଇଗଲା। ଦିନେ ନୁଁହ କି ଦୁଇଦିନ ନୁଁହ ଦୀର୍ଘ ୮ମାସ ହେଲା ପାନୀୟଜଳ ଟିକେ ପାଇବା ପାଇଁ ଗାଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସାଳନ୍ଦୀ ନଦୀର ଦୂଷିତ ଜଳକୁ ବ୍ୟବହାର କରି ନାନା ରୋଗରେ ପଡ଼ୁଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ବାଲିବରେଇ ଗ୍ରାମରେ । ପ୍ରତି ଗାଁକୁ ବସୁଧା ଯୋଜନାରେ ପାନୀୟଜଳ ଯୋଗାଇଦେବାକୁ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ହେଲେ ଏହି ଗାଁର ଲୋକମାନେ ପାନୀୟଜଳ ଟିକେ ପାଇଁ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କିଛି ପ୍ରତିକାର ହୋଇପାରିନି। ଯାହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେବା ସହିତ ଗାଁ ର ମହିଳାମାନେ ବାଲିବରେଇ – ପଢ଼ିଆରି ପଲ୍ଲୀ ରାସ୍ତା ଅବରୋଧ କରି ରାସ୍ତାରେ ବସି ରହିଛନ୍ତି। ଏମାନଙ୍କ ମଧ୍ୟରେ କନକ ବେହେରା, ରମଣି ବିଶ୍ଵାଳ, ସୁକାନ୍ତି ମଲ୍ଲିକ, ପୂର୍ଣ୍ଣିମା ଦିଅ, ପ୍ରମିଳା ଦିଅ, ଜୟନ୍ତୀ ରାଉତ, ତିଳୋତ୍ତମା ରାଉତ, ଶିକ୍ଷା ସାହୁ, ଅନ୍ନପୂର୍ଣ୍ଣା ରାଉତ, ରଞ୍ଜିତା ପରିଡ଼ା, ପୁଷ୍ପଲତା ସାମଲ, ବାସନ୍ତୀ ସାହୁ, ପ୍ରଭାତୀ ସାହୁ, ଉର୍ମିଳା ସାହୁ, ସୀତା ମାଝୀ, ପୁଷ୍ପଲତା ସାମଲ, କନକ ଲତା ବିଶ୍ଵାଳଙ୍କ ଭଳି ଅନେକ ମହିଳା ଯୋଗ ଦେଇ ବିକ୍ଷୋପ କରି ଥିଲେ ।