ହାଟଡିହି କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳ ମଧ୍ୟରେ ହାଟଡ଼ିହି ବ୍ଲକର ସାଳନ୍ଦୀ ହବଗତ ଡ୍ୟାମ ପର୍ଯ୍ୟଟକଙ୍କୁ ବହୁଳ ଭାବେ ଆକୃଷ୍ଟ କରିଥାଏ। ଏଥିପାଇଁ ପ୍ରତିବର୍ଷ ନଭେମ୍ବର ମାସ ଠାରୁ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଡ୍ୟାମ ପରିସରରେ ପର୍ଯ୍ୟଟକଙ୍କ ଗହଳଚହଳ ଲାଗି ରହିଥାଏ । ସାଳନ୍ଦୀ ନଦୀର ଡ୍ୟାମର ତିନି ପାର୍ଶ୍ ପାହାଡ଼ ପରିବେଷ୍ଟିତ ରହିଛି। ପାହାଡ଼ର ସୌନ୍ଦର୍ଯ୍ୟ ସାଙ୍ଗକୁ ଡ୍ୟାମର ନୀଳ ଜଳରାଶି ଏହାର ସୌନ୍ଦର୍ଯ୍ୟକୁ ନିଗୁଣିତ କରିଥାଏ I ଏହାଛଡ଼ା ଡ୍ୟାମରେ ସୃଷ୍ଟି ହେଉଥିବା ଢ଼େଉ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାକାର ପରିବେଶ ଅତ୍ୟନ୍ତ ମ ନଲୋଭା ହୋଇଥିବାରୁ ଏହା ବିଭିନ୍ନ ଜିଲାରୁ ଆସିଥିବାପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ରଖୁଥାଏ।
ସେହିପରି ଏଠାରେ ଦୂରଦୂରାନ୍ତରୁ ଆସିଥିବା ଛାତ୍ରଛାତ୍ରୀଙ୍କ ବଣଭୋଜିର ଆସର ମେଲିଥାଏ । ଶହଶହ ଦଳ ବଣଭୋଜି କରିବାକୁ ଯାଉଥିବାରୁ ସେ ଅଞ୍ଚଳ ବେଶ ଚଳଚଞ୍ଚଳ ହୋଇପଡ଼ିଥାଏ। ସାଳନ୍ଦୀ ହ ଦ ଗଡ଼ ଡ୍ୟାମରେ କିଛି ଗେଟରେ ପାଣି ଛଡ଼ା ଯିବା ସମୟରେ ତାର ସୌନ୍ଦର୍ଯ୍ୟ ଅଧୂକ ମନୋରମା ହୋଇଥାଏ। ସେହି ଡ୍ୟାମର ଦୁଇ ପାର୍ଶ୍ଵରେ ବଣଭୋଜିର ଆସର ମେଲିଥାଏ। ନଦୀ ମଝିରେ ଥିବା ପଥର ଦେଇ ପାଣି ଯାଉଥିବାରୁ ତାର କଳଜଳ ଶବ୍ଦ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଠାରେ ମଧ୍ୟ କେତେକ ପର୍ଯ୍ୟଟକ ନଦୀ ଗାଧୋଇ ମଜା ଉଠାଇଥାନ୍ତି । ହଦଗଡ଼ ଡ୍ୟାମ ପାଖକୁ ଯିବା ପୂର୍ବରୁ ଦୁଇ କିମିରୁ ଊର୍ଦ୍ଧ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଜଙ୍ଗଳରେ ଯିବାକୁ ପଡ଼ୁଥିବାରୁ ରାସ୍ତାର ଦୁଇ ପାର୍ଶ୍ଵରେ ଜଙ୍ଗଲ ଏବଂ ଶାଳ ଗଛର ସୌନ୍ଦର୍ଯ୍ୟକୁ ବିଭିନ୍ନ ଜିଲାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆନନ୍ଦ ଦେଇଥାଏ। ହଦଗଡ଼ ଯୁବକ ସଂଘ ପକ୍ଷରୁ ପର୍ଯ୍ୟଟକ ଓ ପିକ୍ନିକ୍ ପାର୍ଟିର ଲୋକଙ୍କୁ ସହଯୋଗ କରାଯାଇଥାଏ। ଏହାଛଡ଼ା ସେମାନେ ଧରି ଆସୁଥିବା ଦୁଇ ଚକିଆ, ୪ ଚକିଆ ଓ ୬ ଚକିଆ ଗାଡ଼ି ଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାନ୍ତି । ବଉଳା ଫାଣ୍ଡି ଅଧିକାରୀ ଏବଂ କନେଷ୍ଟବଳ ଏହି ଅଞ୍ଚଳରେ ଉପସ୍ଥିତ ରହି ଆସାମାଜିକ ଯୁବକଙ୍କ ପ୍ରତି ଦୃଷ୍ଟି ରଖୁଥାନ୍ତି । କହିବାକୁ ଗଲେ, ଏଠା କାର ମନୋରମ ଅତୀବ ମନୋରମ।