କଣ୍ଟାବାଞ୍ଜି ; ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଧିନସ୍ଥ ସିନ୍ଧେକେଲା ଥାନାର ଦେଡ଼ଗାଁରେ ଗତ ଗୁରୁବାର ଅଧରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିବା ବିଫଳ ହୋଇଛି ସିନ୍ଧେକେଲା ପୁଲିସ, ସୂଚନା ଯୋଗ୍ୟ ଯେ ସଂଘ ବଧ ଭାବରେ ଆକ୍ରମଣ କରି ଅଧରାତିରେ ହତ୍ୟା ଘଟାଇ ରୁଖାଡ଼ ଥପା ( ୩୪) ଙ୍କୁ ଯୋଜନା ବଧ ଭାବରେ ହତ୍ୟା କରା ଯାଇଥିବା ବେଳେ, ଏହି ହତ୍ୟାର ମୁଖ୍ୟ କାରଣ ପ୍ରେମ ହିଁ ମୁଖ୍ୟ କାରଣ ବୋଲି ଅଭିଯୋଗ କରିଛନ୍ତି ମୃତ ରୁଖାଡ଼ଙ୍କ ସ୍ତ୍ରୀ ରୁଖ ଥପା, ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭାଇ ବହୁ ଜୟନ୍ତୀ ଥପା ତାଙ୍କ ପ୍ରେମିକଙ୍କ ସହ ଯୋଜନା ପ୍ରସ୍ତୁତ କରିଥିଲେ
ପ୍ରଥମେ ଓ ତାଙ୍କର ପ୍ରେମିକ ଓ ସହଯୋଗୀ ମାନଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ପ୍ରକାଶ, ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ଭାଇ ବହୁ ଜୟନ୍ତୀଙ୍କ ସ୍ୱାମୀ ଗତ ବର୍ଷ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଲା ପରେ ସ୍ୱାମୀ ମୃତ୍ୟୁ ପରେ ଏକାକି ହୋଇ ଯାଇଥିଲେ ଜୟନ୍ତୀ ନିଜ ଜବାନି ବୟସରେ କି ଭଳି ରହିବେ ଏକା ସେଥି ପାଇଁ ଆଉ ଗୋଟିଏ ଜୀବନ ସାଥି ଖୋଜିବାକୁ ଲାଗିଲେ ଯାହା ସଫଳ ମଧ୍ୟ ହେଲା କିନ୍ତୁ ବେଶି ଦିନ ତିଷ୍ଟି ପାରିନଥିଲା ତାଙ୍କ ପ୍ରେମ ସମ୍ପର୍କ, ଜୟନ୍ତୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ମୃତ ଦେଢ଼ଶୁର ରୁଖାଡ଼ ଥପା ଯାହାକୁ ନେଇ ହତ୍ୟା କରିବାରେ ପଛାଇନଥିଲେ ଭାଇ ବହୁ ଜୟନ୍ତୀ, କୌଣସି ମୋତେ ସମସ୍ତ କଥା ଜାଣି ପାରିଥିଲେ ହେଲେ ପ୍ରେମରେ ଅନ୍ଧ ପାଗଳ ହୋଇଯାଇ ଜୟନ୍ତୀ କେତେ ଯେ ସ୍ୱପ୍ନ ଦେଖିଥିଲେ ଜହ୍ନ ରାଇଜରେ ଜାଗା କିଣିବା ପାଇଁ, ବରଫରେ ଘର ତୋଳିବା ପାଇଁ ହେଲେ କଣ୍ଟା ସାଜିଥିବା ଦେଢ଼ ସୁରକୁ ରାସ୍ତାରୁ ସଫା କରିବା ପାଇଁ ପ୍ରେମିକ ସହ ମିଶି ରହିଥିଲେ ଷଡ଼ଯନ୍ତ୍ର ଓ କିଛି ପଇସାର ଲାଳସା ଦେଇ ସିନ୍ଧେକେଲା ଅଞ୍ଚଳରୁ କିଛି ଯୁବକଙ୍କୁ ଡ଼ାକି ଯୋଜନାକୁ ଦେଇଥିଲେ
ଇଞ୍ଜାମ, ହତ୍ୟା କରିବା ପରେ ସବୁ ଜାଣିଶୁଣି ନଜାଣିଲା ପରି ଅଭିନୟ କରିଥିଲେ । ଏବେ ରୁଖାଡ଼ଙ୍କ ସ୍ତ୍ରୀ ରୁଖ ଥପା ଓ ଦୁଇ ପୁଅଙ୍କ ଭବିଷ୍ୟତ ଅନ୍ଧକାର ପରିବାରକୁ ଭରଣ ପୋଷଣ କରିବ କିଏ ତେବେ ରୁଖ ସରକାର ପାଖରେ ଦାବି କରିଛନ୍ତି ଯେ ସ୍ୱାମୀଙ୍କ ହତ୍ୟା କାରୀଙ୍କୁ ଫାଶୀଦଣ୍ଡ ମିଳୁ ଓ ମୋତେ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି । ତେବେ ଜୟନ୍ତୀ ଥପାଙ୍କ ପ୍ରେମିକା କିଏ ହତ୍ୟାରେ କେଉଁ ମାନେ ସାମିଲ ଅଛନ୍ତି ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ରୁଖ ଥପା ଏ ପର୍ଯ୍ୟନ୍ତ ଗୋଟିଏ ହତ୍ୟା କାରି ସିନ୍ଧେକେଲା ହାଟପଡ଼ାର ରୁପେଶ ଛୁରା ( ୧୯ )କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ମାନଙ୍କୁ କେବେ କାବୁ କରିବାରେ ସଫଳ ହୋଇଛି ସିନ୍ଧେକେଲା ପୁଲିସ ତାହା ଦେଖିବାକୁ ବାକି ରହିଲା, ସିନ୍ଧେକେଲା ପୁଲିସ ଏନେଇ ଗଣମାଧ୍ୟମରେ କିଛି ପ୍ରକାଶ କରିବାରେ ମନା କରିଦେଇଛି ହତ୍ୟାକାରୀ ମାନଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଚଳାଇଛି ଓ ତଦନ୍ତ ଆରମ୍ଭ କରିଛି ବୋଲି ଯାହା ସୂଚନା ମିଳିଛି
ତେବେ ପୁଲିସ ଅଧିକ ତଦନ୍ତ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ହିଁ ସତ୍ୟ ସାମ୍ନାକୁ ଆସିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଭାଇ ବହୁ ଜୟନ୍ତୀ ଅନ୍ୟ ଏକ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ସ୍ଥାପନ ରଖିବା ଖବର ଦେଢ଼ ଶଶୁର ରୁଖାଡ଼ ଜାଣିବା ପରେ ନିଜର ଭାଇ ବହୁକୁ ତାଙ୍କ ସହିତ ରାତ୍ରିଯାପନ କରିବାକୁ ବାଧ୍ୟ କରୁଥିଲେ ଓ ଜୟନ୍ତୀ ଏହି କଥାରେ ରାଜି ନହୋଇ ହତ୍ୟା ଯୋଜନା ତିଆରି କରିଥିଲେ ବୋଲି ଜଣାପଡ଼ିଛି,