ବର୍ତ୍ତମାନ ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ବିଜେଡ଼ି ର ମଙ୍ଗ ଧରିଥିବା ମାଉସୀ ଝିଆରୀ ହିନ୍ଦୋଳ ବିଜେଡ଼ି କୁ ହାତ ମୁଠାରେ ରଖିବାକୁ ମାଉସୀ ଝିଆରୀ ଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି। ହିନ୍ଦୋଳ ବିଧାୟିକା ଓ ବ୍ଳକ୍ ଅଧ୍ୟକ୍ଷା ଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଦିନକୁ ଦିନ ବୃଦ୍ଧି ପାଉଛି। ବିଜୁ ଜନତାଦଳ ପ୍ରତିଷ୍ଠା ବେଳର କର୍ମୀ ମାନଙ୍କୁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ ଅଣଦେଖା କରୁଛନ୍ତି। ଯାହାର ପ୍ରତିଫଳନ ବିଜେଡ଼ି ଦଳର ପ୍ରତିଷ୍ଠାଦିବସରେ ଦେଖିବାକୁ ମିଳିଛି। ବିଜେଡ଼ି ପ୍ରତିଷ୍ଠା ଦିନଠାରୁ ରହିଥିବା କର୍ମୀ ମାନେ ବିଧାୟିକା ଙ୍କ କାର୍ଯ୍ୟ କୁ ନେଇ ଅସନ୍ତୋଷ ଜାହିର କରିବା ସହ ବିଧାୟିକା ଙ୍କ ଦ୍ଵାରା ପାଳନ କରାଯାଉଥିବା ପ୍ରତିଷ୍ଠାଦିବସକୁ ବର୍ଜନ କରି ଅନୁରୂପ ଭାବରେ ହିନ୍ଦୋଳ ଏନ୍ଏସି ଅନ୍ତର୍ଗତ ବନମାଳୀପୁର ସଭାଗୃହ ଠାରେ ପ୍ରଦୀପ୍ତ ସାମନ୍ତ ଙ୍କ ନେତୃତ୍ବରେ ବିଜେଡ଼ି ର ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ଏଠାରେ ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକ, ଆଇନଜୀବୀ ଶୁସାନ୍ତ ସାହୁ, ଶୁସାନ୍ତ ଭୁତିଆ,ରବି ପରିଡ଼ା ଓ ବିରଞ୍ଚି ଦାସ ଙ୍କ ସମେତ
ଓଡ଼ାପଡ଼ା ଓ ହିନ୍ଦୋଳ ର ଶତାଧିକ ଅସନ୍ତୁଷ୍ଟ ବିଜେଡ଼ି କର୍ମୀ ଯୋଗଦେବା ସହ ସୀମା ହଟାଅ ହିନ୍ଦୋଳ ବଞ୍ଚାଅ ନାରା ଦେଇଥିଲେ। ଏହା ପରେ ପ୍ରତି ପଂଚାୟତ ରେ ସୀମା ହଟାଅ ନାରା ଦେଇ ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳର ରାଜ୍ୟ ମୁଖ୍ୟ ଙ୍କୁ ଦାବିପତ୍ର ଦେବାକୁ ମତପ୍ରକାଶ କରିଥିଲେ।
ଦୀପକ କୁମାର ନାଏକ, ହିନ୍ଦୋଳ