ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳକୁ ଆଉ ୬ ମାସ ପାଇଁ ବୃଦ୍ଧି କରାଯାଇଛି।
ଭାରତ ସରକାରଙ୍କ କାର୍ମିକ ଓ ପେନସନ୍ ମନ୍ତ୍ରଣାଳୟର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଚିଠି ଅନୁଯାୟୀ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଇଏଏସ୍ (ଆରଆର-୧୯୮୯)ଙ୍କ ସେବାକୁ ୨୦୨୪ ଜାନୁଆରି ପହିଲାରୁ ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ୬ ମାସ ପାଇଁ ବୃଦ୍ଧି କରାଯାଇଛି ବୋଲି ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
୧୯୮୯ ବ୍ୟାଚ୍ ଆଇଏଏସ୍ ଶ୍ରୀ ଜେନା ୨୦୨୩ ମାର୍ଚ୍ଚ ପହିଲାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସୁରେଶ ଚନ୍ଦ୍ର ମହାପାତ୍ର ଚାକିରିରୁ ଅବସର ଗ୍ରହଣ କରିଥିବାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଅନେକ ଉନ୍ନୟନମୂଳକ ବିଭାଗରେ କାର୍ଯ୍ୟ କରିଥିବା ବେଳେ ନୋ-ନନ୍ସେନ୍ସ ଆଭିମୁଖ୍ୟ ପାଇଁ ଜଣାଶୁଣା ଶ୍ରୀ ଜେନା ରାଜ୍ୟରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛନ୍ତି।
ଶ୍ରୀ ଜେନା ଡିସେମ୍ବର ୩୧ତାରିଖରେ ଅବସର ନେବାର ଥିଲା। ୬ ମାସର ଅବଧି ବୃଦ୍ଧି ସହିତ ସେ ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ କାର୍ଯ୍ୟ କରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଡ୍ ବୁକ୍ ରେ ଥିବା ଶ୍ରୀ ଜେନା ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ସରକାରୀ କାର୍ଯ୍ୟର ତଦାରଖ ଜାରି ରଖିବେ।