କଲବଲ କରୁଛି ରୋଗ ଯନ୍ତ୍ରଣା: କାମ କରୁନି ଆମ ଯୋଜନା
କଣ୍ଟାମାଳ: ସରକାର ଜନ୍ମରୁ ମୃତ୍ୟୁପର୍ଯ୍ୟନ୍ତ ସମସ୍ତ ପ୍ରକାର ସରକାରୀ ଜଯୋନା କରିଛନ୍ତି ହେଲେ ତାହାର ବିକଳ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତ ସୌରିବେଙ୍ଗେସ ଗ୍ରାମର ଗଣେଶ୍ୱର ଗୁରୁ ଙ୍କ କ୍ଷେତ୍ରରେ। ସେ ଏକ ମାସ ହେଲାଣି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାସାଇ ହୋଇ ଖଟରେ ପଡିଛନ୍ତି। ସେଜଣେ ଗରିବ ନିରୀହ ଲୋକ। ତାଙ୍କର ପାଖରେ ଯାହା ଧନସମ୍ପତି ଥିଲା ସେ କିଛି ମାସ ତଳେ ବଲାଙ୍ଗୀର, ସୋନପୁର, ଫୁଲବାଣୀ ଡାକ୍ତରଖାନ କୁ ଯାଇ ଚିକିତ୍ସା ହୋଇଥିଲେ ହେଲେ କିଛି ସୁଫଳ ମିଳିଲା ନାହିଁ ବର୍ତ୍ତମାନ ତାଙ୍କର ଦେହର ଏକ ପାର୍ଶ୍ୱ ପୀଡ଼ା ହେବା ସହ ଜଲା ପୁଡ଼ା ହେଉଛି ଦୁର୍ବଳ ହୋଇ ଖଟରେ ପଡିଛନ୍ତି। ଏଥି ପ୍ରତି ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ସହ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରୁଛନ୍ତି।