ସରକାରୀ ଯୋଜନା ଯୋଜନ ଦୂରରେ; ନା ଅଛି ବିଦ୍ୟୁତ୍, ନା ଅଛି ରାସ୍ତା

ମୟୂରଭଞ୍ଜ;ତା/୦୧/୦୧/୨୦୨୪(ପ୍ରଶ୍ନ କୁମାର ଶତପଥୀ) ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ମାଙ୍କଡପଡା ଗ୍ରାମ ପଞ୍ଚାୟତରେ ଥିବା ଭଜୁସାହି ଓ ପଦାଘାଟର ୬ ନମ୍ବର ଓାର୍ଡ। ଏହି ଦୁଇ ଗାଁରେ ନାଁ ପହଞ୍ଚି ନାହିଁ ବିଦ୍ୟୁତ୍, ନା ଅଛି ରାସ୍ତା। ସରକାରୀ ଯୋଜନା ଗ୍ରାମବାସୀଙ୍କ ପାଇଁ ସତସପନ ପାଲଟିଛି । ପାହାଡ ଚର୍ତୁପାଶ୍ୱରେ  ଘଞ୍ଚ ଜଙ୍ଗଲ, ତା ମଧ୍ୟରେ ରହିଛି ଏହି ଦୁଇଟି ଗାଁ। ଏହି ଦ୍ୱୟ ଗାଁରେ ୭୩ରୁ ଅଧିକ ଆଦିବାସୀ ପରିବାର ବସବାସ କରୁିଛନ୍ତି। ଲୋକସଂଖ୍ୟା ପାଖାପାଖି ୪୦୦ରୁ ଅଧିକ। ଆଜି ପର୍ଯ୍ୟନ୍ତ ସେମାନେ ବିଜୁଳି ଆଲୁଅ ଦେଖିନାହାନ୍ତି।ଗ୍ରାମବାସୀଙ୍କ ନୂଆ ଯୋଜନରେ ଗାଁରେ ବିଦ୍ୟୁତ୍ ସଂଯୋଗ ପାଇଁ ସ୍ଥିର ହୋଇଥିଲା। ଶେଷରେ ୫ ମାସ ତଳେ ବହୁ ବିଳମ୍ବରେ ବିଦ୍ୟୁତ୍ ଖୁଣ୍ଟ ପୋତାଯାଇଥିଲା। ଏହାକୁ ନେଇ ଗ୍ରାମବାସୀମାନେ ବେଶ୍ ଖୁସି ହୋଇଥିଲେ ହେଁ ଆଜି ଯାଏ ବିଦ୍ୟୁତ୍ ତାର ସଂଯୋଗ ହୋଇପାରିଲାନାହିଁ। ଗ୍ରାମବାସୀମାନେ ବିଭାଗୀୟ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଏ ସଂପର୍କରେ ଅଭିଯୋଗ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଗ୍ରାମବାସୀମାନେ ବିଜୁଳି ଆଲୁଅ ଦେଖିପାରିଲେ ନାହିଁ। ହେଲେ ଗ୍ରାମବାସୀଙ୍କ କଥା ଶୁଣିବାକୁ କେହି ପ୍ରସ୍ତୁତ ନାହାନ୍ତି। ଗ୍ରାମରେ କିରୋସିନ ମିଳୁନାହିଁ, ଟର୍ଚ୍ଚ ଚାର୍ଜ କରିବାକୁ ପ୍ରାୟ ୨ କିମି ଯିବାକୁ ପଡୁଛି। ରାତିରେ ଟର୍ଚ୍ଚ ଆଲୁଅ ହିଁ ଭରସା। ଜଙ୍ଗଲ ଜାଗା ଯୋଗୁଁ ସଦାସର୍ବଦା ହାତୀ, ବନ୍ୟଜନ୍ତୁ ଓ ସରୀସୃପ ଭୟ ଲାଗିରହିଛି। ରାସ୍ତା ନଥିବାରୁ ପାହାଡ଼ ଓ ଜଙ୍ଗଲ ଭିତରେ ଗ୍ରାମବାସୀମାନେ ଯାତାୟାତ କରୁଛନ୍ତି। ଫଳରେ ଗାଁକୁ ଆମ୍ବୁଲାନସ୍ ଓ ଅଗ୍ନିଶମ  ଆସିପାରୁନାହିଁ । ଯାହାଫଳରେ ଉକ୍ତ ଗ୍ରାମର ଆଦିବାସୀମାନେ ରୋଗୀମାନଙ୍କୁ ୨ କିମି ପର୍ଯ୍ୟନ୍ତ ଖଟିଆରେ ବୋହିବାକୁ ପଡୁଛ ବୋଲି କହିଛନ୍ତି ପଦାଘାଟ ଓ ଭଜୁସାହି ଗ୍ରାମର ଯାତ୍ରୀ ହେମ୍ବ୍ରମ, ରାମଚନ୍ଦ୍ର ମୁର୍ମୁ, ବିଶେଶ୍ୱର ମୁର୍ମୁ, ରମେଶ ମୁର୍ମୁ, ବାବୁରାମ ମୁର୍ମୁ, ନରେନ୍ଦ୍ର ଟୁଡ.ରନେଶ ଟୁଡୁ, ଖାଣ୍ଟିଲି ହେମ୍ବ୍ରମ, ମାଲ୍ହ ମୁର୍ମୁ, ଗୁରୁବାରୀ ମୁର୍ମୁ, ଜଗ ମୁର୍ମୁ, ପାନ ମୁର୍ମୁ, ଫଗୁ ହେମ୍ବ୍ରମ ପ୍ରମୁଖ । ବିଦ୍ୟୁତ୍ ଆଣିବାପାଇଁ ଭଜୁସାହିର ବୀରକିଶୋର ମୁର୍ମୁ ଗତ ୨୦୨୧ ମସିହା ଅଗଷ୍ଟ ୪ ତାରିଖରେ ଭୂବନେଶ୍ୱରସ୍ଥିତ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। କିନ୍ତୁ ଚଳିତ ୫ ମାସ ତଳେ ବିଦ୍ୟୁତ୍ ବିଭାଗ ଖୁଣ୍ଟ ପୋତି ଥିଲେ ହେଁ ଆଜି ପର୍ଯ୍ୟନ୍ତ ତାର ଟଣା ଯାଇ ପାରିନାହିଁ।

ଦୁଃଖ ଓ ପରିତାପର ବିଷୟ ସେହି ଗ୍ରାମର ୨୦ଟି ପରିବାରକୁ ୧ କିଲୋଓାଟର  ବିଦ୍ୟୁତ୍ ବିଲ୍ ୪୮୧୭ଟଙ୍କାର ବିଲ୍ ପହଞ୍ଚିଛି। ବିଲକୁ ଦେଖି ଗ୍ରାମବାସୀମାନେ ଚକିତ ହୋଇଛନ୍ତି। ତେବେ ସରକାରଙ୍କ ବିଭିନ୍ନ ଯୋଜନା ଉପରୋକ୍ତ ଗ୍ରାମଦ୍ୱୟକୁ ପହଞ୍ଚି ନଥିବାରୁ ଏହି ଦୁଇ ଗ୍ରାମର ୪୦୦ରୁ ଅଧିକ ଲୋକ ଆଗାମୀ ଦିନରେ ଏକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ୟୁଏସ୍ଆଇ ସଂଗଠନର ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ ସୂଚନା ପ୍ରଦାନ  କରିଛନ୍ତି।

Leave A Reply

Your email address will not be published.