କେନ୍ଦୁଝର ୦୧/୦୧: କେନ୍ଦୁଝର ଅଧିଷ୍ଠାତ୍ରୀ ଦେବୀ ନଡ଼ିଆରାଣୀ ମା’ ତାରିଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ । ନବବର୍ଷ ଅବସରରେ ମା’ଙ୍କୁ ମୁଣ୍ଡିଆ ମାରି ଦିନ ଆରମ୍ଭ କରୁଛନ୍ତି ଭକ୍ତ ଆଜି ଇଂରାଜୀ ନବ ବର୍ଷ । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସ୍ବାଗତ କରିଛନ୍ତି ବିଶ୍ବବାସୀ ।
ତେବେ ଦେବା ଦେବୀଙ୍କୁ ଦର୍ଶନ କରି ବର୍ଷ ଆରମ୍ଭ କଲେ ବର୍ଷଟି ଭଲରେ କଟିଥାଏ ବୋଲି ମନରେ ବିଶ୍ବାସ ରଖି ଆଜି ରାଜ୍ୟ ତଥା ରାଜ୍ୟ ବାହାରର ଦେବା ଦେବୀ ପୀଠ ଗୁଡିକରେ ଭକ୍ତଙ୍କ ସୁଅ ଦେଖିବାକୁ ମିଳୁଥିବା ବେଳେ ଏଥିରୁ ବାଦ୍ ପଡିନି ଘଟଗାଁ ମା ତାରିଣୀ ମନ୍ଦିର । ମାଙ୍କୁ ଦର୍ଶନ କରି ନୂଆ ବର୍ଷ ଆରମ୍ଭ କରିବା ପାଇଁ ସକାଳୁ ସକାଳୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।
ସକାଳୁ ମାଆଙ୍କର ସେବାୟତ ମାନେ ମା’ଙ୍କୁ ମହାସ୍ନାନ, ମାଜଣା, ବଡ଼ସିଂହାର ବେଶ, ଷୋଡ଼ଶ ଉପଚାର ପୂଜା ତଥା ଯଥା ରିତିକାନ୍ତିରେ ପୂଜା ନିତିକାନ୍ତି ସମାପନ କରି ମା’ଙ୍କୁ ସୁନା ବେଶରେ ସଜ୍ଜିତ କରି ଭୋରୁ ୫ଟା ମନ୍ଦିର ପହଡ ଖୋଲିଥିଲା