ଜିଆରଏସ ହତ୍ୟାଘଟଣା:ମୁଖ୍ୟ ଅଭିଯୁକ୍ତ ରାଘବ ଗିରଫ 

ବୁଗୁଡ଼ା : :  ଗତ ଡିସେମ୍ବର ମାସରେ ବୁଗୁଡ଼ା ଅଞ୍ଚଳରେ ଚାଞ୍ଚଲ୍ଯ ଖେଳାଇ ଦେଇଥିବା ବହୁ ଚର୍ଚ୍ଚିତ ଜିଆରଏସ ହତ୍ଯାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ରାଘବ ସ୍ବାଇଁକୁ  ପୋଲିସ  କେରଳରୁ ଗିରଫ କରିଥିବା ଜଣାଯାଇଛି  ।  ପ୍ରକାଶ ଯେ , ଗତ ଡିସେମ୍ବର ୨୨ ତାରିଖ ପୂର୍ବାହ୍ନରେ ଜିଆରଏସ ସୁକାନ୍ତ କୁମାର ପାଣିଗ୍ରାହୀ(୩୬) ବାଇକ୍ ଯୋଗେ କଳମ୍ବ-ଅନ୍ତରପଡା ରାସ୍ତା ଦେଇ ବୁଗୁଡ଼ା ଆସୁଥିଲା ବେଳେ ଦଶିପୁର ଗ୍ରାମର ରାଘବ ସ୍ବାଇଁ(୨୭) ତାଙ୍କୁ ବାଟରେ ଅଟକାଇ ଛୁରୀରେ ଆକ୍ରମଣ କରିଥିଲାଏହା ଦେଖି ଆଖପାଖରେ ଥିବା ଲୋକେ ପାଟି କରିବାରୁ ଆକ୍ରମଣକାରୀ ରାଘବ ସେଠାରୁ ଚାଲିଯାଇଥିଲା । ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁକାନ୍ତଙ୍କୁ ସେଠାରୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା  । ବାରମ୍ବାର ଛୁରା ମାଡରେ ସୁକାନ୍ତଙ୍କ ଡାହାଣ ପଟ ଜଙ୍ଘରେ ୫ଟି, ବାମ ପଟ ଗୋଡରେ ୩ଟି ଓ ବାମ ହାତରେ ଗୋଟିଏ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଉଥିବା ବେଳେ ପୋଲସରା ପୂର୍ବରୁ ପାଣି ଟିକିଏ ମାଗି ସେ ପିଇଲା ପରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଏ ନେଇ ସୁକାନ୍ତଙ୍କ ମାଆ ପ୍ରମିଳା ପାଣିଗ୍ରାହୀ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ ୯୫୨/୨୩ ରେ ଏକ ହତ୍ଯା ମାମଲା ରୁଜୁ କରି ହତ୍ୟାକାରୀ ରାଘବର ସାନ ଭାଇ ମିଥୁନକୁ ଗତ ଡିସେମ୍ବର ୨୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏ ଘଟଣାକୁ ନେଇ ସାଧାରଣରେ ଆଲୋଚନା ଜୋର ଧରିଥିଲା । ତେବେ ଗିରଫ ମୁଖ୍ୟ ଅଭିଯୁକ୍ତ ରାଘବ ଉକ୍ତ ହତ୍ଯାକାଣ୍ଡରେ ନିଜର ସମ୍ପୃକ୍ତିକୁ ସ୍ବୀକାର କରିଥିଲା ବେଳେ ପୋଲିସ ଏଥିରେ ବ୍ଯବହୃତ ଛୁରୀକୁ ଜବତ କରିଥିବା ଜଣାଯାଇଛି  ।

Leave A Reply

Your email address will not be published.