ଦଶପଲ୍ଲା :- ବହୁ ପ୍ରତିକ୍ରିୟାର ଅନ୍ତ ପରେ ଦଶପଲ୍ଲା କୁ ଟ୍ରେନ ଗଡିବା ଏକ ପ୍ରକାର ନିଶ୍ଚିତ ହୋଇଛି । ବହୁ ଦିନର ଅପେକ୍ଷା ପରେ ଦଶପଲ୍ଲା ବାସୀଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି । ଆସନ୍ତା ୬ ତାରିଖ ଦିନ ଏହାର ଶୁଭ ଉଦଘାଟନ ପାଇଁ ରେଲୱେ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପତି ପ୍ରକାଶ ପାଇବା ସହ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭ ଉଦଘାଟନ କରିବେ। ଆସନ୍ତା ୫ ତାରିଖ ଦିନ ମାନ୍ୟବର ମନ୍ତ୍ରୀ ଅପରାହ୍ନରେ ଦିଲ୍ଲୀରୁ ଆସି ଭୁବନେଶ୍ଵରରେ ପହଁଚି ରାତ୍ର ରହଣୀ ପରେ ୬ ତାରିଖ ଦିନ ପୂର୍ବାହ୍ନ୍ନ ୮ ଘଣ୍ଟିକା ସମୟରେ ଭୁବନେଶ୍ଵରରୁ ବାହାରି ଦଶପଲ୍ଲା ଠାରେ ୧୦ ଘଣ୍ଟିକା ସମୟରେ ପହଁଚିବେ।୧୦ ଟା ଘଟିକା ରୁ ୧୧ ଟା ୧୫ ମିନିଟ ପର୍ଯ୍ୟନ୍ତ ଉଦଘାଟନୀ କାର୍ଯ୍ୟରେ ଯୋଗ ଦେବା ପରେ କଣ୍ଟିଲୋ ଦେଇ ସଡ଼କ ପଥରେ ଯାଇ ଆଠଗଡ଼ ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେଠାରେ ରାତ୍ର ରହଣୀ ପରେ ନୂଆଦିଲ୍ଲ୍ଲୀ ଫେରି ଯିବାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଏହି କ୍ରମରେ ଆଗାମୀ ୬ ତାରିଖକୁ ଦୃଷ୍ଟିରେ ରଖି ବିଭାଗୀୟ ବିରିଷ୍ଠ ଅଧିକାରୀ ମାନେ ଦଶପଲ୍ଲା ରେଲୱେ ଷ୍ଟେସନରେ ପହଁଚି ବିଭିର୍ଣ୍ଣ ଦିଗରୁ ତର୍ଜମା ଜାରି ରଖିଥିବା ଦେଖିବାକୁ ମିଳିଥିଲା ।