ବୌଦ୍ଧ ଜିଲ୍ଲା ଦପଲା ଗ୍ରାମରେ ପୋଲିସ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ। ଗୁରୁତର ଅବସ୍ଥା ପୋଲିସ ଅଧିକାରୀଙ୍କୁ ଗୁରୁବାର ସକାଳ ୭ଟା ସମୟରେ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମନମୁଣ୍ଡା ଥାନା ଅନ୍ତର୍ଗତ ଦପଲା ଗ୍ରାମ ଠାରେ ପୋଲିସ ଅଧିକାରୀଙ୍କ ଉପରେ ବୁଧବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଛି।
ପୋଲିସ ଅଧିକାରୀ ଜଣକ ହେଲେ ମନମୁଣ୍ଡା ଥାନାର ଏଏସ୍ଆଇ କୁମୁଦ ଭୋଇ । ସୂଚନା ପ୍ରକାରେ ବୁଧବାର କୁମୁଦ ଭୋଇ ମନମୁଣ୍ଡା ଥାନାର ୧୧୨ ସହାୟତା ଗାଡି ଦାୟିତ୍ୱରେ ରହିଥିଲେ। କାଲିରାତିରେ ଏକ ସୂଚନା ପାଇ କୁମୁଦ ଭୋଇ ଅନ୍ୟ କର୍ମଚାରୀଙ୍କ ସହ ୧୧୨ ଗାଡିରେ ଦପଲା ଗ୍ରାମକୁ ଯାଇଥିଲେ। ଗ୍ରାମ ନିକଟରେ ଥିବା ସ୍କୁଲ ପାଖରେ ୧୦-୧୨ ଜଣ ଦୁର୍ବୃତ ଗାଡି ଅଟକାଇ କୁମୁଦ ଭୋଇଙ୍କ ଉପରେ ଆକ୍ରମଣ କରିଥିଲେ।