କିଏ କନଫିଉଜ, କିଏ ଡିଫିଉଜ ? 

ଗଣତନ୍ତ୍ରର ନିର୍ବାଚନ ହେଲା ମହାପର୍ବ।ସଂସଦ ହେଲା ମନ୍ଦିର।ଆଗ କୁ ଆସୁଛି ୨୦୨୪, ଭାରତର ନିର୍ବାଚନ ।ନିର୍ବାଚନର ନିର୍ଦ୍ଧିଷ୍ଟ ସମୟ ପୂର୍ବ ରୁ ବିଭିର୍ନ୍ନ ରାଜନୈତିକ ଦଳ ର ପାର୍ଥୀ ମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ନାମାଙ୍କନ ପତ୍ର କୁ ଦାଖଲ କରିବା ର ସମୟ ନିର୍ଧାରିତ କରିବେ ନିର୍ବାଚନ କମିଶନର।୨୦୧୪ ନିର୍ବାଚନ ରେ ବିଜେପି ଜିତିଥିଲା।ନିର୍ବାଚନ ସମୟ ରେ ରାଜନୈତିକ ଦଳ ମାନେ ନିଜ ଘୋଷଣାପତ୍ର ଜାରି କରିଥାନ୍ତି।ସେଥିରେ ଅନେକ ପ୍ରତିଶୃତି ମଧ୍ୟ ଦେଇଥାନ୍ତି।ବିଗତ ଦିନ କେନ୍ଦ୍ର ସରକାରଙ୍କ ତରଫ ରୁ ଭୋଟୋର୍ସଙ୍କ ପାଇଁ ଅନେକ  ଯୋଜନା ଅଣାଯାଇଥିଲା ଯେମିତି କି  ପ୍ରଧାନମନ୍ତ୍ରୀ  ଗ୍ରାମ ସଡକ ଯୋଜନା,ବେଟି ବଚାଓ ବେଟି ପଢାଓ , ଜନଧନ ଯୋଜନା ଇତ୍ୟାଦି।ଏ ସମସ୍ଥ ଯୋଜନା  ଆଶା ଅନୁରୂପ କାର୍ଯ୍ୟକାରୀ ହୋଇପାରିଲା ନାହିଁ।  ୨୦୧୪  ନିର୍ବାଚନ ପରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜ ଶପଥ ଗ୍ରହଣ ଅବସର ରେ ଗଣମାଧ୍ୟମ କୁ କହିଥିଲେ କି ଖରାପ ଦିନ ଗଲା ଏବେ ଆଚ୍ଛାଦିନ ଆସିବ କିନ୍ତୁ ସାଧାରଣ ଭୋଟରଙ୍କ ପାଇଁ  ଆଚ୍ଛା ଦିନ କେବେ ହେଲେ ଆସିପାରିଲା ନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଶପଥ ଗ୍ରହଣ ଅବସର ରେ ଏହା କହିଥିଲେ ଯେ ୧୫୦ ଦିନ ଭିତରେ କଳାଧନ ନେଇ  ଆସିବେ।୧୫୦ ଦିନ ପାର ହୋଇଗଲା କିନ୍ତୁ  କାଳାଧନ ଆସିପାରିଲା ନାହିଁ।ନରେନ୍ଦ୍ର ମୋଦୀ ୨୦୧୪ ନିର୍ବାଚନ ସମୟ ପୂର୍ବ ରୁ କହିଥିଲେ କି ବିଜେପି ସରକାର ଆସିଲେ ପେଟ୍ରୋଲ ଡିଜେଲ ଦର କମିବ ଯାହାକି କେବେ ହେଲେ ହୋଇପାରିଲା ନାହିଁ ।ବର୍ତ୍ତମାନ ପେଟ୍ରୋଲ ଡିଜଲ ର ଦରଦାମ ଆକାଶଛୁଇଁଛି।ପେଟ୍ରୋଲ ଡିଜଲ ର ଦର ବଢିଗଲେ ଆମ ର ଦୈନଦିନ ଜୀବନ ରେ ବ୍ୟବହାର  ହେଉଥିବା ବସ୍ତୁର ଦାମ ମଧ୍ୟ ବଢିଯାଉଛି।ଆମର  ପ୍ରଧାନମନ୍ତ୍ରୀ ଅଶିଏ କୋଟି ଲୋକଙ୍କୁ ଖାଦ୍ୟ  ଯୋଗାଉଛନ୍ତି ବୋଲି ଖୁସି ହେଉଛନ୍ତି କିନ୍ତୁ କାହିଁକି ଆଜିଯାଏଁ ଦେଶର ଅଶିଏ କୋଟି ଲୋକ ଦୁଇବେଳା ଖାଇବା ପାଇଁ ସରକାର ଉପରେ ନିର୍ଭରଶୀଳ?

 ବର୍ତ୍ତମାନ ଦେଶ  ରେ ବେକାରି ସମସ୍ୟା ଏକ ପ୍ରମୁଖ  ସମସ୍ୟା ଦେଶର  ମଧ୍ୟମ ବର୍ଗ ର ପରିବାର ମାନେ  ନିଜର  ସମସ୍ତ ସମ୍ବଳ କୁ ଶେଷ କରି ଦେଇଥାନ୍ତି  ନିଜର ପୁଅ ଓ ଝିଅ ମାନଙ୍କର ଶିକ୍ଷା ପାଇଁ ।ସେମାନଙ୍କର ବିଶ୍ଵାସ ଥାଏ ଯେ ପୁଅ ଝିଅ ପାଠ  ପଢି କୌଣସି ଚାକିରି କରି ନିଜର ଭରଣ ପୋଷଣ  ନିଜେ  କରି ପାରିବେ।କିନ୍ତୁ ଚାକିରୀର ଅଭାବ ପାଠ  ପଢୁଆ ପିଲାଙ୍କୁ ଚାକିରୀ ଯୋଗାଇ ପାରୁନି।ପୁଅ  ଝିଅ ବାପା ମାଙ୍କ ଉପରେ ପୁଣି ବୋଝ ହେବା ପାଇଁ  ବାଧ୍ୟ ହେଉଛନ୍ତି। 

କେନ୍ଦ୍ର ସରକାରଙ୍କ ପଲିସି ଯାହା ହେଉନା କାହିଁକି  ଯଦି ସେ ପଲିସି ଦ୍ଵାରା ଧନୀ ଆହୁରି ଧନୀ ହୋଇ  ଚାଲିଛି ଓ ମଧ୍ୟବିତ ପରିବାର ଗୁଡିକ ଦରିଦ୍ର ହୋଇ  ଚାଲିଛନ୍ତି ତାହେଲେ ସେଥିରେ କୌଣସି ପ୍ରକାର ଆଛାଇ ତ ରହି ପାରିନି। 

କାଲି ଯେଉଁ ପରିବାର ମାନେ ବିପିଏଲ ସୀମା ଭିତରୁ  ଉର୍ଦ୍ଧରେ ଥିଲେ ସେମାନେ ବିପିଏଲର ସୀମା ଭିତରକୁ   ଖସି ଯାଇଛନ୍ତି। 

ଆମ ଦେଶର ନିର୍ବାଚନ ଏକ ବ୍ୟୟ ବହୁଳ ନିର୍ବାଚନ  ତାହା ଉପରେ ଇଲେକସନ କମିଶନର କୌଣସି  ଆଙ୍କୁଶ ଲଗାଇ ପାରୁନି।ରାଜନେତା ମାନେ ଯେଉଁ  ରେଲି  ଗୁଡିକୁ କରୁଛନ୍ତି ସେଥିରେ ଅନେକ ପଇସା ଖର୍ଚ୍ଚ ହେଉଛି।ଇଲେକସେନ କମିଶନର ଏହି ରେଲି ଗୁଡିକୁ ବନ୍ଦ କରିବା କଥା। 

ସମସ୍ତ ରାଜନେତା ଦୂରଦର୍ଶନ ଜରିଆରେ ନିଜର  ବକ୍ତବ୍ୟ ଲୋକଙ୍କ ପାଖ କୁ ପହଞ୍ଚାଇ ବା କଥା  ତାହେଲେ ନିର୍ବାଚନ ପାଇଁ ହେଉଥିବା ଖର୍ଚ୍ଚ ନିଶ୍ଚିତ  ଭାବରେ କମ ହୁଆନ୍ତା।ଯେଉଁ ଦଳ ପାଖରେ ଯେତେ  ପଇସା ଅଛି ସିଏ ସେତେ ପଇସା ଖର୍ଚ୍ଚ କରି  ନିର୍ବାଚନ ଜିତୁଛି  ଏବଂ କ୍ଷମତା କୁ ଆସିବା ପରେ  ପୁଣି ପଇସା ଏକାଠି କରୁଛି ଆଗାମୀ ନିର୍ବାଚନ  ପାଇଁ । 

ଜଣେ ସାଧାରଣ ଲୋକ ନୋମିନେସନ ଫାଇଲ  କରିବା ପାଇଁ ଡରିବ କାରଣ ଏତେ ଟଙ୍କା ସିଏ ଆଣିବ କେଉଁଠୁ ,ନିର୍ବାଚନ ଲଢିବା ପାଇଁ।ତା ସହିତ ନିର୍ବାଚନ ଲଢି  ଜିତିଥିବା ସ୍ଵାଧୀନ ପ୍ରାର୍ଥୀଙ୍କୁ କିଣା ବିକା ପାଇଁ କୋଟି  କୋଟି ଟଙ୍କା ବ୍ୟୟ କରାଯାଉଛି।ନିର୍ବାଚନ ପାଇଁ ଯଦି  କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ତାହେଲେ ଦେଶରୁ  କରପସନ ଦୂର କିପରି ହେବ।ରାଜନେତାଙ୍କୁ ନିର୍ବାଚନ ପାଇଁ ଚାନ୍ଦା ଶିଲ୍ପପତି ମାନେ ଦେଇଥାନ୍ତି।କୌଣସି ଶିଲ୍ପପତି ନିଜକୁ କ୍ଷ୍ୟତିଗ୍ରସ୍ତ କରି ଅନ୍ୟ କୁ ଚାନ୍ଦା ଦେବ କାହିଁକି।ତେଣୁ ରାଜନେତାଙ୍କୁ ଚାନ୍ଦା ଦେବା ପଛରେ ଶିଲ୍ପପତିଙ୍କ ନିଜସ୍ଵ ସ୍ଵାର୍ଥ ରହିଛି।ଯେଉଁ ଦଳ କ୍ଷମତା କୁ ଆସୁଛି ସେହିଦଳ ଭଲ ଚାନ୍ଦା ପାଇଥିବ। ଶିଲ୍ପପତିଙ୍କ ସ୍ଵାର୍ଥ ପାଇଁ କାମ କରୁଛି। 

ବର୍ତ୍ତମାନ ଦୁଇଟି ମେଣ୍ଟ ଭାରତର ଆଗାମୀ ନିର୍ବାଚନ  ପାଇଁ ଅଣ୍ଟା ଭିଡିଛନ୍ତି।ବର୍ତ୍ତମାନର କେନ୍ଦ୍ର ସରକାର ବା  ଏନଡିଏ ଗଠବନ୍ଧନ ନିକଟ ରେ ହୋଇଥିବା  ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ  ତିନୋଟି ରାଜ୍ୟ ରେ ବିଜୟ ହାସଲ କରିଛି।ଏହି  ବିଜୟ ଏନଡିଏର ମନବଳ କୁ ବଢାଇଛି।

ଇଣ୍ଡିଆ ମେଣ୍ଟ ରେ ବର୍ତ୍ତମାନ ସୁଦ୍ଧା ୨୮ଟି ରାଜନୀତି ଦଳ ଏକାଠି ହୋଇଛନ୍ତି।କେନ୍ଦ୍ର ସରକାରଙ୍କ ବିରୋଧୀ ବିରୋଧ ନୀତି ବିରୋଧ ରେ ଏହି ମେଣ୍ଟ ମୁଣ୍ଡ ଉଠାଇଛି। 

ଏହି ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଲା କେନ୍ଦ୍ର ସରକାରଙ୍କ ମନମୁଖୀ ଶାସନ ବିରୋଧ ରେ ଏକାଠି ହେବା ଏବଂ ଇଡି ଓ ସିବିଆଇର ପ୍ରୟୋଗ କରି  ବିରୋଧୀଙ୍କୁ ହଇରାଣ କରିବାର ଯେଉଁ କାର୍ଯ୍ୟକ୍ରମ ଚାଲିଛି ତାକୁ ଶେଷ କରିବା।

ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ହାତ ରେ କାଠ ପୁତୁଳି ସାଝିଛନ୍ତି ଇଡି ଓ ସିବିଆଇ। 

ମନେ ହେଉଛି ବିଜେପି ବାଏନଡିଏ ରେ ଅନ୍ତର୍ଭୁକ୍ତ ସମସ୍ତ ରାଜନେତା ହିଁ ଏ ଦେଶରେ  ସଚ୍ଚୋଟ, ବାକି ସବୁ  ଦୁର୍ନୀତି ଗ୍ରସ୍ଥ।

ଉତ୍ତର ପ୍ରଦେଶର ଡବଲ ଇଂଞ୍ଜିନ ସରକାର ଯେପରି ମହିଳାଙ୍କ ସୁରକ୍ଷା ପ୍ରତି ଉଦାସିନ ତାକୁ ଦେଖିଲେ ମନେ ହେଉଛି ଦେଶ ରେ ମହିଳାଙ୍କ ସ୍ଥିତି ଆଜି ମଧ୍ୟ ଦୟନୀୟ। 

ନିକଟ ରେ ଆଇଆଇଟିର ଛାତ୍ରୀ ସହିତ ବିଜେପିର  ଯୁବ ନେତା ମାନେ ଯେଉଁ ପ୍ରକାର ବଳତ୍କାର କରିଛନ୍ତି ସେଥିରୁ ବିଜେପି ପାର୍ଟିର ମାନସିକତା ବୁଝିହେଉଛି।

ଦେଶର ଚତୁର୍ଥ ସ୍ଥମ୍ବ ମିଡିଆ ବିଏଚୟୁର ଏଇ ଘଟଣା କୁ ଦେଶର ଜନତାଙ୍କ ଆଗରେ ଦେଖାଇବା ପାଇଁ କୁଣ୍ଠିତ। 

ଦେଶର ଭବିଷ୍ୟତ କଣ ଅନ୍ଧକାର ଭିତରକୁ ଗଡି  ଯାଉଛି?ଯଦି ଦେଶର ଜନତା ଆଜି ମଧ୍ୟ ଜାଗ୍ରତ ନ  ହେବେ ତାହେଲେ ଦେଶର ଭବିଷ୍ୟତ ନିଶ୍ଚିତ ଅନ୍ଧକାର ଭିତରକୁ ଗଡିଚାଲିବ।                                                              

କାଳି ଦାସ ,

ବ୍ରହ୍ମପୁର,

ଖୋଡ଼ାସିଙ୍ଗ କଳିଙ୍ଗନଗର , 

ଫୋନ  ନମ୍ବର  – ୭୨୦୫୧୦୦୮୩୯॰

Leave A Reply

Your email address will not be published.