ସକାଳର ଖବର, ୦୯-ଜାନୁଆରୀ-୨୦୨୪, ମଙ୍ଗଳବାର



➡️୧-ଆଜି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ l ପ୍ରାୟ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ବିଶିଷ୍ଟ ରନନ୍ ୱେ ରହିଛି ।

➡️୨-ଅଯୋଧ୍ୟାରେ ପହଞ୍ଚିଲା ଧ୍ୱଜଦଣ୍ଡ। ଅହମଦାବାଦ ଗୋଟାରୁ ଅଯୋଧ୍ୟା ଆସିଛି ୭ଟି ଧ୍ୱଜଦଣ୍ଡ। ଗୋଟିଏ ଧ୍ୱଜଦଣ୍ଡ ୪୪ ଫୁଟର ଥିବା ବେଳେ ବାକି ୬ଟି ଧ୍ୱଜଦଣ୍ଡ ୨୦ ଫୁଟ୍ ଲେଖାଏ ରହିଛି।

➡️୩-ପରିକ୍ରମା ପ୍ରକଳ୍ପ ପାଇଁ ଚଳଚଂଚଳ ଥିବା ଶ୍ରୀକ୍ଷେତ୍ରର ଦୂର ହେବ ଟ୍ରାଫିକ୍ ସମସ୍ୟା । ଭକ୍ତ-ଭଗବାନଙ୍କ ସେତୁ ହେବ ୩୧୬ ନମ୍ବର ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଉପରେ ତିଆରି ହୋଇଥିବା ‘ଶ୍ରୀ ସେତୁ’ । ତୂରୀ ଆକୃତିର ସେତୁ ଦେଇ ସିଧାସଳଖ ବଡଦାଣ୍ଡ ଓ ଜଗନ୍ନାଥ ବଲ୍ଲଭ ପାର୍କିଂରେ ପଂହଚିପାରିବେ ଭକ୍ତ ।

➡️୪-ଆସନ୍ତା ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ‘କୃଷି ଓଡ଼ିଶା’ ଉତ୍ସବ ପାଳନ ହେବ । ଏଥିରେ ପ୍ରାୟ ୫ହଜାର ମହିଳା ଚାଷୀ, ୨ହଜାର ମହିଳା ଏସଏଚଜି ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ସାମିଲ ହେବେ l

➡️୫-ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କ ସହ କଥା ହେଲେ PM ମୋଦୀ, ସଂସଦୀୟ ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଅଭିନନ୍ଦନ l

➡️୬-ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଗଡ଼ିଲା ଅର୍ପଣ ରଥ : ଅକ୍ଷତ ଚାଉଳ ଓ ଗୁଆ ହେଲା ସଂଗ୍ରହ, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ବଡ଼ଦାଣ୍ଡ, ଭଜନ କୀର୍ତ୍ତନ ମଧ୍ୟ ମୁଖରିତ ପରିବେଶ l

➡️୭-ଆଗାମୀ କିଛି ଦିନ ମଧ୍ୟରେ ବୁଗୁଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତଗୁଡ଼ିକରେ ଲକ୍ଷ୍ମୀ ବସ୍ ଗଡିବ । ବୁଗୁଡା ବ୍ଲକର ପ୍ରତ୍ୟେକ ପଞ୍ଚାୟତକୁ ଲକ୍ଷ୍ମୀ ବସ୍ ଗଡ଼ିବା ପାଇଁ ରୁଟ୍ ଚାର୍ଟ ହେଲା ପ୍ରସ୍ତୁତ l

➡️୮-ହରିୟାଣା ଅନ୍ତର୍ଗତ ସିର୍ସାର ୫୦୦ ଜଣ କଲେଜ ଛାତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ। ସେମାନେ ଚୌଧୁରୀ ଦେବୀ ଲାଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ l

➡️୯-ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ସମଗ୍ର ବିଶ୍ୱ ଲକ୍ଷଦୀପକୁ ଦେଖିବାକୁ ଚାହୁଁଛି, ଗୁଗୁଲ ସର୍ଚ୍ଚରେ ୩୪୦୦ ପ୍ରତିଶତ ହେଲା ବୃଦ୍ଧି l

➡️୧୦-ବିବାହ କରିବେ ଦକ୍ଷିଣ ଭାରତ ସିନେମାର ଜଗତର ହିଟ୍ ଯୋଡି ବିଜୟ ଦେବରକୋଣ୍ଡା ଓ ରସ୍ମିକା ମନ୍ଦାନା । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଉଭୟ ସେଲିବ୍ରେଟି କରିବେ ନିର୍ବନ୍ଧ l

➡️୧୧-ଚିନ୍ତା ପ୍ରକଟ କଲା WHO: ଓଡ଼ିଶା ସମେତ ୧୨ଟି ରାଜ୍ୟରେ JN.1 ସବ୍-ଭାରିଆଣ୍ଟର ନୂଆ ମାମଲା l

➡️୧୨-ଏଥର ୱିଣ୍ଡୋ ସିଟ୍‌ରେ ବସିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା, ସିଟ୍ ଅନୁଯାୟୀ ଭଡ଼ା ବଢ଼ାଇଲା ଇଣ୍ଡିଗୋ ଏୟାରଲାଇନ୍ସ l

➡️୧୩-ପୁରୀ ବଡ ଠାକୁରଙ୍କ ସାନିଧ୍ୟ ଲାଭ କଲେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ ।

➡️୧୪-ଆସନ୍ତା ୨୧ରୁ କଂଗ୍ରେସର ବସ୍ ଯାତ୍ରା । ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ୨ଟି ବସରେ ଯାତ୍ରା କରିବେ ୪୦ ଜଣ ନେତା l ଯାତ୍ରା ସମୟରେ ବାଟରେ ସ୍ଥାନେ ସ୍ଥାନେ ରହି କରିବେ ଜନ ସଭା l

➡️୧୫-ତାମିଲନାଡୁରେ ୬ ହଜାର କୋଟିରୁ ଅଧିକ ନିବେଶ କରିବ ହ୍ୟୁଣ୍ଡାଇ, ରାଜ୍ୟ ସରକାରଙ୍କ ସହ ଏମଓୟୁ ର ହେଲା ଚୁକ୍ତିନାମା ସ୍ୱାକ୍ଷରିତ l

➡️୧୬-ପାକିସ୍ତାନର ମେଡ଼ିକାଲ ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୬ ଜଣ ପୁଲିସ କର୍ମଚାରୀଙ୍କର ହେଲା ମୃତ୍ୟୁ l ଏଥିରେ ୨୨ ଜଣ ଆହତ ହୋଇଛନ୍ତି ।

➡️୧୭-ଲେବାନନ ଚରମପନ୍ଥୀ ସଂଗଠନ ହିଜବୁଲ୍ଲା ଉପରେ ଆକ୍ରମଣ ତୀବ୍ର କଲା ଇସ୍ରାଏଲ୍। ଗତକାଲି ଇସ୍ରାଏଲ୍ର ଲେବାନନରେ ଥିବା ହିଜବୁଲ୍ଲା ଠିକଣା ଉପରେ ଏୟାର ଷ୍ଟ୍ରାଇକ୍‌ ଯୋଗୁଁ ହିଜବୁଲା ସେନାବାହିନୀ ‘ରାଡୱାନ’ର ବରିଷ୍ଠ କମାଣ୍ଡରଙ୍କ ହେଲା ମୃତ୍ୟୁ l

➡️୧୮-ଆଜିଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ପୁଣି ଝୁମିବେ ଫୁଟ୍‌ବଲ୍‌ ପ୍ରଶଂସକ। ଭାରତର ଅନ୍ୟତମ ସର୍ବପୁରାତନ ଫୁଟ୍‌ବଲ୍ ପ୍ରତିଯୋଗିତା କଳିଙ୍ଗ କପ୍ ଏବେ ସୁପର୍ କପ୍ ରୂପରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

➡️୧୯-ଅଲଟିମେଟ ଖୋ ଖୋ ସିଜନ-୨ : ତେଲୁଗୁ ୟୋଦ୍ଧାସଙ୍କୁ ପରାସ୍ତ କରି ଶୀର୍ଷରେ ପହଂଚିଲା ଗୁଜରାଟ ଜାଏଂଟ୍ସ l

➡️୨୦-ଜର୍ମାନୀ କିମ୍ବଦନ୍ତୀ ଫୁଟ୍‌ବଲ ଖେଳାଳି ବିଶ୍ୱକପ୍‌ ବିଜେତା ଫ୍ରାଞ୍ଜ ବେକେନବାଉରଙ୍କ ୭୮ ବର୍ଷ ବୟସରେ ହେଲା ପରଲୋକ l

Leave A Reply

Your email address will not be published.