ମୟୂରଭଞ୍ଜ;ତା/୦୯/୦୧/୨୦୨୪(ପ୍ରଶ୍ନ କୁମାର ଶତପଥୀ) କମୁଛି ଶୀତ ବଢୁଛି ରାତ୍ରି ତାପମାତ୍ରା । ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ଶୀତର ପ୍ରକୋପ କମୁଛି । ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହୋଇଛି ।ମୟୂରଭଞ୍ଜ ଜିଲ୍ଲା କପ୍ତିପଦା,ପାଞ୍ଚପୀଢ଼,ବାରିପଦା ଓ ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକ ଜାମଦା,କୁସୁମୀ,ତିରିଂ,ବହଳଦା,ରାଇରଙ୍ଗପୁର,ବିଜାତଳା,ବିଶୋଇ ବ୍ଲକ ଅଞ୍ଚଳରେ ରାତି ୧୦ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ କରି ରଖୁଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି ।
ତିନି ଦିନ ହେଲାଣି ଘନ କୁହୁଡି ଯୋଗୁଁ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଖାଲି ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ଶୀତରୁ ରକ୍ଷା ପାଇବାକୁ ସାଧାରଣ ଲୋକେ ନିଆଁ ପୋଇଁ ବସିଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷର ସର୍ବାଧିକ କୁହୁଡି ଆଚ୍ଛାଦିତ ହୋଇଥିବା ବେଳେ ସକାଳୁ କାକର ବୁନ୍ଦା ଯୋଗୁଁ ବର୍ଷା ଋତୁର ଭ୍ରମ ମଧ୍ୟ ସୃଷ୍ଟି ହେଉଛି |କୁହୁଡ଼ି ଯୋଗୁଁ ବାମନଘାଟୀ ଉପଖଣ୍ଡରେ ଥଣ୍ଡା,କାଶ,ଛିଙ୍କ ବଢୁଥିବା ଯୋଗୁଁ ଡାକ୍ତରଖାନାଗୁଡ଼ିକରେ ଭିଡ଼ ରହୁଥିବା ପରିଲକ୍ଷିତ ହେଉଛି |
Prev Post
Next Post