➡️୧-ଗୁଜୁରାଟର ଗାନ୍ଧିନଗରରେ ଦେଶର ସର୍ବବୃହତ ବିଶ୍ୱ ବାଣିଜ୍ୟ ପ୍ରଦର୍ଶନୀର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହି ୫ ଦିନିଆ ସମ୍ମିଳନୀରେ ୧୦୦ଟି ଅତିଥି ଦେଶକୁ ଓ ୩୩ଟି ଦେଶର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ l
➡️୨-ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ), ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ସମ୍ପୂର୍ଣ୍ଣ ଭାବେ ନିଶାମୁକ୍ତ ହେବ। ଏଣିକି ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ଅଧ୍ୟାପିକାମାନେ ଏଣିକି ଆଣ୍ଟି ଡ୍ରଗ୍ ଡିକ୍ଲାରେସନ୍ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ।
➡️୩-ଯେଉଁ ବ୍ଲକରେ ୩୫%ରୁ କମ୍ ଜମିକୁ ଜଳସେଚନ ସୁବିଧା ଅଛି ସେଠାରେ ‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା’ରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮୧୧.୪୫କୋଟି ବ୍ୟୟରେ ୧୨୮୦ଟି ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ l
➡️୪-ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ଭାରତର ଶ୍ରେଷ୍ଠ ପ୍ରଦର୍ଶନକାରୀ କ୍ରୀଡ଼ାବିତ୍ମାନଙ୍କୁ ଜାତୀୟ କ୍ରୀଡ଼ା ପୁରସ୍କାର କଲେ ପ୍ରଦାନ l ଅର୍ଜୁନ ପୁରସ୍କାର ପାଇଛନ୍ତି କ୍ରିକେଟର୍ ମହମ୍ମଦ ସାମି ଓ ପାରା ତୀରନ୍ଦାଜ ଶୀତଳ ଦେବୀଙ୍କ ସହ ୨୬ ଜଣ।
➡️୫-ଖୁବଶୀଘ୍ର ବଢ଼ିବ ଅଙ୍ଗନବାଡି, ଆଶାକର୍ମୀଙ୍କ ଦରମା, ଏ ନେଇ ନବରଙ୍ଗପୁରରେ ଫାଇଭ-ଟି ଅଧ୍ୟକ୍ଷ କଲେ ଘୋଷଣା l
➡️୬-ଖୁବଶୀଘ୍ର ଭାରତର ପ୍ରାଚୀନ ଚିକିତ୍ସା ପ୍ରଣାଳୀ ଆୟୁର୍ବେଦ, ସିଦ୍ଧ ଏବଂ ୟୁନାନି ବିଶ୍ୱସ୍ତରରେ ମାନ୍ୟତା ପାଇବାକୁ ଯାଉଛନ୍ତି। ଆୟୁର୍ବେଦ, ସିଦ୍ଧ-ୟୁନାନିର ୫୨୯ ରୋଗକୁ ଏଣିକି ତାଲିକାଭୁକ୍ତ କରିବ ଡବ୍ଲୁଏଚଓ l
➡️୭-କୁକୁର ବନ୍ଧ୍ୟାକରଣ ପାଇଁ ବିଏମସିକୁ ମିଳିଲା ଗ୍ରୀନ୍ ସିଗନାଲ । ଏଣିକି ପ୍ରତିଦିନ ୧୦୦ କୁକୁରକୁ କରାଯିବ ବନ୍ଧ୍ୟାକରଣ । ଏ ନେଇ ମଞ୍ଚେଶ୍ୱରରେ ଥିବା ଡଗ୍ କେନାଲରେ ବ୍ୟବସ୍ଥା ହୋଇଛି l
➡️୮-ବାଙ୍ଗଲାଦେଶର ଆୱାମି ଲିଗ୍ ଅଧ୍ୟକ୍ଷା ଶେଖ ହସିନା କ୍ରମାଗତ ଚତୁର୍ଥ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ l ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ ସହକର୍ମୀମାନଙ୍କୁ ଶପଥ ପାଠ କରାଇବେ।
➡️୯-ଜାନୁଆରୀ ୨୨ରେ ଉତ୍ତର ପ୍ରଦେଶର ସବୁ ଶିକ୍ଷାନୁଷ୍ଠାନ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ l
➡️୧୦-ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରିପ୍ରେକ୍ଷୀରେ ଚଳିତମାସ ୨୨ରେ ଆସାମରେ ମଦ ବିକ୍ରି ହେଲା ନିଷେଧ l ଆସାମ ସରକାର ଏହି ଦିନକୁ ‘ଡ୍ରାଏ ଡେ’ ଅର୍ଥାତ ଶୁଖିଲା ଦିବସ କଲେ ଘୋଷଣା l
➡️୧୧-ରାମ ମନ୍ଦିର ଉଦ୍ଘାଟନ ଓ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବହୁ ବିଶିଷ୍ଟ ଶିଳ୍ପପତି ଯୋଗଦେବେ l ଏଥିପାଇଁ ୧୦୦ରୁ ଅଧିକ ବିମାନ ଆସିବ ବୋଲି ଆକଳନ କରାଯାଇଛି।
➡️୧୨-କର୍ନାଟକ ରାଜ୍ୟପାଳ ଥାଓ୍ବାରଚାନ୍ଦ ଗେହଲଟ୍ ହେଲେ କରୋନା ପଜିଟିଭ୍ ଚିହ୍ନଟ l ଏବେ ସେ ନିଜ ବାସଭବନରେ କ୍ୱାରାଣ୍ଟାଇନ୍ରେ ଅଛନ୍ତି l
➡️୧୩-ସତର୍କ କଲେ ପାଣିପାଗ ବିଶେଷଜ୍ଞ, ଆସନ୍ତା ଚାରିଦିନ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ l ବର୍ଷା କାରଣରୁ ଶୀତ ବଢ଼ିବ ବୋଲି ମଧ୍ୟ କୁହାଯାଇଛି ।
➡️୧୪-ବିଦେଶରେ ବଢ଼ୁଛି ମେଡ୍-ଇନ୍-ଇଣ୍ଡିଆ କାର୍ର ଚାହିଦା। ତଥ୍ୟ ଅନୁଯାୟୀ, ୨୦୨୩ରେ ଟୋୟୋଟା, ଭୋକ୍ସଓ୍ବାଗନ, ହ୍ୟୁଣ୍ଡାଇ, ମହିନ୍ଦ୍ରା, ଟାଟା ମୋଟର୍ସ ଏବଂ ହଣ୍ଡା ଭଳି କମ୍ପାନି ବିଦେଶକୁ ରପ୍ତାନୀ କରିଛନ୍ତି ରେକର୍ଡ ସଂଖ୍ୟକ କାର୍। ଯାହା ଗତ ବର୍ଷ ତୁଳନାରେ ୪ ପ୍ରତିଶତ ଅଧିକ ।
➡️୧୫-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ବିରୋଧରେ ମାଳଦ୍ବୀପ ମନ୍ତ୍ରୀମାନଙ୍କ ଘୃଣା ସୃଷ୍ଟିକାରୀ ମନ୍ତବ୍ୟକୁ ନେଇ ବିବାଦ ବଢ଼ୁଥିବା ବେଳେ ଭାରତ ସମର୍ଥନରେ ବାହାରିଲେ ମାଳଦ୍ୱୀପର ବିରୋଧୀ ଦଳ l କହିଲେ ‘ରାଷ୍ଟ୍ରପତିଙ୍କୁ ବହିଷ୍କାର କର, ମନ୍ତ୍ରୀଙ୍କୁ ସମନ କର’ l
➡️୧୬-ଆରବ ସାଗରରେ ସୁରକ୍ଷା ବଢ଼ାଇଲା ଭାରତ l ଏଣିକି ସେଠାରେ ୧୦ରୁ ଅଧିକ ଯୁଦ୍ଧପୋତ ପଇଁତରା ମାରୁଛନ୍ତି l
➡️୧୭-ଏଣିକି ଆଉ କୁକୁର ମାଂସ ଖାଇପାରିବେ ନାହିଁ ଦକ୍ଷିଣ କୋରିଆବାସୀ। ଲାଗିଲା ପ୍ରତିବନ୍ଧକ, ଏଣିକି ଖାଇବା ଲାଗି କୁକୁରକୁ ହତ୍ୟା କଲେ ୩ ବର୍ଷ ଯାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ। ନଚେତ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ l
➡️୧୮-ଜର୍ମାନୀ ର କିଂବଦନ୍ତି ଫୁଟବଲର୍ ଫ୍ରାଙ୍କ ବେକନ୍ବର୍ଙ୍କ ୭୮ ବର୍ଷ ବୟସରେ ହେଲା ପରଲୋକ l ୧୯୬୬, ୧୯୭୦ ଓ ୧୯୭୪ ମସିହା ବିଶ୍ବକପ୍ରେ ସେ ଖେଳିଥିଲା ବେଳେ ପ୍ରଥମ ଅଧିନାୟକ ଭାବେ ଫିଫା ବିଶ୍ବକପ୍ ଟ୍ରଫି ଧରିଥିଲେ।
➡️୧୯-ଦିନିକିଆ ପରେ ଟି-୨୦ରେ ବି ଭାରତ ହାରିଲା ଭାରତୀୟ ମହିଳା କ୍ରିକେଟ ଟିମ l ଦୁଇଟି ଯାକ ଫର୍ମାଟରେ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ l
➡️୨୦-ଆଇପିଏଲ-୨୦୨୪ ଖେଳିବେନି ସୂର୍ଯ୍ୟକୁମାର ଯାଦବ lଯାଦବଙ୍କ ହାର୍ନିଆ ସମସ୍ୟା ଥିବାରୁ ଏବେ ତାଙ୍କର ଅସ୍ତ୍ରୋପଚାର କରାଯିବ l