ଓଡ଼ିଶାରେ ପ୍ରଥମ କଟକ ଏସସିବି ମେଡିକାଲରେ ବିରଳ ହାପଲୋ ଅସ୍ଥିମଜ୍ଜା ପ୍ରତିରୋପଣ । ରକ୍ତ କର୍କଟ ରୋଗ ବିଭାଗରେ ଏହି ବିରଳ ପ୍ରତିରୋପଣ କରାଯାଇଛି। ପ୍ରତିରୋପଣ ପରେ ଉଭୟ ରୋଗୀ ଓ ଷ୍ଟେମ୍ ଦାତାଙ୍କ ଅବସ୍ଥା ସ୍ଥିର ରହିଛି। ଆଗରୁ ୧୦୦ ପ୍ରତିଶତ ଡୋନରରେ ଏହି ଅସ୍ଥିମଜା ପ୍ରତିରୋପଣ କରାଯାଉଥିବା ବେଳେ ଏହା ପ୍ରଥମ କରି ୫୦ ପ୍ରତିଶତ ମେଳ ଖାଉଥିବା ବ୍ୟକ୍ତିଙ୍କଠାରୁ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଛି। ଏହା ପୂର୍ବରୁ ଏସସିବିରେ ମଧ୍ୟ ବିରଳ ଅପରେସନ କରାଯାଇଛି। ଇକମୋ ମେସିନ ସହାୟତାରେ ଯୁବକଙ୍କ ଶ୍ୱାସନଳୀରୁ ଟ୍ୟୁମର ବାହାର କରାଯାଇଥିଲା। ସେହିପରି ଏସସିବିରେ ବିରଳ ଅସ୍ତ୍ରୋପଚାର କରାଯାଇ ଡାହାଣ ହାତ ବୁଢ଼ା ଆଙ୍ଗୁଠି ସ୍ଥାନରେ ବାମ ଗୋଡ଼ର ଆଙ୍ଗୁଠି ଲଗାଯାଇଥିଲା।