ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ଥିବାବେଳେ ଏବେଠୁ ଶାସକ –ବିରୋଧି ମଧ୍ୟରେ ଆରମ୍ଭ ହୋଇଗଲାଣି ତୁତୁ ମେଁ ମେଁ । ୨୪ ବାଜିଜିତିବାକୁ ସଭିଏଁ ଆରମ୍ଭ କରିଦେଲେଣି କସରତ । କାହାର ହେବ ୨୪ ସିଙ୍ଗାସନ ଏନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚ।। ପୂର୍ବ ରୁ ପଶ୍ଚିମ,ଉର୍ତ୍ତରରୁ ଦକ୍ଷିଣ ପାଣ୍ଡିଆନ ଯୁଆଡେ ଯାଉଛନ୍ତି ନବୀନଙ୍କ ନାଁ ନେଇ ବିଜେଡି ଖୋଲୁଛି କୋଟି କୋଟି ଟଙ୍କାର ବିକାଶର ପେଢିା ସ୍କୁଲର ରୂପାନ୍ତୀକରଣ ହେଉ ଅବା ମଠ,ମନ୍ଦିର ପୁନଃ ଉଦ୍ଧାର, ସବୁଠି ଦିଶୁଛି ଚକାଚକା କହିବାକୁ ଗଲେ ବିକାଶ କୁ ନେଇ ବିଜେଡି ବେଶ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ସେପଟେ ମଠ,ମନ୍ଦିର ସ୍କୁଲରେ ଚୂନ ମାରି କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ବିଜେପି,କଂଗ୍ରେସ ୨ପ୍ରମୁଖ ରାଜନୀତିଙ୍କ ଦଳ ଅଭଯୋଗ ଆଣିଛନ୍ତିା ନିର୍ବାଚନକୁ ପୂର୍ବରୁ ବିଏସକେ ଓା, ଲକ୍ଷୀ୍ମ କାର୍ଡ, ଖେଳିଛି ବିଜେଡି,ସେପଟେ ବିଜେପି ୨୪ରେ କ୍ଷମତାକୁ ଆସିଲେ ଓଡିଶାବାସୀ ଚିଟଫଣ୍ଡ ଟଙ୍କା ଫେରିପାଇବେ ବୋଲି ବିଜେପି ନେତା ପ୍ରଦୀପ ପୁରୋହିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତିା ୨୪ରେ ବିଜେପି ୨୧ ଲୋକସଭାରୁ ୧୫ ସାଂସଦ ସିଟ୍ ନେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢକ୍ତି ପ୍ରକାଶ କରିିିିଥିବାବେଳ ରାଜ୍ୟ ମଙ୍ଗୁଆଳ ମନମୋହନ ସାମଲ କହିଛନ୍ତି ୨୪ରେ ଓଡିଶାରେ ବିଜେପି ସରକାର । କଂଗ୍ରେସରେ ନୂଆ ପ୍ରଭାରୀ ଡାକ୍ତର ଅଜୟ କୁମାର ଯୋଗଦାନ ପରେ ହାତ ଶିବିରରେ ଉତ୍ସାହ ସହ ନିର୍ବାଚନ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତାଙ୍କ ଘରବାହୁଡା ଦେଖିବାକୁ ମିଳୁଛିା ବିଜେଡି ଓଡିଶାରେ ଦଖଲ ସହ ନବୀନ ଷଷ୍ଠ ଥରଲାଗି ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧନ୍ତୁ ବୋଲିନେତା ଏ ଆଶା ବାନ୍ଧିଥିବାବେଳେ ଶାସକ ଦଳର ଆଶାକୁ ଫସରଫଟାଇବାକୁ ବିଜେପି ନେତା ଏ ଏବେଠୁ ରଣନୀତି କଲେଣି,ସେପଟେ ୨ଦଳ କଳିରେ କଂଗ୍ରେସ ଏହାର ଫାଇଦା ନେବା ଲକ୍ଷ୍ୟରେ ରହିଛିା
ଓଡିଶାରେ କିଏ ହାତଉଛି ୨୪ ସିହାଂସନ,କାହା ଉପରେ ଭରଷା କରୁଛି ଜନତ।।
Prev Post