ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ତାରାତାରିଣୀ ମନ୍ଦିର ପରିଦର୍ଶନ କଲେ ରାଜ୍ୟପାଳ। ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ଓଡିଶା ପ୍ରଦେଶର ମହାମହିମ ରାଜ୍ୟପାଳ ରଘୁବର ଦାସ ସର୍ବପ୍ରଥମେ ଗଞ୍ଜାମ ଜିଲ୍ଲାର ଇଷ୍ଟ ଦେବୀ ତାରାତାରିଣୀଙ୍କ ଦର୍ଶନ କରିଥିଲେ । ତାରାତାରିଣୀଙ୍କ ଦର୍ଶନ ପରେ ମନ୍ଦିରର ଚତୁର୍ଦ୍ଦିଗ ବୁଲି ଦେଖିଥିଲେ ଏବଂ ପ୍ରଶାସନ ଓ ମୁଖ୍ଯ ପୂଜାରୀଙ୍କ ସହ ମନ୍ଦିର ର କେମିତି ସୌନ୍ଦର୍ଯ୍ୟକରଣ ହେବ ତାହା ଆଲୋଚନା କରିଥିଲେ । ତାରାତାରିଣୀଙ୍କ ଦର୍ଶନ ପରେ ହୁମା ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ପୋଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରୁ ବାହାରି ଡିମିରା ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିଥିବା ଲାଭାର୍ଥୀ ମାନଙ୍କ ସହ ସାକ୍ଷାତ କରିଥିଲେ । ଡିମିରା ଗ୍ରାମର କାର୍ଯ୍ୟକ୍ରମ ସାରି ଚମାଖଣ୍ଡି ସ୍ଥିତ ସେଣ୍ଟ୍ରାଲ ଫୁଡ୍ ପ୍ରୋସେସିଂ ୟୁନିଟ୍ ଗସ୍ତ କରି WSHG ସଦସ୍ଯ ମାନଙ୍କ ସହ ସାକ୍ଷାତ କରିଥିଲେ । ସେଠାରୁ କାର୍ଯ୍ୟକ୍ରମ ସାରି କୁକୁଡ଼ାଖଣ୍ଡି ସ୍ଥିତ ମିନି ଷ୍ଟାଡିୟମରେ ଗ୍ରାମବାସୀ , ଚାଷୀ ଏବଂ ମତ୍ସଜୀବୀ ମାନଙ୍କୁ ମିଶି ଜନ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସୁଦର୍ଶନ ପରିଡା।
ବ୍ରହ୍ମପୁର