ଖବର ଆଜିର …ତାରିଖ ୧୩/୦୧/୨୪, ଶନିବାର

୧-ବଡ଼ ଓ ସ୍ପଷ୍ଟ ଅକ୍ଷରରେ ଲେଖିବେ ଡାକ୍ତର: ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଜାରି।ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ନିର୍ଦ୍ଦେଶ।

୨-ଆସନ୍ତା ୧୯ରେ ହେବ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଟି ଟେଷ୍ଟ ପରୀକ୍ଷା। ମୋଟ୍ ୪୭ହଜାର ୭୮୪ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା।

୩-ପୁରୀ: ପରିକ୍ରମା ମାର୍ଗ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଆଚାର୍ଯ୍ୟବରଣ ଓ ଅଙ୍କୁରାରୋପଣ ଅନୁଷ୍ଠିତ।

୪-କୃଷି ୠଣ ଆବେଦନ ପାଇଁ ସଫଲ ପୋର୍ଟାଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,୭ ଦିନରେ ଚାଷୀଙ୍କୁ ମିଳିବ ୠଣ।

୫-ଭୁବନେଶ୍ୱର:ଆଜିଠୁ ବଢ଼ିବ ଶୀତ,୧୫ ଯାଏଁ ଘନ କୁହୁଡି ସମ୍ଭାବନା।

୬-ବ୍ରହ୍ମପୁର:ତ୍ରିକୋଣୀୟ ପ୍ରେମରୁ ବିଷ୍ଣୁଗୌଡ଼ଙ୍କ ହତ୍ୟା ମାମଲାର ଚୂଡାନ୍ତ ରାୟ, ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ ଜେଲ୍ ଦଣ୍ଡ।

୭-ଏବର୍ଷ ହୀରାକୁଦକୁ ଆସିଛନ୍ତି ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ, ଗତବର୍ଷ ଅପେକ୍ଷା ବଢିଛି ପ୍ରଜାତି ଓ ସଂଖ୍ୟା।

୮-ଶିକ୍ଷାବିତ୍ ଓ ସମାଜସେବୀ ଡ଼.ଅଚ୍ଯୁତ ସାମନ୍ତଙ୍କୁ ତାଇଓ୍ବାନର ହୁଆଫୋନ ବିଶ୍ବବିଦ୍ୟାଳୟରୁ ସମ୍ମାନ ସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ।

୯-ଜାତୀୟ ଯୁବ ଦିବସ ଅବସରରେ ସମ୍ମାନିତ ହେଲେ ସାମ୍ବାଦିକା ପ୍ରଜ୍ଞା ଚୌଧୁରୀ।

୧୦-କଟକ: ସାଂସଦ ବିଧାୟକଙ୍କ ଫୈ।ଜଧାରୀ ମାମଲା ପ୍ରସଙ୍ଗ , ରାଜ୍ୟ ସରକାର ସତ୍ଯ ପାଠ ଦେବାକୁ ହାଇକୋର୍ଟର ନିର୍ଦ୍ଦେଶ।

୧୧-ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ, ଘୋଷଣା କଲେ ସୁର ରାଉତରାୟ।

୧୨-ଚାରିଆଡ଼େ କୁଢ଼ କୁଢ଼ ଅଳିଆ, ସ୍ୱଚ୍ଛତା ତାଲିକାରେ ତଳକୁ ଖସିଲା ଷ୍ଟିଲ ସିଟି।ଚଳିତ ବର୍ଷ ବହୁ ତଳକୁ ଖସି ୧୧୯ ନମ୍ବରରେ ପହଞ୍ଚିଛି।

୧୩-କଟକ:SI ଚୟନରେ ବ୍ୟାପକ ଅନିୟମିତତା ଅଭିଯୋଗ, ରିକ୍ରୁଟମେଣ୍ଟ ବୋର୍ଡ଼ ଓ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ।

୧୪-ଓଡ଼ିଶାରେ ବଲିଉଡ୍ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି : ହସ୍ତଶିଳ୍ପ, ହସ୍ତତନ୍ତ ଓ କଳା କାରୁକାର୍ଯ୍ୟର କଲେ ପ୍ରଶଂସା।

୧୫-ଭୁବନେଶ୍ୱର:ଭିଜିଲାନ୍ସ ହାବୁଡରେ ଟ୍ରାଫିକ୍ ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା, ନଗଦ ୨୪ ଲକ୍ଷ ଟଙ୍କା ଜବତ।

୧୬-ଅଯୋଧ୍ୟା ପ୍ରାଣପ୍ରତିଷ୍ଠା ଉତ୍ସବକୁ ନେଇ ଦୁଇ ଭାଗ କଂଗ୍ରେସ । କଂଗ୍ରେସର ବୟକଟ ଅଯୋଧ୍ୟାକୁ ନାପଶନ୍ଦ କଲେ ଦଳର ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନମ।

୧୭-ଅଭେଦ୍ୟ ଦୁର୍ଗ ଅଯୋଧ୍ୟା; AI କ୍ୟାମେରା ନଜରରେ ପୁରା ସହର,ମୁତୟନ ରହିବେ ବମ୍ ସ୍କ୍ୱାର୍ଡ।

୧୮-ଦେଶର ଦୀର୍ଘତମ ସମୁଦ୍ର ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ-ନଭି ମୁମ୍ବାଇକୁ ଯୋଡିବ ୨୨ କିଲୋମିଟର ଅଟଳ ସେତୁ।

୧୯-ଡିସେମ୍ବର​ରେ ଭାଙ୍ଗିଲା ଚାରି ମାସର ରେକର୍ଡ, ୫.୬୯ ପ୍ରତିଶତକୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି।

୨୦-ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ସେନାରେ ସାମିଲ ହେବ ଅତ୍ୟାଧୁନିକ ମିସାଇଲ ଆକାଶ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.