ବାଲିଆପାଳ ଶ୍ରୀହନୁମାନ ମନ୍ଦିରରେ ମହାଯଜ୍ଞ ଓ ନଗର ପରିକ୍ରମା।

ବାଲିଆପାଳ,୨୨/୧ (ନ.ନ୍ଯୁ.ସ.)ଦୀର୍ଘ ୫ଶହ ବର୍ଷର ତପସ୍ୟା, ବଳିଦାନ,ଧ୍ଵଂସ, ବର୍ବରତା ,ରକ୍ତ ରଞ୍ଜିତ ନିଷ୍ପେସିତ ଅଧ୍ୟାୟର ଅନ୍ତ ଘଟିଲା।

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା  ହେଲା।ଏହି ଅବସରରେ ବାଲିଆପାଳ ଶ୍ରୀହନୁମାନ ମନ୍ଦିରରେ ଶ୍ରୀରାମ ମହାଯଜ୍ଞ ସହିତ ଶ୍ରୀରାମ ସଂକୀର୍ତ୍ତନରେ ନଗର ପରିକ୍ରମା କରାଯାଇଥିଲା।ପୂର୍ବାହ୍ନରେ ମହିଳାଙ୍କ ଦ୍ଵାରା ଶଙ୍ଖ ଧ୍ୱନି ପରେ ମନ୍ଦିର ପରିସରରେ ଶ୍ରୀରାମ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବା ପରେ ପୂର୍ଣ୍ଣାହୁତି ହୋଇଥିଲା।ଏଥି ସହିତ ଶତାଧିକ ମହିଳା ଓ ପୁରୁଷ  ରାମଭକ୍ତ ମାନେ ମନ୍ଦିର ପରିସରରୁ ଶୁଭାଯାତ୍ରା ବାହାରି ପାରୁଳିଆ ଛକ,ବ୍ଲକ ଛକ,ସିମୁଳିଆ ବଜାର ଦେଇ ଜଗନ୍ନାଥ ମନ୍ଦିର ପରିକ୍ରମା କରି ଫିଜିକାଲ କଲେଜ ଛକ,ବାଲିଆପାଳ ବସଷ୍ଟାଣ୍ଡ ଆଦି ପରିକ୍ରମା କରି ମନ୍ଦିରରେ ପହଞ୍ଚି ପ୍ରସାଦ ଗ୍ରହଣ କରିଥିଲେ।ଶିଶୁମନ୍ଦିର ପିଲାମାନେ ରାମ,ସୀତା,ଲକ୍ଷ୍ମଣ ଓ ହନୁମାନ ବେଶରେ ସଜେଇ ହୋଇ ନଗର ପରିକ୍ରମାରେ ଯାଇଥିଲେ।ଭବ୍ୟ କାର୍ଯ୍ୟକ୍ରମରେ ବାଲିଆପାଳ ପୁରା ଗୈରିକ ମୟ ହୋଇ ଥିବା ବେଳେ ଭବ୍ୟ ପରିବେଶ ମଧ୍ୟରେ ରାମ ଧ୍ଵନି ରେ ବାଲିଆପାଳ ପ୍ରକମ୍ପିତ ହୋଇ ଉଠିଥିଲା ।ମନ୍ଦିର ପରିଚାଳନା କମିଟି ସଭାପତି ମୃତ୍ୟୁଞ୍ଜୟ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହି ପରି କାଳିପଦା ବଜାରରେ ରାମଭକ୍ତ ମାନଙ୍କ ଦ୍ୱାରା ସକାଳ  ଠାରୁ ସନ୍ଧ୍ୟା।ପର୍ଯ୍ୟନ୍ତ ରାମ ଖେଚୁଡ଼ି ବଣ୍ଟାଯାଇଥିବା ବେଳେ ଜାମକୁଣ୍ଡା,ବିଷ୍ଣୁପୁର,କରଞ୍ଜ, ମଧୁପୁରା, ସାଉଡି ଆଦି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.