କଲେଜ ଅଧ୍ୟକ୍ଷା ଙ୍କ ଘରୁ ସୁନା ଓ ଟଙ୍କା ଚୋରି।

ହାଟଡିହି ବିଶ୍ଵ ତାରିଣୀ କଲେଜ ଅଧ୍ୟକ୍ଷା ଙ୍କ ବାସ ଭବନ ତଥା ସୁଲଣ ଯିବା କେନାଲ ରୋଡ ନିକଟରେ କରିଥିବା ଘରୁ ସୋମ ବାର ରାତି କିଛି ଦୂର୍ବୁକ୍ତ ମାନେ ପଶି ସୁନା ଗହଣା ଓ ଟଙ୍କା ନେଇ ଯାଇଥିବା ଦେଖିବାକୁ ମିଳିଛି। ଯାହାକି ସୂଚନା ଅନୁଯାୟୀ କଲେଜ ଅଧ୍ୟକ୍ଷା ଉଷାରାଣୀ ଦାସ ସୋମବାର ଦିନ କଲେଜ କାମ ରେ ଭୁବେନେଶ୍ୱର ଯାଇଥିବା ବେଳେ ତାଙ୍କ ଗ୍ରିଲ, କବାଟ, ଲକର ଭାଙ୍ଗି ନଗଦ ୫୦ହଜାର ଟଙ୍କା ଓ ସୁନା ଗହଣା  ଏଗାର ଭରି ରୁ ଉର୍ଦ୍ଧ୍ବ ହେବ ବୋଲି ଅଧ୍ୟକ୍ଷା କହିଥିବା ବେଳେ ଏନେଇ ନନ୍ଦିପଦା ଥାନା ଏକ ମାମଲା ରୁଜୁ କରିଛନ୍ତି। ଯାହାକୁ ନେଇ ନନ୍ଦିପଦା ପୁଲିସ ଅଧ୍ୟକ୍ଷା ଙ୍କ ପଡୋଶୀ ପାଖରେ ଥିବା ସିସି ଟିଭି ଗୁଡ଼ିକ ଯାଞ୍ଚ ଜାରି ରଖିଛି। ତାହା ସହ ଦିନ କୁ ଦିନ ଅଞ୍ଚଳ ରେ ଚୋରି ବଢ଼ୁ ଥିବାରୁ ପୋଲିସ ର ନିଷ୍କ୍ରିୟତା ଲୋକଙ୍କ ପାଇଁ ବଡ ସମସ୍ୟା ସୃଷ୍ଟି ହେଉଛି। ଅପେକ୍ଷା ଏପରି ଅନେକ ବାର ଘଟଣା ଘଟିବା ପରେ ପୁଲିସ ଚୋର ଙ୍କୁ ଧରୁଛି ନା କେବଳ ମାମଲା ରେ କଥା ସୀମିତ ରହୁଛି।

Leave A Reply

Your email address will not be published.