ବାସୁଦେବପୁର ୨୩/୧ ( )ଅଯୋଧ୍ୟା ଠାରେ ପ୍ରଭୃ ରାମ ଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବରେ ସାରା ଭାରତ ବର୍ଷ ଉତ୍ସବ ମୁଖର ହୋଇଉଠିଥିବା ସମୟରେ ସେଥିରୁ ବାଦ ପଡିନାହିଁ ବାସୁଦେବପୁର ବ୍ଳକ ପଦ୍ମପୁର ପଞ୍ଚାୟତ ସରତରପୁର ଗାଁ । ରାମ ରାମ ଧୂନୀରେ ଫାଟି ପଡୁଛି ଗାଁ ଦାଣ୍ଡ । ଛୋଟ ଠାରୁ ବୟସ୍କ ଙ୍କ ପର୍ଯନ୍ତ ରାମ ଧୂନୀରେ କମ୍ପୁଛି ସରତରପୁର ଗାଁ । ସକାଳ ସମୟରେ ଗ୍ରାମରେ ଥିବା ରାମ ମନ୍ଦିର ନିକଟରେ ସମସ୍ତେ ଏକତ୍ରୀତ ହୋଇ ପୂଜାର୍ଚ୍ଚନା କରିଥିଲେ । ଦିନ ତମାମ ଶଙ୍ଖ ଘଣ୍ଟା ଓ ରାମ ନାମରେ ଆଧାତ୍ମିକ ପରିବେଶ ସୃଷ୍ଟି କରିଛି ସରତରପୁର ଗାଁ । ଗ୍ରାମର ପ୍ରତ୍ୟେକ ଙ୍କ ଘର ଦୁଆର କଳସ ବସାଇବା ସହିତ ନିଜ ନିଜର ଘରେ ଦୀପ ପ୍ରଜ୍ବଳନ କରିଛନ୍ତି । ମନ୍ଦିର ନିକଟରେ ପ୍ରସାଦ ସେବନ କରାଯାଇଥିଲା ।ସଂଧ୍ୟାରେ ସମୟରେ ସମୁହ ଏକତ୍ରୀତ ହୋଇ ଦୀପ ଜଳାଇ ଉକ୍ତି ମୟ ପରିବେଶ ସୃଷ୍ଟି କରିଛନ୍ତି ।