ସକାଳର ଖବର, ୨୫-ଜାନୁଆରୀ-୨୦୨୪, ଗୁରୁବାର



➡️୧-ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ କୋଇଲା ବାଷ୍ପୀକରଣ ପ୍ଲାଣ୍ଟ, ବ୍ୟୟ ହେବ ୧୧,୭୮୨ କୋଟି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍‌ କମିଟି (ସିସିଇଏ)ବୈଠକରେ ମିଳିଲା ମଞ୍ଜୁରୀ l

➡️୨-୧.୭୫ ଲକ୍ଷଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାଗଣାରେ ଦେଖାଇବେ ରାଜ୍ୟ ସରକାର l ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରୁ ଆରମ୍ଭ l ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ଭୋଟରମାନେ ଆସିବେ।

➡️୩-ଆସନ୍ତା୨୭ ତାରିଖରୁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ମା ସମଲେଶ୍ୱରୀଙ୍କ ମନ୍ଦିରରେ ହେବ ଐତିହାସିକ ଯଜ୍ଞ ଓ ଚଣ୍ଡୀପାଠ l

➡️୪-ଭାରତର ୭୫ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ତାଙ୍କର ସ୍ବାଗତ ପାଇଁ ଜୟପୁର ଓ ନୂଆଦିଲ୍ଲୀରେ ଭବ୍ୟ ଯୋଜନା l

➡️୫-ରାତିରେ ଥଣ୍ତା। ଦିନରେ ବି ଥଣ୍ଡା। ଉପକୂଳରୁ ଉପାନ୍ତ ହେଉ ଅଥବା ଭୁବନେଶ୍ବରରୁ ଅନୁଗୁଳ। ଗତ ୩୬ ଘଣ୍ଟା ହେଲା ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ଦିନର ତାପମାତ୍ରା ୧୧ ଡିଗ୍ରି ପର୍ଯ୍ୟନ୍ତ ଖସିଗଲା l

➡️୬-ଦ୍ୱିତୀୟ ଦିନରେ ମଧ୍ୟ ରାମ ଦରବାରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଦେଶର କୋଣଅନୁକୋଣରୁ ଅଯୋଧ୍ୟାକୁ ଧାଇଁ ଆସୁଛନ୍ତି ରାମଭକ୍ତ । ଅଯୋଧ୍ୟା ଆସୁଥିବା ଭିଭିଆଇପି ବ୍ୟକ୍ତିଙ୍କୁ ୧୦ ଦିନ ପାଇଁ ଅଯୋଧ୍ୟା ନଆସିବାକୁ ହେଲା ଅପିଲ l

➡️୭-ଏଣିକି ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ l ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଦେଲେ ସୂଚନା l

➡️୮-5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ କଲେ ଲୋକାର୍ପିତ l

➡️୯-‘ଡେଥ୍‌ ଜୋନ୍‌’ ପାଲଟିଥିବା ମୟୂରଭଞ୍ଜ ବାଙ୍ଗିରିପୋଷି ବ୍ଲକ୍‌ ୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ଧଉଳି ଗଣନାଟ୍ୟର ଯାତ୍ରାପାର୍ଟି ଟ୍ରକ୍‌ ଓଲଟି ୬ ମୃତ l ୨୦ ଫୁଟ୍‌ ତଳକୁ ଖସି ହେଲା ଖଣ୍ଡଖଣ୍ଡ l ୯ ଜଣ ଗୁରୁତର ଆହତ l ୩ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ l

➡️୧୦-ଅନ୍ତରୀଣ ବଜେଟ୍ ପୂର୍ବରୁ ହାଲୁଆ ସେରମନିରେ ସାମିଲ ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ l ଏଥିର ପ୍ରତିରକ୍ଷା ବଜେଟ୍ ୬.୫ ଲକ୍ଷ କୋଟି ଟପିପାରେ, ପେନ୍‌ସନ୍‌ରେ ବି ବୃଦ୍ଧି ଅନୁମାନ l

➡️୧୧-ରସାୟନ ବିଜ୍ଞାନ, ପଦାର୍ଥବିଦ୍ୟା ଓ ଲାଇଫ୍ ସାଇନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୯ ଜଣଙ୍କ ମଧ୍ୟରେ ୩ ଜଣ ଭାରତୀୟ ଯୁବ ବିଜ୍ଞାନୀଙ୍କୁ ମିଳିଲା ଇଂଲଣ୍ଡର ସମ୍ମାନଜନକ ‘ବ୍ଲାଭାନ୍ତିକ ଆୱାର୍ଡସ୍ ଫର୍ ୟଙ୍ଗ୍ ସାଇଣ୍ଟିଷ୍ଟସ’ ପୁରସ୍କାର l ଫେବ୍ରୁଆରି ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ସେମାନଙ୍କୁ ମାନପତ୍ର ସହ ମୋଟ ୪୮୦,୦୦୦ ପାଉଣ୍ଡର ପୁରସ୍କାର ରାଶି ପ୍ରଦାନ କରାଯିବ।

➡️୧୨-ସୁରକ୍ଷା ନିୟମ ଉଲ୍ଲଂଘନ ଅଭିଯୋଗରେ ଏୟାର ଇଣ୍ଡିଆ ଉପରେ ୧.୧ କୋଟି ଟଙ୍କାର ଜରିମାନା ହେଲା ଲାଗୁ l

➡️୧୩-ଇଣ୍ଡିଆ ମେଣ୍ଟରେ ବଢିଲା ସଙ୍କଟ, ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇନପାରିବା ଯୋଗୁଁ ଏଣିକି ଆଉ କଂଗ୍ରେସ ସହ ମେଣ୍ଟ କରିବେନି ମମତା, କେଜ୍ରିୱାଲ l

➡️୧୪-GIFT IFSC ରେ ଅନ୍ତର୍ଜାତୀୟ ଏକ୍ସଚେଞ୍ଜରେ ପ୍ରତ୍ୟକ୍ଷ ତାଲିକାଭୁକ୍ତ ହେବା ପାଇଁ ଭାରତୀୟ କମ୍ପାନୀକୁ ମିଳିଲା ଅନୁମତି l ଏହାଦ୍ୱାରା ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବା ସହ ଭାରତୀୟ କମ୍ପାନୀଗୁଡିକ ପାଇଁ ବିକାଶର ସୁଯୋଗ ମଧ୍ୟ ରହିବ।

➡️୧୫-ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଲେ ଘୋଷଣା, କଂଗ୍ରେସ ନେତା ରାହୁଲ ଗାନ୍ଧି ଲଗାତାର ଆଇନ ବିରୋଧୀ କାମ କରିଚାଲିଛନ୍ତି ଏବଂ ଏଥିପାଇଁ ତାଙ୍କୁ ଆଗାମୀ ଦିନରେ ଗିରଫ କରାଯିବ।

➡️୧୬-ସେନା ପାଇଁ ବଡ଼ ଉପଲବ୍ଧି। ପ୍ରଥମ ଥର ବିଏସଏଫ କଶ୍ମୀର ଘାଟିର ନିୟନ୍ତ୍ରଣ ରେଖା (ଏଲଓସି)ରେ ମୁତୟନ ହେଲେ ବିଏସଏଫ ମହିଳା ଯବାନ l

➡️୧୭-ୟୁକ୍ରେନ ସୀମା ନିକଟ ଦକ୍ଷିଣ ବେଲଗୋରଡରେ ରୁଷ୍‌ ପରିବହନ ବିମାନକୁ କ୍ଷେପଣାସ୍ତ୍ର ମାଡ଼: ୬୫ ୟୁକ୍ରେନ ବନ୍ଦୀଙ୍କ ସମେତ ୭୪ ଜଣଙ୍କର ହେଲା ମୃତ୍ୟୁ l

➡️୧୮-ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ହେବ ଆରମ୍ଭ l

➡️୧୯-ଛଅ ଥର ବିଶ୍ୱ ଚାମ୍ପିଅନ୍ ତଥା ୨୦୧୨ ଅଲିମ୍ପିକ୍ ପଦକ ବିଜେତା ମଙ୍ଗଟେ ଚୁଙ୍ଗନେଜାଙ୍ଗ ମେରି କମ୍ ଗତକାଲି ନିଜକୁ ବକ୍ସିଂରୁ କଲେ ଅବସର ଘୋଷଣା l

➡️୨୦-ଇଂଲଣ୍ଡର ଯୁବ ସ୍ପିନର ଶୋଏବ ବଶୀରଙ୍କୁ ମିଳିଲା ଭିସା, ଟେଷ୍ଟ ସିରିଜ୍ ଖେଳିବାକୁ ଆସିବେ ଭାରତ l ଆସନ୍ତା ଶନିବାର କିମ୍ବା ରବିବାର ସେ ଭାରତରେ ପହଞ୍ଚିବେ।

Leave A Reply

Your email address will not be published.