କେନ୍ଦ୍ରାପଡ଼ା ରାଜରାସ୍ତାରେ ଉଡିଲା ୧କି,ମି ଲମ୍ବର ଜାତୀୟ ପତାକା ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ଆଜି ତ୍ରୀରଙ୍ଗା ମୟ ହୋଇଛି କେନ୍ଦ୍ରାପଡ଼ା ସହର। ଦୀର୍ଘ ୧ କିଲୋମିଟର ଲମ୍ବର ଜାତୀୟ ପତାକା ଧରି ସହର ପରିକ୍ରମା କରିଛନ୍ତି ହଜାର ହଜାର ସ୍କୁଲ ଛାତ୍ର ଛାତ୍ରୀ। ଦୁଇ ଜନନାୟକଙ୍କ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ଘରୋଇ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଆୟୋଜିତ ଏଭଳି ନିଆରା କାର୍ଯ୍ୟକ୍ରମକୁ ସବୁ ବର୍ଗ ଲୋକ ପ୍ରସଂସା କରିଛନ୍ତି। ଇଚ୍ଛାପୁର ରଥ ଦାଣ୍ଡରୁ ବାହାରିଥିବା ଏହି ତ୍ରିରଙ୍ଗା ପତାକା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ,କେନ୍ଦ୍ରାପଡ଼ା ପୌରପାଳିକା ପୌରଧ୍ୟକ୍ଷା ସରିତା ସାହୁ,ମିଳିତ ଭାବେ ଆରମ୍ଭ କରିଥିଲେ। ଏସ୍ପି ସନ୍ଦୀପ ସମ୍ପଦ ମଚକର,ସିପୀଆଇଏମ ଗୟାଧର ଧଳ,ସିପିଆଇ ନେତା ରମଣୀ ରଞ୍ଜନ ଷଡ଼ଙ୍ଗୀ,କଂଗ୍ରେସ ନେତା ହିଫକୁ ରହେମନ୍,ଶ୍ରମିକ ନେତା ମୁକ୍ତାର ଖାଁ ଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର ମାନେ ଶୋଭାଯାତ୍ରାରେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। କେନ୍ଦ୍ରାପଡ଼ାର ବିଭିନ୍ନ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସୁଦୂର ରାଜସ୍ଥାନରୁ ଆସିଥିବା ଏହି ବିଶାଳ ୧କି.ମୀ ଲମ୍ବର ଜାତୀୟ ପତାକା କୁ ହଜାର ହଜାର ଛାତ୍ର ଛାତ୍ରୀ ହାତରେ ଧରି କେନ୍ଦ୍ରାପଡ଼ା ସହର ପରିକ୍ରମା କରିଥିଲେ। ରାସ୍ତାରେ ସମ୍ବାଦ ସହିତ୍ୟଘର ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆୟୋଜକ ଓ ପିଲାମାନଙ୍କୁ ସ୍ବାଗତ ସମ୍ବର୍ଧନା ଦିଆଯାଇଥିଲା। ତିନିମୁହାଣି ରେ ଶୋଭାଯାତ୍ରା ପହଞ୍ଚିବା ପରେ କେନ୍ଦ୍ରାପଡ଼ା କଲେଜ ଭିତର ଦେଇ ଭାରତୀ ବିଦ୍ୟା ମନ୍ଦିରରେ ଏହାର ପରିସମାପ୍ତି ଘଟିଥିଲା। ପାଖାପାଖି 7 କିଲୋମିଟରରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରିଥିବା ଏହି ଶୋଭାଯାତ୍ରାକୁ ଘରୋଇ ସ୍କୁଲ ସଙ୍ଗଠନ ସଭାପତି ନିରଞ୍ଜନ ବେହେରା,ସମ୍ପାଦକ ରଞ୍ଜନ ବିଶ୍ଵାଳ,ଚିତ୍ତରଞ୍ଜନ ଆଚାର୍ଯ୍ୟ,ଅମର ପ୍ରସାଦ ସିଂହ,ସୁରେନ୍ଦ୍ରନାଥ ପତି, ସମେତ ଓଡିଶା ସିଭିଲ ଡିଫେନ୍ସ ଆଶ୍ସୋସିଏସନ ର ମେମ୍ବର ମାନେ ଭିଡ ନିଅନ୍ତ୍ରଣ, କରିଥିଲେ, ବଜ଼ାର କମିଟି ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ଜଳ ଓ ଦହି ପାଣି ବଣ୍ଟନ କରାଯାଇଥିଲା, ଯୁବ ସମାଜ ସେବୀ ସମୀର କୁମାର ପ୍ରଧାନ ଓ ସୌମ୍ୟ ରଞ୍ଜନ ବଳ ଉପସ୍ଥିତ ରହି ପରିଚାଳନା କରିଥିଲେ।