ଭଞ୍ଜନଗର, : ଘୁମୁସର ଜିଲ୍ଲା ଗଠନ ପାଇଁ ସ୍ବର ଶାଣିତ କରିବାକୁ ଘୁମୁସର ବାହିନୀ ପଣ କରିଛି । ପୂର୍ବରୁ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଘୁମୁସର ଜିଲ୍ଲା ଗଠନ ପ୍ରସଙ୍ଗରେ ଅଞ୍ଚଳବାସୀ ଙ୍କୁ ସଚେତନତା କରିବା ସହ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କୁ ଚିଠି ମାଧ୍ୟମରେ ଘୁମୁସର ବାହିନୀ ଅବଗତ କରାଇଛି। ଏଥି ସହିତ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,ସୋରଡା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ,ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଙ୍କୁ ଭେଟି ଦାବି ଉପସ୍ଥାପନ କରାଯାଇଛି। ଏଥି ସହିତ ରାଜସ୍ୱ ମନ୍ତ୍ରୀ ଓ ସଚିବ ଙ୍କୁ ମଧ୍ୟ ଚିଠି ମାଧ୍ୟମରେ ତଥ୍ୟ ଉପସ୍ଥାପନ କରାଯାଇଛି। ଜିଲ୍ଲା ଗଠନ ପ୍ରତି ସରକାର ନୀରବତା ପ୍ରକାଶ କରୁଥିବା ବେଳେ ଆନ୍ଦୋଳନ କୁ ବ୍ୟାପକ ପାଇଁ ସ୍ଵର ଶାଣିତ କରିବାକୁ ପଣ କରିଛି ଘୁମୁସର ବାହିନୀ। ଏହି ପରିପ୍ରେକ୍ଷୀରେ ଗୁଜୁରାଟ ର ସୁରଥ ରେ ରହି କାଯ୍ୟ କରୁଥିବା ଉପଖଣ୍ଡର ବିଭିନ୍ନ ବ୍ଳକର ପ୍ରଭାସୀ ଓ ବିଭିନ୍ନ ସଂଘଠନ ର କର୍ମକର୍ତ୍ତା ଙ୍କ ସହ ଘୁମୁସର ବାହିନୀ ସଦସ୍ୟ ନଚିକେତା ପ୍ରଧାନ ଆଲୋଚନା କରିଛନ୍ତି। ଜିଲ୍ଲା ଗଠନ ନେଇ ବିଭିନ୍ନ ସ୍ଥାନରେ ସଚେତନତା କରାଇବା ସହିତ ସୁରଥ ର ଅନେକ ସ୍ଥାନରେ ଜିଲ୍ଲା ଦାବି ଏବଂ ଜିଲ୍ଲା ଗଠନର ଆବଶ୍ୟକତା ର ପୋଷ୍ଟର ଘୁମୁସର ବାହିନୀ ପକ୍ଷରୁ ଲଗାଇ ଯାଇଛି। ଆଗାମୀ ଦିନରେ ସୁରଥ ରେ ରହୁଥିବା ଉପଖଣ୍ଡର ଓଡ଼ିଆ ଭାଇ ମାନଙ୍କୁ ନେଇ ଘୁମୁସରିଆ ସମ୍ମିଳନୀ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସଦସ୍ୟ ମାଧବ ନାୟକ କହିଛନ୍ତି। ଅପରପକ୍ଷରେ ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଉପଖଣ୍ଡ ବାସୀ ଙ୍କ ପାଇଁ ଜିଲ୍ଲା ପ୍ରସଙ୍ଗ ଏକ ପ୍ରମୁଖ ଦାବି ହୋଇଛି। ସୁରଥ ରେ ଉପଖଣ୍ଡର ବହୁ ଓଡ଼ିଆ ଯୁବକ ରହୁଥିବା ବେଳେ ଜିଲ୍ଲା ଗଠନ କୁ ସମର୍ଥନ ଜଣାଇଛନ୍ତି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି।