ଓଡିଶା ପାନୀୟ ନିଗମରୁ  ୯.୪୧କୋଟି ଲାଭ

ଭୁବନେଶ୍ୱର : ଓଡିଶା ପାନୀୟ ନିଗମ ୨୦୨୨-୨୩   ଆର୍ଥିକ ବର୍ଷରେ ୭୪୫୬.୬୪  କୋଟି ଟଙ୍କା କାରବାର କରିଛି । ଉତ୍ପାଦନ ଶୁଳ୍କ ଭାବରେ ନିଗମ ତରଫରୁ ରାଜ୍ୟ ସରକାରଙ୍କ ଠାରେ ୫୨୬୭.୬୯ କୋଟି ଟଙ୍କା ଓ ମୂଲ୍ୟଯୁକ୍ତ କର(ଭାଟ) ଆକାରରେ ୨୫୧୨.୮୩ କୋଟି ଦାଖଲ କରାଯାଇଛି ।

କର ବାବଦକୁ ଦେୟ ପରେ ନିଗମ ୩୧.୩୮ କୋଟି ଟଙ୍କା ଲାଭ କରିଥିବା ଜଣାଯାଇଛି । ତେବେ  ନିଗମ ତରଫରୁ  ଏହାର ମୋଟ ଲାଭାଂଶରୁ ରାଜ୍ୟ ସରକାରଙ୍କ ଅଂଶ ଭାବରେ ୯.୪୧କୋଟି ଟଙ୍କା ଆଜି ପ୍ରଦାନ କରାଯାଇଛି ।

ଆଜି    ରାଜ୍ୟ  ପଞ୍ଜାୟତିରାଜ, ପାନୀୟ ଜଳ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହି ଅର୍ଥ ଚେକ୍ ଆକାରରେ ମୁଖ୍ୟଶାସନ ସଚିବ   ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅମ୍ବର କୁମାର କର ଏବଂମୁଖ୍ୟ ସାଧାରଣ ପରିଚାଳକ ଶ୍ରୀ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ  ଉପସ୍ଥିତ ଥିଲେ । 

Leave A Reply

Your email address will not be published.