ଖବର ସାରାଂଶ…ତାରିଖ ୨୮-୦୧-୨୦୨୪/ରବିବାର

୧-ସମ୍ବଲପୁର:ମା’ଙ୍କ ମନ୍ଦିରର ଶୁଭ୍ର ଜ୍ୟୋସ୍ତ୍ନାରେ ଭକ୍ତ ବିମୁଗ୍ଧ, ପୀଠରେ ସ୍ୱର୍ଗୀୟ ଓ ଦିବ୍ୟ ପରିବେଶ , ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।

୨-ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉପଲକ୍ଷେ ପଞ୍ଚାୟତରେ ହେବ ଓଡ଼ିଆ ଉତ୍ସବ,ପ୍ରତି ପଞ୍ଚାୟତ ସମିତିକୁ ୫୦ ହଜାର ଓ ପଞ୍ଚାୟତକୁ ୨୦ ହଜାର ଅନୁଦାନ ମିଳିବ।

୩-ଭୁବନେଶ୍ୱର:ଦୁଇ ଦିନ ପରେ କମିବ ଶୀତ,୧ ଓ ୨ରେ ପୁଣି ବର୍ଷା ସମ୍ଭାବନା।

୪-ନୂଆଦିଲ୍ଲୀ:ଆଜି ୭୫ ବର୍ଷରେ ପଦାର୍ପଣ କରିବ ସର୍ବୋଚ୍ଚ ନ୍ୟାୟାଳୟ।

୫-୨୦୨୪ ଲୋକସଭା ନିର୍ବାଚନ:୯୬ କୋଟି ପଞ୍ଜିକୃତ ଭୋଟର। ଏପ୍ରିଲ କିମ୍ବା ମେ’ ରେ ନିର୍ବାଚନ ସମ୍ଭାବନା।

୬-ବଣାଇ:ଟ୍ରକଚକ ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଉତ୍ତେଜନା।

୭-ସାକାର ହେଲା ଶିମିଳିପାଳ ଅଭୟାରଣ୍ୟ ଭିତରେ ରହୁଥିବା ଅଧିବାସୀଙ୍କ ସ୍ୱପ୍ନ। ଦୀର୍ଘ ଦିନ ପରେ ଲୋକଙ୍କ ଘରେ ଜଳିଲା ବିଜୁଳି ଆଲୁଅ।

୮-କିଟ୍ ଓ କିସ୍ ପକ୍ଷରୁ ଆଜି ଓଡ଼ିଶାର ୫୫ଟି ସ୍ଥାନରେ ମିନି ମାରାଥନ ଅନୁଷ୍ଠିତ ହେବ।

୯-କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର। ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲୁଟୁଥିଲେ ଟଙ୍କା।

୧୦-ବାଲେଶ୍ଵର:ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ,୧୦ ବର୍ଷ କାରାଦଣ୍ଡ ।

୧୧-ନୟାଗଡ଼ ଦଶପଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକନିକ୍ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ୩ଜଣ ସ୍କୁଲ ଛାତ୍ରୀ ମୃତ, ୧୧ ଗୁରୁତର ଆହତ।

୧୨-ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ।

୧୩-କାମାକ୍ଷାନଗର:ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣଙ୍କର ମୃତ୍ୟୁ।

୧୪-ଧର୍ମଗଡ଼:ପାଣିଟାଙ୍କି ଉପରେ ଚଢି ଶ୍ରମିକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରିବାକୁ ନାକେଦମ୍ ଅଗ୍ନିଶମ କର୍ମଚାରୀ।

୧୫-ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ ଦ୍ୱାରା ଫେବୃଆରୀ ୧ରୁ ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ଅନୁଷ୍ଠିତ ହେବ।

୧୬-ରାଉରକେଲା:ବନ୍ଧାହେଲେ ୬ ସାଇବର ଠକ, ଇନ୍ଦିରା ଇନଭେଷ୍ଟମେଣ୍ଟ ନାଁରେ ଆପ୍ ଖୋଲି ଲୋକଙ୍କୁ ଠକୁଥିଲେ।

୧୭-ବୈଜୟନ୍ତ ୟୁପି ଇଲେକ୍ସନ ଇନଚାର୍ଜ; ନିର୍ବାଚନୀ ବୈତରଣୀ ପାର୍‌ ପାଇଁ ପାଗ ଭିଡ଼ିଲା ବିଜେପି।

୧୮-୨୯ ତାରିଖରେ କଂଗ୍ରେସ କରିବ ଓଡ଼ିଶା ବଞ୍ଚାଅ ସମାବେଶ। ଲୋୟର ପିଏମଜିରେ ଶକ୍ତି ପଦର୍ଶନ କରିବ ଦଳ। ଯୋଗଦେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

୧୯-ମମତାଙ୍କ ପଶ୍ଚିମବଙ୍ଗରେ ଅଡ଼ୁଆରେ କଂଗ୍ରେସ, ରାହୁଲଙ୍କ ରାଲିକୁ ମିଳିଲାନି ଅନୁମତି।

୨୦-କଲିକତା ହାଇକୋର୍ଟରେ ବିଚାରପତି ବିବାଦ – ସମସ୍ତ ନିଷ୍ପତ୍ତି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ।

୨୧-ବିହାରରେ ରାଜନୈତିକ ହଟଚମଟ ଜାରି। ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିଜେପି ସହ ମିଶି ଗଢିବେ ନୂଆ ସରକାର।

୨୨-ଇତିହାସ ରଚିଲେ ରୋହନ ବୋପନ୍ନା; ୪୩ ବର୍ଷରେ ଅଷ୍ଟ୍ରେଲିୟାନ୍ ଓପନ୍ ଚାମ୍ପିଅନ୍।

୨୩-ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ୮୩.୩ ମିଲିୟନ ଡଲାର ଜୋରିମାନା।

ଶୁଭ ସକାଳ, ଜୟ ଜଗନ୍ନାଥ।🙏

Leave A Reply

Your email address will not be published.