ଖବର ଆଜିର…ତାରିଖ ୩୦/୦୧/୨୪, ମଙ୍ଗଳବାର
୧-ଗଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଥମ ସ୍ଥାନ ପାଇଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼।
୨-ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ । ମୋବାଇଲରୁ ଦୂରେଇ ରହିବା, ଫିଟନେସ୍ ପ୍ରତି ଦୃଷ୍ଟି ଦେବାକୁ କହିଲେ ମୋଦୀ।
୩-୫ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ଆଦିବାସୀଙ୍କ ଜମି ବିକ୍ରି ନିୟମ ପ୍ରତ୍ୟାହୃତ।
୪-ବିଜେଡିରେ ମିଶିଲେ ଯାତ୍ରା କଳାକାର । ଦୈତାରୀ ପଣ୍ଡା, ବାପି ପଣ୍ଡାଙ୍କ ସମେତ ଦଳରେ ସାମିଲ ହେଲେ ୩୦୦ କଳାକାର।
୫-ଗାଁ ଭୋଟ ଉପରେ ବିଜେପିର ନଜର । ବିଜେପି ଆରମ୍ଭ କରିବ ଗାଁକୁ ଚାଲ ଅଭିଯାନ । ଫେବୃଆରୀ ୯ ତାରିଖରୁ ୧୧ ତାରିଖ ଯାଏଁ ଚାଲିବ କାର୍ଯ୍ୟକ୍ରମ।
୬-ତ୍ୟାଗ ଦିବସ:ଆଜି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨ ମିନିଟ୍ ନିରବ ପ୍ରାର୍ଥନା।
୭-ଆହୁରି ସପ୍ତାହ ଯାଏଁ କୁହୁଡି ସମ୍ଭାବନା ; ବିଳମ୍ବରେ ଚାଲୁଛି ଟ୍ରେନ୍,ବିମାନ ବାତିଲ।
୮-ଶିକ୍ଷା, ସ୍ବାସ୍ଥ୍ୟ ଓ ଉଲ୍ଲେଖନୀୟ ସମାଜ ସେବା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ ମଦର ଟେରେସା ଇଣ୍ଟରନେସନାଲ ସମ୍ମାନ ପ୍ରଦାନ।
୯-ପୁରୀ:ଭକ୍ତ ବୁଲିବେ ପରିକ୍ରମା ମାର୍ଗ । ପ୍ରଥମ ଦିନରେ ଦଶ ହଜାର କଲେ ଜଗା ଦର୍ଶନ।
୧୦-୫ -ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ପଞ୍ଚମ ଦିନ, ୫ଟି ଜିଲାର ୩୪୩ଟି ସ୍କୁଲ ଲୋକାର୍ପିତ।
୧୧-ଓଡ଼ିଶା ବଞ୍ଚାଅ ସମାବେଶରେ ବର୍ଷିଲେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ । କହିଲେ, ବିଜେଡି-ବିଜେପି ଭିତରେ ହେଇଛି ଲଭ୍ ମ୍ୟାରେଜ୍ । ଓଡ଼ିଶାରେ ଯାହାବି ହୋଇଛି କଂଗ୍ରେସ ସମୟରେ।
୧୨-ଓଡ଼ିଆ ସୀମାଶୁଳ୍କ ଅଧିକାରୀ। ସୁଶାନ୍ତ ମିଶ୍ରଙ୍କୁ ମିଳିଲା ସମ୍ମାନଜନକ ବିଶ୍ୱ ସୀମାଶୁଳ୍କ ଶ୍ରେଷ୍ଠତା ପ୍ରମାଣପତ୍ର।
୧୩-ଲାଗୁ ହେବ ନାଗରିକ ସଂଶୋଧନ ଆଇନ, କେନ୍ଦ୍ରାପଡ଼ାରେ ଅଛନ୍ତି ୧୫୫୧ ବାଂଲାଦେଶୀ।
୧୪-ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୧ ବର୍ଷ । ଶ୍ରଦ୍ଧାବାର୍ଷିକୀରେ ଝାରସୁୁଗୁଡ଼ାରେ ପ୍ରତିମୂର୍ତି ଉନ୍ମୋଚିତ, ମିନି ମାରାଥନ ଆୟୋଜିତ।
୧୫-ସରକାରଙ୍କ ସହରାଞ୍ଚଳ ବିକାଶ ପରିକଳ୍ପନା କେନ୍ଦ୍ର ଠାରୁ ୧୩୩୫ କୋଟି ଋଣ ପାଇଁ ନଗର ଉନ୍ନୟନ ବିଭାଗର ପ୍ରସ୍ତାବ।
୧୬-କନ୍ଧମାଳ ଜିଲ୍ଲା ଜି ଉଦୟଗିରି ମେଡ଼ିକାଲ କ୍ୟାମ୍ପସ ପରିସରରେ କେନପିଓ ଓ କିଚେନ ସେଣ୍ଟରର ଉଦଘାଟନ କଲେ ସାଂସଦ ଡ଼ ଅଚ୍ୟୁତ ସାମନ୍ତ।
୧୭-ଭୁବନେଶ୍ୱର: ଆନ୍ଦୋଳନ ପାଇଁ ମିଳିଲାନି ଅନୁମତି, ମୁହଁରେ କଳାପଟି ବାନ୍ଧି ପ୍ରାଥମିକ ଶିକ୍ଷକଙ୍କ ପ୍ରତିବାଦ।
୧୮-ଖଣ୍ଡଗିରି କୁମ୍ଭ ମେଳା:୧୬ରୁ ଯଜ୍ଞ,୧୮ରୁ ଯାତ୍ରା ମହାସମର।
୧୯-ଭୁବନେଶ୍ୱର: ନୂଆ ପୋଲିସ କମିଶନର ଭାବେ ଦାୟୀତ୍ବ ନେଲେ ସଞ୍ଜୀବ ପଣ୍ଡା, କହିଲେ ଫୋକସରେ ରହିବ ନିର୍ବାଚନ ଆଉ ଆଇନ୍ ଶୃଙ୍ଖଳା।
୨୦-ଫେବୃଆରୀ ୨୭ରେ ରାଜ୍ୟସଭା ନିର୍ବାଚନ, ଖାଲିପଡିଛି ୫୬ଟି ଆସନ।
୨୧-ଇଞ୍ଜିନିୟରିଂରେ ଡିଗ୍ରୀ ଥିଲେ NTPC ରେ ଚାକିରି; ଅନ୍ୟାନ୍ୟ ସୁବିଧା ସହ ଦରମା ୫୫ ହଜାର,ମୋଟ୍ ୨୨୩ଟି ପଦବୀ ପୂରଣ ହେବ।
୨୨-୨୦୨୩ରେ ରେକର୍ଡ ୧୪ ଲକ୍ଷ ଭାରତୀଙ୍କୁ ଭିସା ଦେଇଛି ଆମେରିକା, ପ୍ରତି ୧୦ ଆବେଦନକାରୀଙ୍କ ମଧ୍ୟରେ ଜଣେ ଭାରତୀୟ।
. 🙏 ସୁପ୍ରଭାତ, ଗୁଡ