ନୂଆପଡ଼ା ଜିଲ୍ଲାର ଖରୀଆର ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିନପୁର ଖେଳ ପଡ଼ିଆରେ ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଜେଡି କର୍ମୀଙ୍କୁ ନେଇ ଏକ ଜନ ସମୁଦ୍ର ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ହଜାର ହଜାର ଜନ ସଂଖ୍ୟାରେ ଜନତା ଯୋଗଦାନ କରିଥିଲେ। ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ଖରୀଆର ବିଧାନସଭା ଆସନର ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲ ଏବଂ ଜିଲ୍ଲା ବିଜେଡି କର୍ମୀଙ୍କ ମହାବଳ ଯୋଗୁଁ ଆଜି ବିରାଟ ସଭା ଆୟୋଜିତ ହୋଇ ହୋଇଥିଲା। ନୂଆପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ,ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ କଳାହାଣ୍ଡି ଜିଲ୍ଲା ସଭାପତି,ନୂଆପଡ଼ା ଜିଲ୍ଲା ସଭାପତି ମନୋଜ କୁମାର ମିଶ୍ର,ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ,ଜିଲ୍ଲା ପରିଷଦ ସ୍ମୃତି ସିଂ ମାଝୀ,ଜିଲ୍ଲା।ପରିଷଦ ପୁଷ୍ପାଞ୍ଜଳି ଗୁଆଳ,ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ମନ୍ଦାକିନୀ ବଘେଲ,ଆଇନଜୀବୀ ଯୋଗେନ୍ଦ୍ର ନାଥ ମାଝୀ,ଆଇନ ଜୀବୀ ଗୌତମ ନିଆଳ,ସରପଞ୍ଚ ସରିତା ନିଆଲ,ମୁକ୍ତା ରାଉତ,ଶେଫାଳୀ ସଲମା,ଜିଲ୍ଲା ନେତ୍ରୀ ସରସ୍ଵତୀ ବାଗ,ମିନତୀ କାଣ୍ଡ,ଲୋକନାଥ ଛତ୍ରିଆ ସମେତ ଦଳର ବିଭିନ୍ନ ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ଅଧ୍ୟକ୍ଷ ପାଣ୍ଡିଆନ ମୁଖ୍ୟ ମନ୍ତ୍ରୀ କରିଥିବା ଲୋକ ହିତକାରୀ ଅନେକ ଯୋଜନା ଉପରେ ଆଲୋକପାତ କରାଇ ସର୍ବସାଧାରଣ ପାଇଥିବା ଲାଭ କେତେ ପରିମାଣରେ ଠିକ୍ ତାହା ପଚାରି ବୁଝିଥିଲେ। ରାସ୍ତା,ଶିକ୍ଷା,ସ୍ବାସ୍ଥ୍ୟ,ଗମନା ଗମନ ପାଇଁ ଲକ୍ଷ୍ମୀ ବସ,ସ୍କୁଲ ପିଲାଙ୍କ ପାଇଁ ମୁକ୍ତ ଶିକ୍ଷାଦାନ,ସ୍ବାସ୍ଥ୍ୟ କାର୍ଡ,ପେନସନ,ବିଭିନ୍ନ ମନ୍ଦିର ପ୍ରତି ଅନୁଦାନ,ପତାଲଗଙ୍ଗାର ଉନ୍ନତିକରଣ,ଜଳସେଚନ ପାଇଁ ତିଖାଲି ଓ ଉଠା ଜଳସେଚନ ପ୍ରକଳ୍ପ,ଶ୍ରୀଜଗନ୍ନାଥ ଲୋକାର୍ପଣ,ଭତ୍ତା ବୃଦ୍ଧି,ମହିଳା ସଶକ୍ତିକରଣ,ଶୁନ ସୁଧ ହରରେ ଋଣ ପ୍ରଦାନ,ଦରମା ବୃଦ୍ଧି ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରି ପ୍ରିୟ ମୁଖ୍ୟ ମନ୍ତ୍ରୀଙ୍କ ଗୁଣ ଗାନ କରିବା ସହିତ ପୁନର୍ବାର ସରକାର ଗଠନରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।