ଜଳେଶ୍ଵର : ବାଲେଶ୍ୱର ବିଜେପି କାର୍ଯ୍ୟାଳୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି, ଆଦର୍ଶ ତଥା ବିକାଶକୁ ପାଥେୟ କରି ଓ ବାଲେଶ୍ୱରର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବଳିଷ୍ଠ ନେତୃତ୍ୱ ଆଧାରରେ ବିଜେପି ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀଙ୍କ ଉପସ୍ଥିତିରେ ଜଳେଶ୍ୱର ସହରର ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ଅମଲ ମଣ୍ଡଳ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଅଛନ୍ତି l ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲା ଉପସଭାପତି ପ୍ରବୀର ପ୍ରଧାନ, ବ୍ଲକ ସାଂସଦଙ୍କ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ,ଯୁବନେତା ସିଦ୍ଧାର୍ଥ ଶଙ୍କର ପାଳ, ପରମାନନ୍ଦ ମହାପାତ୍ର, ମଣ୍ଡଳ ସଭାପତି ତରୁଣ ପଟ୍ଟନାୟକ, ବିଶ୍ଵରୂପ ଦାସ, ତପନ ବିଶ୍ୱାଳ, ବିଜୟ ସାମଲ, କାଉନସିଲର ଚନ୍ଦନ ଦାସ, ବରେନ୍ଦ୍ର ପରିଡ଼ା, ଅଞ୍ଜନ ଦାସ ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ l