ଖବର ଆଜିର…ତାରିଖ ୦୪/୦୨/୨୪, ରବିବାର
୧-ଭୁବନେଶ୍ୱର: ଗାଁ ଠୁ ବିଦେଶ ସବୁଠି ଗୁଞ୍ଜିରିତ ହେଲା ବନ୍ଦେ ଉତ୍କଳଜନନୀ। ଶୁଭିଲା ଉତ୍କଳର ଜୟ ଜୟକାର।
୨-ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍ଘାଟିତ, ଆରମ୍ଭ ହେଲା ଓଡିଆ ଭାଷାର ଉଲ୍ଲାସର ପର୍ବ।
୩-ଭୁବନେଶ୍ୱର:ଆସନ୍ତାକାଲିଠୁ ବିଧାନ ସଭା,ଆଜି ବସିବ ସର୍ବଦଳୀୟ ବୈଠକ।
୪-ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦିଆଯିବ ଭାରତ ରତ୍ନ ସମ୍ମାନ । ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଲେ ସୂଚନା।
୫-ସମ୍ବଲପୁର:ଲୋକାର୍ପିତ ହୋଇଛି ଆଇଆଇଏମର ସ୍ଥାୟୀ କ୍ୟାମ୍ପସ । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ୩ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନୂଆ କ୍ୟାମ୍ପସର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ।
୬-ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନ, ସମ୍ବର୍ଦ୍ଧିତ ହେଲେ ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ଆର୍ଲୋ ଗ୍ରୀଫିଥ୍।
୭-ଭୁବନେଶ୍ୱର:ବଦଳିଲେ ୧୨ ପୁଲିସ ଅଧିକାରୀ,କଟକ ଗଲେ ସହିଦନଗର ଥାନା IIC ।
୮-ତିଗିରିଆ:ବଡଭାଇର ବାହାଘର ସାରି ଫେରୁଥିବା ବେଳେ ଚାଲିଗଲା ସାନ ଭାଇର ଜୀବନ । କାନ୍ଥରେ ପିଟି ହେଲା କାର, ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ।
୯-ମାଟ୍ରିକ ପରୀକ୍ଷା; କପି ରୋକିବାକୁ କଡ଼ା ବ୍ୟବସ୍ଥା ! ଦେଢ଼ ଘଣ୍ଟା ପୂର୍ବରୁ ହଲକୁ ଏଣ୍ଟ୍ରି କରିବେ ପିଲା।
୧୦-କିସ୍ ବିଶ୍ବବିଦ୍ୟାଳୟରେ ୪୦ ହଜାର ଛାତ୍ରଛାତ୍ରୀ ଗାନ କଲେ ବନ୍ଦେ ଉତ୍କଳଜନନୀ।
୧୧-ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ପାଇଁ ଉଚ୍ଚଶିକ୍ଷା ବିଭାଗର ନୂଆ ନିଷ୍ପତି । ଠିକା ନିଯୁକ୍ତି ନେଇ ପାଠ ପଢାଇବେ ଅବସରପ୍ରାପ୍ତ ପ୍ରଫେସର।
୧୨-ପୁରୀ: ଅର୍ପଣ ରଥରୁ ସଂଗୃହିତ ଚାଉଳରୁ ପ୍ରସ୍ତୁତ ହେବ କାନିକା ଓ ଖେଚୁଡ଼ି, ମାଗଣାରେ କରାଯିବ ବଣ୍ଟନ।
୧୩-ସୁନ୍ଦରଗଡ:ନକଲି ସିବିଆଇ ଅଧିକାରୀ ଗିରଫ, ଚାକିରି ଦେବା ନାଁରେ ଯୁବତୀଙ୍କଠୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା।
୧୪-ସମ୍ବଲପୁର ଗ୍ୟାରେଣ୍ଟି ସମାବେଶରେ ମୋଦିଙ୍କ ଗ୍ୟାରେଣ୍ଟି, ‘ଯାହାର କେହି ନାହିଁ, ତା ପାଖରେ ମୋଦି ଅଛି’।
୧୫-ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠାକୁ ୧୧ ଦିନ, କଲେକ୍ସନ ହେଲାଣି ୧୧ କୋଟି ଦାନ।
୧୬-ଜୀବିତ ଅଛନ୍ତି ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନାହାନ୍ତି ସର୍ଭାଇକାଲ କ୍ୟାନସରରେ ପୀଡିତ, ମୃତ୍ୟୁ ନେଇ ଚାଲିଥିଲା ଚର୍ଚ୍ଚା।
୧୭-ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ନୌସେନା, ଆଇଏନଏସ ସନ୍ଧାୟକ ସାମିଲ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସର୍ଭିଲାନ୍ସ ଯୁଦ୍ଧ ଜାହାଜ।
୧୮-ନୂଆ ଦିଲ୍ଲୀ:ଖାଉଟିଙ୍କୁ ମିଳିବ ଆଶ୍ୱସ୍ତି, ୨୯ ଟଙ୍କାରେ ଶସ୍ତା ଚାଉଳ ଯୋଗାଇବେ ସରକାର।
୧୯-୬.୭% ହାରରେ ଦୌଡ଼ିବ ଦେଶର ଅର୍ଥନୀତି, ୨୦୩୧ ପର୍ଯ୍ୟନ୍ତ ନାହିଁ କୌଣସି ବାଧା: ରିପୋର୍ଟ।
୨୦-ନୂଆଦିଲ୍ଲୀ: ୫ ସମନ ପରେ ବି ହାଜର ହେଲେନି କେଜରିଓ୍ଵାଲ, କୋର୍ଟଙ୍କ ଦ୍ଵାରସ୍ଥ ହେଲା ED।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏