ଭଲ ମଣିଷ ହେବା ପାଇଁ ଗୁରୁଙ୍କ ଆର୍ଶୀବାଦ ଜରୁରୀ   

ରାଜନଗର-ତା-୦୩/୦୨/୨୪ ରିଖ ଗତକାଲି ଓସ୍ତିଆ ବନ୍ଧପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟର ବିଦାୟକାଳୀନ ସମ୍ବର୍ଦ୍ଧନା ଓ ବାର୍ଷିକ ଉତ୍ସବ -୨୦୨୪ ବିଶିଷ୍ଟ ପ୍ରାବନ୍ଧିକ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଶରତ ଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ବେଳେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସେଠୀ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ତଥା ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ରାଉତ ,ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପରିବେଶବିତ କବି ହେମନ୍ତ କୁମାର ରାଉତ ଯୋଗଦେଇ ଥିବା ବେଳେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଅନିଲ କୁମାର ବଳ, ପ୍ରାକ୍ତନ ବ୍ଲକ ସହ ଶିକ୍ଷାଧିକାରୀ ବିଜୟ କୁମାର ଜେନା ,ବିଶିଷ୍ଟ ଗାଳ୍ପିକ ପ୍ରଦୀପ କୁମାର ନାୟକ ,ବରିଷ୍ଠ ପତ୍ରକାର ଭାସ୍କର ଚନ୍ଦ୍ର ରାଉତରାୟ , ଯୁବକବି ପବିତ୍ର ବ୍ରହ୍ମପୁତ୍ର ନାୟକ , 

ଶିକ୍ଷାବିତ ଗୌରାଙ୍ଗ ଚରଣ ସାହୁ ,ଶିକ୍ଷାବିତ ନରେଶ ଚନ୍ଦ୍ର ଚୌଧୁରୀ, ପ୍ରାକ୍ତନ ପ୍ରଧାନଶିକ୍ଷକ ଜୟରାମ ପାତ୍ର ,ଶିକ୍ଷାବିତ ପ୍ରସନ୍ନ କୁମାର ଦାସ, ଭାଗବତ ପ୍ରଧାନ ,କପିଳସ ବଳ, ଗୌରାଙ୍ଗ ଚରଣ ସ୍ୱାଇଁ ,ସମାଜସେବୀ ଅକ୍ଷୟ କୁମାର ନାୟକ, ଯୁବସମାଜସେବୀ ବୈବ୍ରତ ନାରାୟଣ ବିଶ୍ୱାଳ ,ନାଏବ ସରପଂଚ ସର୍ବେଶ୍ୱର ବଳ,ପରିଚାଳନା କମିଟି ସଭାପତି ଧିରେନ ବିଶ୍ୱାଳ ,ପୁରାତନ ଛାତ୍ର ସଂସଦ ସଭାପତି ତନୁଜ କୁମାର ସାହୁ ପ୍ରମୁଖ ଅତିଥିଭାବେ ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଜୀବନରେ ଭଲ ମଣିଷ ହେବାକୁ ହେଲେ ଗୁରୁଙ୍କ ଆର୍ଶୀବାଦ ନିତାନ୍ତ ଜରୁରୀ ।ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୁରୁଙ୍କ  ପ୍ରତି ଭକ୍ତିଭାବ  ପ୍ରଦର୍ଶନ କରି ତାଙ୍କର ଆର୍ଶୀବାଦ ପାଇବା ପାଇଁ ଚେଷ୍ଟା କରିବା ଉଚିତ। ଶିକ୍ଷାବିତ ସୁଶାନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷକ ନିରାକାର ସେଠୀ ସ୍ୱାଗତ ଅଭିଭାଷଣ ଦେଇଥିଲେ ଓ  ଶିକ୍ଷୟିତ୍ରୀ କଳ୍ପନା ଦାସ ବାର୍ଷିକ ବିବରଣୀ ପାଠ  କରିଥିଲେ ।ଏଇ ଅବସରରେ ଆଳି ମଣ୍ଡଳ ଶିକ୍ଷାଧିକାରୀ ନଳିନୀ ରଞ୍ଜନ ରାଉତରାୟ ଓ ପ୍ରାକ୍ତନ ଶିକ୍ଷକ ସୁବାଷ ଚନ୍ଦ୍ର ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସତ୍ୟନାରାୟଣ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମକୁ କମିଟି ସଦସ୍ୟ କିଶୋର ଚନ୍ଦ୍ର ବରାଳ ,ବସନ୍ତ କୁମାର ପ୍ରଧାନ, ଧରଣୀଧର ସେଠୀ, ମମତା ବଳ ,ଅଞ୍ଜଳି ସାହୁ ,ସେବତୀ ପରିଡା ,ଶିକ୍ଷୟିତ୍ରୀ ସବିତା ମିଶ୍ର ,ମନସ୍ୱିନୀ ରଥ ,ଶ୍ରଦ୍ଧାଞ୍ଜଳି ଦାଶ , ପଦ୍ମଲୋଚନ ସ୍ୱାଇଁ, ଅଭିଲିପ୍ସା ଦାଶ ,ପ୍ରଲ୍ୟ କୁମାର ମଲ୍ଲିକ, ରାଜେଶ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।ଶିକ୍ଷୟିତ୍ରୀ ଉର୍ମିଳା ପରିଡା ଓ ତାରିଣୀ ପ୍ରିୟଦର୍ଶନୀ ବେଡ଼ ମନ୍ତ୍ର ପାଠ କରିଥିଲେ ।ଚଳିତ ବର୍ଷ ଚମ୍ପିୟନ କପ ସବ-ଜୁନିୟର -ଆହୁତି ସେଠୀ

ଜୁନିଅର-ଅରଦୀପ ନାୟକ

ସିନିଅର-ଅପର୍ଣ୍ଣା ନାୟକ ବରେଣ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।

Leave A Reply

Your email address will not be published.