ଖବର ସାରାଂଶ…ତାରିଖ ୦୬-୦୨-୨୦୨୪/ମଙ୍ଗଳବାର

୧-ଆରମ୍ଭ ହେଲା ଷୋଡଶ ବିଧାନସଭାର ଶେଷ ଅଧିବେଶନ । ଗୃହରେ ନିଜ ଅଭିଭାଷଣରେ ପୁରୀ ପରିକ୍ରମା ପ୍ରକଳ୍ପକୁ ପ୍ରଶଂସା କଲେ ରାଜ୍ୟପାଳ ରଘୁବର ଦାସ ।

୨-ତିନି ଦିନ ଧରି ଚାଲିଥିବା ଓଡିଆ ଭାଷା ମହାକୁମ୍ଭ ସମାପ୍ତ, ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଯାପିତ।

୩-ମୁଖ୍ୟମନ୍ତ୍ରୀଙ୍କ ଘୋଷଣା – ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ।

୪-ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମର ସମୟସୀମା ଆଉ ୩ ଦିନ ବଢିଲା, ଫେବୃଆରୀ ୮ ପର୍ଯ୍ୟନ୍ତ ମିଳିବ ପରିଦର୍ଶନ ସୁଯୋଗ।

୫-ଭୁବନେଶ୍ୱର: ସରକାରଙ୍କ ଉପରେ ଟାଟାର ୭୨.୨୯ କୋଟି ବିଦ୍ୟୁତ୍ ବିଲ୍ ବାକି।

୬-ବୌଦ୍ଧ ଭୈରବୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ, ନେଇଗଲେ ହନୁମାନଙ୍କ ଗଦା।

୭-୨୦୨୪ରୁ ୨୦୨୯ ମଧ୍ୟରେ ଗେମ୍ ଚେଞ୍ଜର ହେବ ଓଡ଼ିଶା:ଫାଇଭ୍ ଟି ଅଧକ୍ଷ।

୮-ଆକର୍ଷଣୀୟ ପୁରସ୍କାର ରାଶି ଏବଂ ୨୫ କୋଟିର ସ୍କଲାରସିପ୍ , ଛାତ୍ରଛାତ୍ରୀମାନଙ୍କର ପ୍ରବଳ ଆଗ୍ରହ ଯୋଗୁଁ ବଢ଼ିଲା ଆବେଦନ ଅବଧି: ଯୋଗାଯୋଗ କରନ୍ତୁ: 7978083673,9090 040315, https://olympiads.kiit.ac.in,

୯-ପେଟିଏମ ଓ ତାହାର ବ୍ୟାଙ୍କ ଶାଖା ବିରୋଧରେ EDର ତଦନ୍ତ ଆରମ୍ଭ।

୧୦-ବାବା ସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲ ଭାବେ ପରିଚିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ।

୧୧-ରାଲି, ନିର୍ବାଚନୀ ପ୍ରଚାରରେ ବ୍ୟବହାର ହେବେନି ଛୋଟ ପିଲା । ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗଙ୍କ କଡା ନିର୍ଦ୍ଦେଶ।

୧୨-ନୂଆପଡା:ଲାଞ୍ଚ ନେଇ ଧରା ପଡ଼ିଲେ ରେଭେନ୍ୟୁ ସୁପରଭାଇଜର, ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ।

୧୩-କୋରାପୁଟ:ଘାଟିରେ ଓଲଟିଲା ସାର ବୋଝେଇ ପିକ୍‌ଅପ୍‌, ୫ ଗୁରୁତର।

୧୪-ଭାରତ ଯୋଡ ନ୍ୟାୟ ଯାତ୍ରା ଆଜି ଝାଡ଼ଖଣ୍ଡ ଦେଇ ଓଡ଼ିଶା ପହଞ୍ଚିବ।

୧୫-ବହୁମତ ପ୍ରମାଣିତ କଲେ ଚମ୍ପାଇ ସୋରେନ, ସରକାରଙ୍କ ସମର୍ଥନରେ ୪୭ ଭୋଟ,ବିପକ୍ଷରେ ପଡିଲା ମାତ୍ର ୨୯ ଭୋଟ।

୧୬-୨ୟ ଟେଷ୍ଟରେ ଭାରତର ବୃହତ୍‌ ବିଜୟ; ୨୯୨ରେ ଅଲ୍‌ ଆଉଟ୍ ଇଂଲଣ୍ଡ।

୧୭-ଆଉ ହେବନି ପ୍ରବେଶିକା ପରୀକ୍ଷାରେ ଅନିୟମିତତା, ଲୋକସଭାରେ ଆଗତ ହେଲା ନୂଆ ବିଲ୍।

୧୮-ସଂସଦରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି,କହିଲେ NDA ୪ଶହ ସିଟ୍ ରେ ଜିତିବ।

୧୯-ନୂଆ ଦିଲ୍ଲୀ: ପାନ୍- ଆଧାର ସଂଯୋଗରେ ବିଳମ୍ବ,୬୦୦ କୋଟି ଟଙ୍କା ଜରିମାନା ଆଦାୟ।

୨୦-ଋଷ ଠାରୁ ତୈଳ ଆମଦାନୀ ହ୍ରାସ କଲା ଭାରତ; ବର୍ଷକରେ ସର୍ବନିମ୍ନ ସ୍ତରକୁ ଖସିଲା।

ଶୁଭ ସକାଳ, ଜୟ ଜଗନ୍ନାଥ। 🙏

Leave A Reply

Your email address will not be published.