ବାଲ୍ୟ ବିବାହ ଆଇନକୁ ଖୁଲମ ଖୁଲା ଉଲ୍ଲଂଘନ

ବାଲିଆପାଳ, (ନ.ନ୍ଯୁ.ସ.) ବାଲେଶ୍ବର ଜିଲ୍ଳା ବାଲିଆପାଳ ବ୍ଲକ ଅନ୍ତର୍ଗତ ଦେଭୋଗ ପଞ୍ଚାୟତର ଦେଭୋଗ ସ୍ନେହ ସାଗର ମେସରୁ ମଙ୍ଗଳବାର ପୂର୍ବାହ୍ନ ରେ ଜଣେ ବିବାହିତା ନାବାଳିକାକୁ ବାଲିଆପାଳ ପୋଲିସ ଉଦ୍ଧାର କରି ଥାନାକୁ ନେଇଥିବାର ସୂଚନା ମିଳିଛି। ସୂଚନା ମୁତାବକ ବାଲିଆପାଳ ବ୍ଲକର ଜଣେ ନାବାଳିକାକୁ ପରିବାର ଲୋକଙ୍କ ସହମତିରେ ଜଣେ ଦଲାଲ କମ୍ଭାରୀ  ଗ୍ରାମର ଦାମୋଦର ଦଳାଇ ଵିଵାହ କରାଇ ଦେଇଥିଲେ। ଉଭୟ ଵିଵାହ କରି ସ୍ନେହସାଗର ମେସରେ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ମହିଳା ମାନଙ୍କ ସହାୟତାରେ ପୋଲିସ   ନାବାଳିକାକୁ ଉଦ୍ଧାର କରିବା ସହିତ ଦଲାଲ ଓ ନାବାଳିକାର ସ୍ବାମୀକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି। କୁମ୍ଭାରୀ  ଗ୍ରାମର ଦାମୋଦର ପୂର୍ବରୁ ବିବାହ କରିଥିଲେ, କିନ୍ତୁ ତାଙ୍କର ପ୍ରଥମ ସ୍ତ୍ରୀ ତାଙ୍କୁ ଛାଡି କୁଆଡେ ଚାଲିଯିବା ପରେ ସେ ସୋମବାର ଏହି ନାବାଳିକାକୁ ଦିତୀୟ ବିବାହ  କରିଛନ୍ତୀ ବୋଲି କହିଛନ୍ତି। ମାତ୍ର ସ୍ଥାନୀୟ ଅଞ୍ଚଳର ମହିଳା ମାନେ କହନ୍ତି ନାବାଳିକା ଚୋରା ଚାଲାଣର ଏମାନେ ଜଣେ ଜଣେ ଏଜେଣ୍ଟ। ଗରିବ ବାପା ମାଆଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ନାବାଳିକା ମାନଙ୍କୁ ଵିଵାହ କରି ସୁଦୂର କଲିକତାକୁ ନେଇ ଅନୈତିକ କାର୍ଯ୍ୟରେ ଲଗାନ୍ତି। ଏହାର ସଠିକ ତଦନ୍ତ ହେଲେ ସତ୍ୟାସତ୍ୟ ଜଣାପଡିବ ବୋଲି  ସ୍ଥାନୀୟ ଓକମାନେ କହିଛନ୍ତି।

Leave A Reply

Your email address will not be published.