ଘୁମୁସର ଜିଲ୍ଲା ଦାବିରେ ବିଶାଳ ଶୋଭାଯାତ୍ରା

ଭଞ୍ଜନଗର,୦୬/୦୨ : ଭଞ୍ଜନଗର ଉପଖଣ୍ଡ କୁ ଘୁମୁସର ଜିଲ୍ଲା ର ମାନ୍ୟତା ନେଇ ଉଠୁଥିବା ଦାବି ଦିନ କୁ ଦିନ ଜୋର୍ ଧରିବାରେ ଲାଗିଛି। ଘୁମୁସର ତାଲୁକା ଅଞ୍ଚଳର ରଜକ ସମାଜ ପକ୍ଷ ରୁ ଘୁମୁସର ଜିଲ୍ଲା ଦାବି ରେ ଭଞ୍ଜନଗର ସହରରେ ମଙ୍ଗଳବାର ବିଶାଳ ଶୋଭାଯାତ୍ରା ସହ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଘୁମୁସର ରଜକ ତାଲୁକାର ୧୮ ଗୋଟି ମୁଠା ରୁ ହଜାର ହଜାର ସଂଖ୍ୟା ରେ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇ ଘୁମୁସର ଜିଲ୍ଲା ଗଠନ ଦାବିରେ ନାରା ଦେବା ସହ ପ୍ଲାକାଡ଼ ଧରି ସହର ପରିକ୍ରମା ପରେ ଉପଜିଲ୍ଲାପାଳ କାଯ୍ୟାଳୟ ପରିସର ରେ ସାଧାରଣ ସଭା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୫ଟି ଅଧ୍ୟକ୍ଷ ଗଂଜାମ ଜିଲ୍ଲାପାଳ ଥିବା ସମୟରେ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ପାଇଁ ସୁପାରିଶ କରିଥିଲେ ।

ତେଣୁ ରାଜ୍ୟ ସରକାର ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଘୋଷଣା କରିବାକୁ ସଂଘ ଅନୁରୋଧ କରିଛି। ଘୁମୁସର ରଜକ ସମାଜର ଆବାହକ ନାରାୟଣ ସେଠୀ, ସଭାପତି ଡମ୍ବରୁଧର ସେଠୀ, କାଯ୍ୟକାରୀ ସଭାପତି ରମେଶ ଚନ୍ଦ୍ର ବେହେରା, ଉପସଭାପତି ଅରୁଣ ସେଠୀ,ପ୍ରସନ୍ନ କୁମାର ସେଠୀ, ଯୋଗେନ୍ଦ୍ର ସେଠୀ, ମୋଚନ ସେଠୀ, ଘୁମୁସର ବାହିନୀ ସଦସ୍ୟ ନଚିକେତା ପ୍ରଧାନ,ନିଲୁ ବିଷୋୟୀ, ଅରକ୍ଷିତ ପରିଛା,ବିଶ୍ୱମ୍ଭର ଜେନା, ସଂଗ୍ରାମ ସମିତି ଆବାହକ ଦେବୀ ବିଷୋୟୀ, ଭଞ୍ଜ କିଶୋର ପ୍ରଧାନ, କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ,ପ୍ରକାଶ ସାହୁ ଙ୍କ ସମେତ ବିଭିନ୍ନ ସଂଘଠନ ସଦସ୍ୟ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି, ଓଡ଼ିଶାର ଏକ ବୃହତ ଉପଖଣ୍ଡ ହେଉଛି ଭଞ୍ଜନଗର। ଜିଲ୍ଲା ଗଠନ ନିମନ୍ତେ ସମସ୍ତ ପ୍ରକାରର ଭିର୍ତ୍ତିଭୂମି ଥିଲେ ସୁଦ୍ଧା ସରକାର ଏହାକୁ ଜିଲ୍ଲାର ମାନ୍ୟତା ଦେଉନାହାନ୍ତି।

ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ତିନି ଦଶନ୍ଧି ଧରି ଆନ୍ଦୋଳନ ଜାରି ରହିଛି।  ଭଞ୍ଜନଗର ଓକିଲ ସଂଘ, ଘୁମୁସର ବାହିନୀ, ଘୁମୁସର ଜିଲ୍ଲା ସଂଗ୍ରାମ ସମିତି ଓ  କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭିନ୍ନ ଭିନ୍ନ ତରିକା ରେ ଆନ୍ଦୋଳନ ଜାରି ରହିଛି। ପୂର୍ବରୁ ଭଞ୍ଜନଗର,ସୋରଡା,ଜଗନ୍ନାଥ ପ୍ରସାଦ,ବେଲଗୁଣ୍ଠା,ବୁଗୁଡା ରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ଏଥି ସହିତ ଦାବିପତ୍ର, ଚିଠିଲେଖା ଅଭିଯାନ ଏବଂ ସଚେତନତା ରଥ ପରିକ୍ରମା କାଯ୍ୟକ୍ରମ ଜାରି ରହିଛି।

Leave A Reply

Your email address will not be published.