ଅଜଣା ଜନ୍ତୁ ଆତଙ୍କ : ବାଘ ସନ୍ଦେହ ! 

ଭଞ୍ଜନଗର : ଗାଇ କୁଆଁରି ରୁ ଟାଣି ନେଇ ଗାଇକୁ ବାଘ ଖାଇଥିବା ନେଇ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ଡହ ସେକସନ୍ ର  ହାତୀଗୁଡା ଗ୍ରାମ ନିକଟରେ ଏକ ଗାଈକୁ ଜଙ୍ଗଲି ଜନ୍ତୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ବାଘ ଆକ୍ରମଣରେ ଗାଈର ମୃତ୍ୟୁ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀଗୁଡା ଗ୍ରାମ ନିକଟ ଖଇତଇଲା କେନାଲ ନିକଟରେ ଗ୍ରାମର ରାମ ଗୌଡ ନିଜ ଗାଇ ମାନଙ୍କୁ ରଖୁଥିବା ବେଳେ ନିକଟସ୍ଥ ତିଲିକି ଜଙ୍ଗଲରୁ ଏକ ବାଘ ଆସି ଗାଈକୁ ଆକ୍ରମଣ କରି ମାରି ଦେଇଥିବା ଅଭିଯୋଗ ହୋଇଛି।

ତେବେ ବାଘ ଚଳପ୍ରଚଳ ସହ ବାଘ ହିଁ ଗାଇକୁ ମାରିବା ପଛରେ ତାର କାଣ୍ଡ ହୋଇଥିବା ନେଇ ଆଖପାଖ ଇଲାକାରେ ଚର୍ଚ୍ଚା ହେଉଥିବା ବେଳେ ଏନେଇ ବନ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ଏନେଇ ବନପାଳ କହିଛନ୍ତି ଯେ,ଉକ୍ତ ସ୍ଥାନଟି ଜଙ୍ଗଲ ନିକଟବର୍ତ୍ତି ହୋଇଥିବା ବେଳେ ଗାଇର ମୃତ୍ୟୁ କିଭଳି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ। ତେନ୍ଦୁଆ କିମ୍ବା ଅନ୍ୟ କୌଣସି ବନ୍ୟଜନ୍ତୁ ଆକ୍ରମଣରେ ଗାଇର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।

ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା କହିଛନ୍ତି ଯେ,ଟ୍ରାପ୍ କ୍ୟାମେରା ଦ୍ବାରା ଏହା ବାଘ ନା ଅନ୍ୟ କିଛି ଜନ୍ତୁ ତାହା ଜଣାପଡିବ ।

Leave A Reply

Your email address will not be published.