ଛୋଟ ଛୋଟ କଅଁଳା ଶିଶୁ ଙ୍କୁ ଗପ କହି ବୁଝାଇ ସୁଝାଇ ପାଠପଢାଇବା ବଦଳରେ ମାଡ଼ ମାରି ଲହୁଲୁହାଣ କରୁଥିବା ଅଭିଯୋଗ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହିନ୍ଦୋଳ ବ୍ଳକ୍ ନବକିଶୋରପୁର ପଂଚାୟତ ଅନ୍ତର୍ଗତ ନବକିଶୋରପୁର ଗ୍ରାମରେ। ସୂଚନା ଅନୁଯାୟୀ ନବକିଶୋରପୁର ଗ୍ରାମର ଚନ୍ଦ୍ରମଣି ବେହେରା ଙ୍କ ଝିଅ ସରସ୍ବତୀ ବେହେରା ନବକିଶୋରପୁର ଗ୍ରାମର ୧ ନଂ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିକ୍ଷା ଅଧ୍ୟୟନ କରନ୍ତି। ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ସରସ୍ଵତୀ ଅଙ୍ଗନବାଡିକୁ ଶିକ୍ଷା ଅଧ୍ୟୟନ କରିବାକୁ ଯାଇଥିବାବେଳେ ଅଙ୍ଗନବାଡି କର୍ମୀ ଝରଣା ମିଶ୍ର ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ତାଙ୍କ ବାପା ଚନ୍ଦ୍ରମଣି ଅଭିଯୋଗ କରିଛନ୍ତି। ଏମିତିକି କିଶୋରୀ ମାନଙ୍କୁ ଅଣ୍ଡା ଛତୁଆ ଦେଉନଥିବାର ମଧ୍ୟ ଏକ ସାଂଘାତିକ ଅଭିଯୋଗ ଅଙ୍ଗନବାଡ଼ି କର୍ମୀ ଙ୍କ ନାମରେ ଆସିଛି। ଏ ସଂପର୍କରେ ଆମେ ଅଙ୍ଗନବାଡ଼ି କର୍ମୀ ଙ୍କ ପ୍ରତିକ୍ରିୟା ନେବାରେ ମୋ ନାମରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ବୋଲି ସଫେଇ ଦେଇଥିଲେ। ତେବେ ଘଟଣାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
ଦୀପକ କୁମାର ନାଏକ, ହିନ୍ଦୋଳ