ଖବର ଆଜିର…ତାରିଖ ୧୩/୦୨/୨୪, ମଙ୍ଗଳବାର

୧-ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ମିଳିଲା ରାଜ୍ୟସଭା ଟିକଟ।

୨-ପୁରୀ:ଦୂର ହେଲା ଦ୍ୱନ୍ଦ୍ୱ ; ଏପ୍ରିଲ ୧୪ ତାରିଖରେ ପାଳନ ହେବ ମହାବିଷୁବ ପଣା ସଂକ୍ରାନ୍ତି।

୩-ରାସନ୍ କାର୍ଡ ଥିଲେ ମିଳିବ ଦୁଇଟି ଝୋଟ ବ୍ୟାଗ୍ ଏବଂ ୧ ହଜାର ଟଙ୍କା । ଯୁବବର୍ଗଙ୍କୁ ବିନା ସୁଧରେ ମିଳିପାରିବ ୧ ଲକ୍ଷ ପର୍ଯ୍ୟନ୍ତ ଋଣ । ୧୪ଟି ବିଭାଗର ୨୭ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ।

୪-କମିଲା ଶୀତ,୧୪ରୁ ୧୬ ଯାଏଁ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା।

୫-ସୋମବାର ୫ ଜିଲ୍ଲାକୁ ଗଡିଲା ଲକ୍ଷ୍ମୀ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୬-ପୁଣି ଏମକେସିଜି ମେଡିକାଲ କ୍ୟାମ୍ପସରେ ରାଗିଂ ! ପୀଡ଼ିତ ଛାତ୍ରଙ୍କ ଟୁଇଟ୍ ପରେ କଲେଜ୍ କର୍ତ୍ତୃପକ୍ଷ ଓ ପୋଲିସ ତତ୍ପର।

୭-ଆନନ୍ଦପୁର: ଦୂଆରଶୁଣି ଗ୍ରାମରେ ପାଟିରେ ବାଣ ଫୁଟି ଶିଶୁ କନ୍ୟା ଗୁରୁତର।

୮-ପାଟଣାଗଡ଼:ପାର୍ସଲ ବୋମା ବିସ୍ଫୋରଣ ଘଟଣା, ସାକ୍ଷ୍ୟ ଦେଲେ ପ୍ରତ୍ୟେକ୍ଷଦର୍ଶୀ ରିମାରାଣୀ।

୯-ବିଜେପି ଫୋକସରେ ଓଡ଼ିଶା, ପ୍ରଚାର ପାଇଁ ଆଜିଠୁ ଓଡ଼ିଶା ଆସିବେ ବହୁ ହେଭିଓ୍ଵେଟ୍, ମୋଦୀ ଗ୍ୟାରେଣ୍ଟିକୁ ଅସ୍ତ୍ର କରିବ ଦଳ

୧୦-MV ଦେବୀ ଜାହାଜରୁ କୋକେନ ଜବତ ଘଟଣା : ଅଟକ ଜାହାଜ ରିଲିଜ ପାଇଁ ୧୧୦କୋଟି ଟଙ୍କା ସର୍ତ୍ତ ରଖିଲେ କୁଜଙ୍ଗ NDPS କୋର୍ଟ।

୧୧-ଫୁଲବାଣୀ: ଜନଜାତି ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଉଦଘାଟନ କଲେ କନ୍ଧମାଳ ସାଂସଦ ଡ଼.ଅଚ୍ଯୁତ ସାମନ୍ତ।

୧୨-କଟକ SCBରେ ବିରଳ ଅସ୍ତ୍ରୋପଚାର :୫୧ ବର୍ଷୀୟ ବ୍ୟକ୍ତିଙ୍କ ଛାତିରୁ ବାହାରିଲା ଛୁଞ୍ଚି।

୧୩-ଭୁବନେଶ୍ୱର ଖଣ୍ଡଗିରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଝିଅ ଉପରେ ଚଢିଗଲା ବସ୍ ।

୧୪-ନିବେଶକଙ୍କ ୭ ଲକ୍ଷ କୋଟି ସ୍ୱାହା, ୫୨୩ ଅଙ୍କ କମିଲା ସେନସେକ୍ସ, ୨୧୬୧୬ ସ୍ତରରେ ବନ୍ଦ ହେଲା ନିଫ୍ଟି।

୧୫-ଆନ୍ଦୋଳନ ପୂର୍ବରୁ ଚାଷୀ ସଂଘକୁ ଝଟକା । ଦିଲ୍ଲୀରେ ହୋଇପାରିବନି ବିଶାଳ ସମାବେଶ । ମାର୍ଚ୍ଚ ୧୨ ପର୍ଯନ୍ତ ଲାଗିଲା କଟକଣା।

୧୬-୧ଲକ୍ଷ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ, ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେଲା ରୋଜଗାର ମେଳା।

୧୭-ଝିଆରୀ ବିବାହରେ ଯୋଗ ଦେବା ପାଇଁ ମନୀଷ ସିସୋଦିଆଙ୍କୁ ମିଳିଲା ୩ ଦିନିଆ ଜାମିନ।

୧୮-ମହାରାଷ୍ଟ୍ର କଂଗ୍ରେସକୁ ବଡ଼ ଝଟ୍‌କା; ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚଭନ।

୧୯-ଆସ୍ଥା ଜିତିଲେ ନୀତୀଶ ସରକାର, ମିଳିଲା ୧୨୯ ସଦସ୍ୟଙ୍କ ସମର୍ଥନ।

୨୦-୧୦ଲକ୍ଷ ଲୋକଙ୍କୁ ମଙ୍ଗଳ ଗ୍ରହକୁ ନେବେ ଏଲନ ମସ୍କ, କହିଲେ- ୮ ବର୍ଷରେ ବଦଳିବ ବହୁତ କିଛି।

🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.