ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ଦାଦାଗିରି


ଗଣିଆ -(ନ ନ୍ୟୁ ସ) ଅପରାହ୍ନ ୫ଟା । ହଠାତ୍ ଦୁଇ ଜଣ. ବ୍ୟକ୍ତି ଗଣିଆ ଡାକ୍ତରଖାନା ର ଡେଲିଭରି ୱ।ଡ ରେ ପ୍ରବେଶ କଲେ । କାର୍ଯ୍ୟ ରତ ସେବିକା ବିଦ୍ୟୁପ୍ରଭା ପ୍ରଧାନ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଡ୍ୟୁଟି ରେ କିଏ ଅଛି ,ତୁମ ଅଫିସର ଙ୍କୁ ଡାକ କହିବାରୁ ସେବିକା ତାଙ୍କର ପରିଚୟ ମାଗିଥିଲେ ଓ କାମ କ’ଣ ବୋଲି ପଚାରିଥିଲେ । ବ୍ୟକ୍ତି ଦୁଇ ଜଣ ନିଜକୁ ଗଣିଆ ରେଞ୍ଜର ଓ ସେନା କର୍ମଚାରୀ  ର ପରିଚୟ ଦେଇ ଆମକୁ ଗ୍ଲୋଭସ,ଗଜ କପଡା ଓ ସାନିଟାଇଜର ଦିଅ ବୋଲି ମାଗିଥିଲେ। ଅପେକ୍ଷା କର କହିବାରୁ ଜବରଦସ୍ତ ଆଲମାରୀ ଖୋଲି ନେଇଥିଲେ। ତାଙ୍କ ବ୍ୟବହାର ରୁ ଜଣା ପଡୁଥିଲା ସେ ନିଶାସକ୍ତ ଅଛନ୍ତି । ସେବିକା ବିଦ୍ୟୁପ୍ରଭା ତୁରନ୍ତ ଏ ସମ୍ପର୍କରେ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ମଧୁ ସୁଦାନ ଦାଶ ଙ୍କୁ ଅବଗତ କରାଇଥିଲେ। ସିସିଟିଭି ଫୁଟେଜ କୁ ଆଧାର କରି ଡଃ ଦାଶ  ଦୁଇ ଜଣଙ୍କ ନାଁରେ ତୁରନ୍ତ ଗଣିଆ ଥାନା ରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଥାନାରେ ଅଟକ ରଖି କେସ ନଂ  ୩୦/୨୪  ଦଫା ୩୪୧,୨୯୪,୩୫୪,୩୫୩,୩୭୯,୫୦୬,, ୩୪  IPC ଓ ଧାରା ୩ (a) ଲଗାଇ ଅଧିକ ତଦନ୍ତ ଜାରୀ ରଖିଛି ।ଅଟକ ୨ ଜଣ ହେଲେ ତାରାକାନ୍ତ ଦାସ ବ-୪୧, କୁଜଙ୍ଗ , ଜଗତସିଂହପୁର
ଓ ସେ ବର୍ତ୍ତମାନ ଛାମୁଣ୍ଡିଆ ର କାର୍ଯ୍ୟରତ ରେଞ୍ଜର ଙ୍କ ସ୍ଵାମୀ ଓ ଆଉ ଜଣେ ହେଲେ ଛାମୁଣ୍ଡିଆ ବନ୍ୟପ୍ରାଣୀ ଅନ୍ତର୍ଗତ ପୁରୁଣାପାଣି ଫରେଷ୍ଟର ସଞ୍ଜୟ କୁମାର ରାଉତ ବୋଲି ତଦନ୍ତରୁ ଜଣାପଡ଼ିଛି। ତାରାକାନ୍ତ ଦାସ ଙ୍କୁ ଦଶପଲ୍ଲା କୋର୍ଟକୁ ପଠାଇ ଦିଆଯାଇଛି 

Leave A Reply

Your email address will not be published.