ଧାମନଗର; ଧାମନଗର ବ୍ଲକ କଂଗ୍ରେସ କମିଟି ଆନୁକୁଲ୍ୟରେ ଧୁଷୁରୀ ବଜାର ରେ ବିଜେପି ଏବଂ ବିଜେଡି ଦଳ ର ଶୁଭ ବିବାହ କାର୍ଯ୍ୟ ସମ୍ପନ୍ନ କରା ଯାଇଅଛି ।ଏଥିରେ କଂଗ୍ରେସ ଦଳର ଶତାଧିକ କର୍ମୀମାନେ ବରଯାତ୍ରୀ ସାମିଲ ହୋଇ ପ୍ରଥମେ ଧୂଷୁରୀ ବଜାର ନିକଟସ୍ତ ମା ଧୁସୁରାଶୁଣୀ ମନ୍ଦିର ବେଢ଼ାରେ ପହଞ୍ଚିଥିଲେ।ପରେ ବର ଏବଂ କନ୍ୟା ଙ୍କ ସମେତ ମା ଙ୍କୁ ପୂଜା ପାଠ କରି ବାଜା, ବାଣ ବଜାଇ ରୋଷଣି କରି ଧୂଷୁରୀ ବଜାର ପରିକ୍ରମା କରି ବଜାର ର ଶେଷ ଭାଗ ରେ ଥିବା ସଙ୍କଟ ମୋଚନ ପ୍ରଭୂ ବିର୍ ହନୁମାନ ଙ୍କ ମନ୍ଦିର ସମ୍ମୁଖ ଭାଗରେ ବ୍ରାହ୍ମଣ ଏବଂ ପୁରୋହିତ ମାନେ ବୈଦିକ ରୀତି ନିତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ । ଏହି ବିବାହ କାର୍ଯ୍ୟକୁ ଶହ ଶହ ସାଧାରଣ ଜନତା ମନଭରି ଉପଭୋଗ କରିଥିଲେ । ଏହି ଶୁଭ ବିବାହ କାର୍ଯ୍ୟ ବ୍ଲକ କଂଗ୍ରେସ ର ସଭାପତି ଆଇନଜିବୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ସମ୍ପନ୍ନ କରାଯାଇଥିଲା । ଏହି ଶୁଭ ବିବାହ ରେ ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ପିସିସି ସଦସ୍ୟ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପାଢି ଏବଂ ଯୁବ ନେତୃତ୍ଵ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା । ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ କଂଗ୍ରେସ ଦଳର ବରିଷ୍ଟ ସଙ୍ଗଠକ ଶ୍ରୀଯୁକ୍ତ ପ୍ରଭାତ କୁମାର ପଣ୍ଡା, ସନ୍ତୋଷ କୁମାର ହୋତା, ଅଜିତ୍ କୁମାର ପଣ୍ଡା, ମାନସ ରଞ୍ଜନ ସାହୁ, ବିକ୍ରମ ମହାପାତ୍ର, ହରି ହର ସାହୁ,ରବୀନ୍ଦ୍ର କୁମାର ମଲ୍ଲିକ, ଅମର କୁମାର ମହାପାତ୍ର, ଅକ୍ଷୟ କୁମାର ପଲେଇ,ସେକ୍ ଅତାବୁଲ ରହେମନ୍, ପଞ୍ଚାନନ ସାହୁ, ଚନ୍ଦନ ଦାସ, ଶ୍ରୀକାନ୍ତ କୁମାର ଜେନା,ନରେନ୍ଦ୍ର କୁମାର ବାରିକ, ନାରଣ ଚନ୍ଦ୍ର ପୁଣ୍ଟିଆ, ଇନ୍ଦ୍ରଜିତ୍ ବାରିକ ଏବଂ ଗିରିଧାରୀ ଦାସ ଙ୍କ ସମେତ କଂଗ୍ରେସ ଦଳ ର ବହୁ ସମର୍ଥକ ଏବଂ ସଙ୍ଗଠକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।