ଦେଶରେ ୧୩୧୮ଟି ,ଓଡିଶାର ୫୮ଟି ରେଳଷ୍ଟେସନର ବିକାଶ

ଭୁବନେଶ୍ୱର : ଆତ୍ମନିର୍ଭର ଭାରତ ଯୋଜନାରେ ସମଗ୍ର ଦେଶରେ ୧୩୧୮ଟି ରେଳଷ୍ଟେସନର ବିକାଶ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଏଥିରେ ଓଡିଶାର ୫୮ଟି ଷ୍ଟେସନ ରହିଛି । ରାଜ୍ୟରେ ଥିବା ଏହିସବୁ ରେଳଷ୍ଟେସନ ଗୁଡିକର ଚିହ୍ନଟ ହୋଇସାରିଛି ।

ଷ୍ଟେସନଗୁଡିକର ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ ହୋଇଥିବାବେଳେ ଏଠାରେ ଅପେକ୍ଷାଗୃହ, ଶୌଚାଳୟ, ଲିପ୍ଟ, ଏକ୍ସାଲେଟର, ପରିଷ୍କାର ପରିଚ୍ଛନ୍ନତା, ମାଗଣା ୱାଇଫାଇ, ସ୍ଥାନୀୟ ଉତ୍ପାଦନ ପାଇଁ କିଓସ୍କ ରହିବ ଯାହାକି ୱାନ ନେସନ ୱାନ ପ୍ରଡକ୍ଟ କିଓସ୍କ ନାମରେ ନିାମିତ ହେବ । ସେହିଭଳି ଯାତ୍ରୀମାନଙ୍କ ପାଇଁ ଏଠାରେ ଅତ୍ୟାଧୁନିକ ସୂଚନା ପ୍ରଦାନ ବ୍ୟବସ୍ଥା, ବୈଠକ ପାଇଁ କୋଠରୀ ଆଦି ରରହିଛି । ତେବେ ପ୍ରତ୍ୟକ ଷ୍ଟେସନର ଚାହିଦାକୁ ଦେଖି ତଦନୁଯାୟୀ ଏହିସବୁ ସୁବିଧା ଉପଲବ୍ଧ ହେବ ।

ଏହି ଆତ୍ମନିର୍ଭର ରେଳଷ୍ଟେସନ ପାଇଁ ଅତ୍ୟାଧୁନିକ କୋଠା ନିର୍ମାଣ ସହିତ ସହରର ଉଭୟ ପଟରୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା ରହିଛି । ଏଥି ସହିତ ଏହି ଷ୍ଟେସନକୁ ଦିବ୍ୟାଙ୍ଗମାନେ ଯେଭଳି ସହଜରେ ପ୍ରବେଶ କରିପାରିବେ ସେଥିପାଇଁ ବ୍ୟବସ୍ଥା କରାଯିବ । ଷ୍ଟେସନର ଏହି ସୌଧକୁ ପରିବେଶ ଅନୁକୂଳ କରାଯିବ ।

ଓଡିଶାର ଯେଉଁସବୁ ଷ୍ଟେସନଗୁଡିକୁ ଏଥିପାଇଁ ଚିହ୍ନଟ କରାଯାଇଛି ସେଥି ମଧ୍ୟରେ ଅନୁଗୁଳ, ବାଦାମପାହାଡ, ବଲାଙ୍ଗିର, ବାଲେଶ୍ୱର, ବାଲୁଗାଁ, ବଡବିଲ, ବରଗଡ ରୋଡ, ବାରିପଦା, ବରପାଲି, ବେଲପାହାଡ, ବେତନଟୀ, ଭଦ୍ରକ, ଭବାନୀପାଟଣା, ଭୁବନେଶ୍ୱର, ବିମଳାଗଡ, ବ୍ରହ୍ମପୁଣ, ବ୍ରଜରାଜନଗର, ଛତ୍ରପୁର, କଟକ, ଦାମନଯୋଡି, ଢେଙ୍କାନାଳ, ହରିଶଙ୍କର ରୋଡ୍‍, ହୀରାକୁଦ, ଯାଜପୁର-କେନ୍ଦୁଜର ରୋଡ୍‍, ଜଳେଶ୍ୱର, ଜାରୋଲି, ଜୟପୁର, ଝାରସୁଗୁଡା, ଝାରସୁଗୁଡା ରୋଡ୍‍, କଣ୍ଟାବାଞ୍ଝି, କେନ୍ଦୁଝରଗଡ, କେସିଙ୍ଗା, ଖରିଆର ରୋଡ୍‍, ଖୋରଧା ରୋଡ୍‍, କୋରାପୁଟ, ଲାଞ୍ଜିଗଡ ଟେମ୍ପୁଲ ରୋଡ୍‍, ମଞ୍ଚେଶ୍ୱର, ମେରାମୁଣ୍ଡୁଳି, ମୁନିଗୁଡା, ନିଉ ଭୁବନେଶ୍ୱର, ପାନପୋଶ, ପାରାଦୀପ୍‍, ପାରଳାଖେମୁଣ୍ଡି, ପୁରୀ, ରଘୁନାଥପୁର, ରେଢାଖୋଲ, ରାଇରଙ୍ଗପୁର, ରାଜଗାଙ୍ଗପୁର, ରାୟଗଡା, ରାଉରକେଲା, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ସିଟଇ, ସୋରୋ, ତାଳଚେର, ତାଳଚେର ରୋଡ୍‍ ଓ ଟିଟିଲାଗଡ ଜଙ୍କସନ ରହିଛି ।

ଏହିସବୁ ଷ୍ଟେସନଗୁଡିକର ରକ୍ଷଣାବେକ୍ଷଣ ଜୋନ୍‍ ୱାରୀ କରାଯିବ । ଏହିସବୁ ଜୋନ୍‍ଗୁଡିକ ହେଲା ଦକ୍ଷିଣ ପୂର୍ବ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ଏବଂ ପୂର୍ବ ତଟ ରେଳ ଜୋନ୍‍ । ତେବେ ୨୦୨୦-୨୧ ଏବଂ ୨୦୨୨-୨୩ ବର୍ଷରେ ଏ ବାବଦରେ ୫୨୨ କୋଟିରୁ ଅଧିକ ଅର୍ଥ ବ୍ୟୟ ହୋଇ ସାରିଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୧୨୦୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

Leave A Reply

Your email address will not be published.