ଖବର ଆଜିର…ତାରିଖ ୦୪/୦୩/୨୪, ସୋମବାର
୧-୩୫ ଡିଗ୍ରୀ ଉପରେ ୧୩ ସହର , ରାଜ୍ୟର ବିଭନ୍ନ ସ୍ଥାନରେ ପ୍ରବଳ ଖରା। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ।
୨-ନିର୍ମାଣ ଶ୍ରମିକଙ୍କ ପେନସନ ବୃଦ୍ଧି କଲେ ରାଜ୍ୟ ସରକାର: ୫୦୦ ପରିବର୍ତ୍ତେ ପାଇବେ ୧୦୦୦ ଟଙ୍କା।
୩-କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ରେ ନୂଆ – ଓ ଛାତ୍ରବୃତ୍ତି ପ୍ରଦାନ।୫ରୁ ମ୍ୟାଜିକ୍ କାର୍ଡ ପାଇଁ ପଞ୍ଜିକରଣ ଆରମ୍ଭ।
୪-ଭୁବନେଶ୍ୱର: ଚାଲିଛି ଦଳ ଡିଆଁ,ସବୁଠି ଛକା ପଞ୍ଜା,ମିଶ୍ରଣ ରାଜନୀତିରେ ପଛରେ ନାହିଁ କଂଗ୍ରେସ।
୫-CBSEର ବଡ଼ ପଦକ୍ଷେପ,ଏଣିକି ସବୁ ସ୍କୁଲରେ ପଢାଯିବ କୋଡିଂ ଓ ଏଆଇ (AI)ର ବ୍ୟବହାର । ଯାହାଫଳରେ ସହଜରେ ପିଲା ପାଇପାରିବେ ଚାକିରି।
୬-ଭୁବନେଶ୍ୱର:ମରିବି ଅମର ଶୁଭଜିତ୍, ୮ ଜଣଙ୍କୁ ନୂଆ ଜୀବନ ଦେବ ୮ ବର୍ଷର କୁନିପୁଅ।
୭-ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ; ଫାଇନ୍ କି ଥାନାରୁ ଜାମିନ୍ ନୁହେଁ, ସିଧା ଯିବେ ଜେଲ୍ !
୮-ଟିପିଏନଓଡିଏଲର ନୂଆ ସିଇଓ ଭାବେ ଦାୟିତ୍ୱ ଗ୍ରହଣ କଲେ ଦ୍ୱିଜଦାସ ବସକ୍ । ୩ଦଶନ୍ଧରୁ ଅଧିକ ସମୟ ଧରି ରହିଛି ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଅଭିଜ୍ଞତା।
୯-ଚଣ୍ଡିଖୋଲରେ ୧୯, ୬୦୦ କୋଟିର ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।
୧୦-କେନ୍ଦ୍ରାପଡାକୁ ଗଡିବ ଯାତ୍ରୀବାହୀ ଟ୍ରେନ୍: ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ।
୧୧-ଭୁବନେଶ୍ୱର:ନିର୍ବାଚନ ପୂର୍ବରୁ କଡ଼ା ସୁରକ୍ଷା, ପହଞ୍ଚିଲେ ୭୫ କମ୍ପାନୀ ସିଏପିଏଫ।
୧୨-ପୁରୀ:ଶ୍ରୀମନ୍ଦିରରେ ଅଣହିନ୍ଦୁ, ୯ ଅଟକ,୪ଜଣ ମନ୍ଦିରକୁ ପ୍ରବେଶ କରିଥିବାବେଳେ ଆଉ ୫ଜଣ ବାହାରେ ଥିଲେ।
୧୩-ଭୁବନେଶ୍ୱର:କୁମାରଖୁଣ୍ଟିରେ ହାତୀଙ୍କ ପାଠଶାଳା, ୬ରୁ ଆରମ୍ଭ ହେବ ପାଠପଢା।
୧୪-୫ ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ, ମାରଣାସ୍ତ୍ର ସହ ଡକାୟତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ।
୧୫-ଭବାନୀପାଟଣା,ଛତିଗୁଡ଼ା ଛକ:ବୁଲେଟ-ବୋଲେରୋ ଧକ୍କା, ୨ ମୃତ।
୧୬-ମହାକାଳପଡ଼ା:DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା।
୧୭-କଟକ ମଙ୍ଗୁଳି ଟୋଲଗେଟ୍ ନିକଟରୁ ୩୫୧ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର, ୩ ଗିରଫ।
୧୮-ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।
୧୯-UPI’ ସେବା ଆରମ୍ଭ କଲା ଫ୍ଲିପକାର୍ଟ,ଏହି ସେବା ବ୍ୟବହାର କଲେ କମ୍ପାନୀ ୟୁଜର୍ସଙ୍କୁ ସୁପରକଏନ୍, କ୍ୟାସବ୍ୟାକ୍ ଓ ବ୍ରାଣ୍ଡ ଭାଉଚର୍ ପରି ସୁବିଧା ପ୍ରଦାନ କରିବ।
୨୦-ସାମାଜିକ ଗଣମାଧ୍ୟମ ଜରିଆରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଡା. ହର୍ଷବର୍ଦ୍ଧନ।
୨୧-ଶେହବାଜ ଶରିଫ୍ ୨ୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଆଜି ଶପଥ ଗ୍ରହଣ କରିବେ।
. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏