ଖବର ଆଜିର…ତାରିଖ ୦୫/୦୩/୨୪, ମଙ୍ଗଳବାର
୧-ସରିଲା ମାଟ୍ରିକ ପରୀକ୍ଷା,ରାଜ୍ୟର ୩୦୪୭ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ୫ଲକ୍ଷ ୭୨ହଜାର ୪୭୯ଜଣ ପରୀକ୍ଷାର୍ଥୀ,୧୫ ଖାତା ଦେଖା ଆରମ୍ଭ।
୨-ଆଜି ବିଜୁ ଜୟନ୍ତୀ,ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଚାଲିବ କାର୍ଯ୍ୟକ୍ରମ।
୩-ଭୁବନେଶ୍ୱର:ରାଜ୍ୟରେ ନିଯୁକ୍ତି ପାଇବେ ୧୦ ହଜାର କନିଷ୍ଠ ଶିକ୍ଷକ।
୪-ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି।
୫-ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ:ଏୟାର ପୋର୍ଟରୁ ଗଭର୍ଣ୍ଣର ହାଉସ୍ ଯାଏଁ ୪୩ ସେକ୍ସନ ଫୋର୍ସ ମୁତୟନ।
୬-ନବୀନ ଓଡ଼ିଶା ମ୍ୟାଜିକ କାର୍ଡ, ପଞ୍ଜୀକରଣ କରନ୍ତୁ:www.magiccard.odisha.gov.in
୭-ବଢୁଥିବା ତାତିରେ ଲାଗିବ ରୋକ୍: ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ସମ୍ଭାବନା।ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡିଶାରେ ଜାରି ରହିବ ତାତି।
୮-କନ୍ଧମାଳ, ରାଇକିଆ ଦିଗି ମନ୍ଦିର ଛକ:ବିଜୁ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ସାଂସଦ ଡ଼ ଅଚ୍ୟୁତ ସାମନ୍ତ।
୯-ରାଷ୍ଟ୍ରୀୟ ସମ୍ମାନ ସହ ସତ୍ୟନଗର ମଶାଣିରେ ଶୁଭଜିତର ଶେଷକୃତ୍ୟ ସମ୍ପନ୍ନ।
୧୦-ସ୍ବଡନୀରେ ଅନୁଷ୍ଠିତ ହେବାକୁ ଥିବା ମାଷ୍ଟର୍ସ ଆଥଲେଟିକ୍ ଚାମ୍ପିଆନସିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବେ ଗଜପତିର କିଶୋର ରଥ ।
୧୧-ଭଦ୍ରକ,ବଡଶଙ୍କର ପୁର UGME :ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୨ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର, ଖାଦ୍ୟରେ ପଡ଼ିଥିଲା ଝଟିପିଟି।
୧୨-ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ହାଉଜାଉ, ପଦ୍ମ କ୍ୟାମ୍ପରେ ମିଶିବାକୁ ବି ବିଦ୍ରୋହୀ ଗହଳି।
୧୩-ଦୁଇ ବର୍ଷରେ ମାଓମୁକ୍ତ ହେବ ଓଡ଼ିଶା:BSG DIG ଧୀରେନ୍ଦ୍ର କୁମାର।
୧୪-କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା: ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ।
୧୫-ଶିମିଳିପାଳ ଅଭୟାରଣ୍ୟରେ ଖୋଲା ଗାଡ଼ିରେ ବୁଲି ବନ୍ୟଜନ୍ତୁ ଦେଖିପାରିବେ ପର୍ଯ୍ୟଟକ।
୧୬-ଏବେ ଘରେ ବସି ନିଜେ କରି ନିଅନ୍ତୁ ଆଧାରକାର୍ଡ ତ୍ରୁଟି ସଂଶୋଧନ,ମାର୍ଚ୍ଚ ୧୪ ତାରିଖ ହେଉଛି ଏହାର ଶେଷ ତାରିଖ ।
୧୭-ନୂଆଦିଲ୍ଲୀ:କେଜ୍ରିୱାଲ ସରକାର ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା।
୧୮-ମହିଳାଙ୍କୁ ମିଳିବ ମାସିକ ୧୫୦୦ ଟଙ୍କାର ପେନସନ୍; ହିମାଚଳ ସରକାରଙ୍କ ବଡ଼ ଘୋଷଣା।
୧୯-ମହାରାଷ୍ଟ୍ର,ତାଡୋବା ଉତ୍ସବ:୬୫ ହଜାର ଗଛରେ ଲେଖାଗଲା ‘ଭାରତମାତା’, ଗିନିଜ୍ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ହେଲା ସାମିଲ।
୨୦-ଲାଞ୍ଚ ମାମଲାରୁ ଖସି ପାରିବେ ନାହିଁ ସାଂସଦ, ବିଧାୟକ: ସର୍ବୋଚ୍ଚ ନ୍ୟାୟାଳୟର ଗୁରୁତ୍ୱପୂର୍ଣ୍ଣ ରାୟ।
🙏 ସୁପ୍ରଭାତ, ଗୁଡମର୍ଣିଂ 🙏