ଖବର ଆଜିର…ତାରିଖ:୧୭/୦୩/୨୪, ରବିବାର

୧-ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ । ସମସ୍ତ କାର୍ଯ୍ୟାଳୟରୁ ହଟୁଛି ହୋଡିଂ,ଲିଫଲେଟ୍, ପୋଷ୍ଟର ।

୨-ନିରପେକ୍ଷ ଓ ଅବାଧ ନିର୍ବାଚନ ଉପରେ ଜୋର ଦେଲେ ନିର୍ବାଚନ କମିସନ । ଘୃଣା ଓ ବିଭେଦ ସୃଷ୍ଟି କରୁଥିବା ଭାଷଣ ମନା, ପ୍ରଚାରରେ ସାମିଲ ହେବେନି ପିଲା।

୩-୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ମେ’ ୧୩, ୨୦, ୨୫ ଓ ଜୁନ୍ ୧ରେ ମତଦାନ କରିବେ ଓଡ଼ିଶାବାସୀ।

୪-ନିର୍ବାଚନ କମିସନଙ୍କ ପ୍ରେସମିଟ୍: ଦେଶରେ ମୋଟ ଭୋଟର ସଂଖ୍ୟା ୯୬.୮ କୋଟି, ପ୍ରଥମଥର ଭୋଟ ଦେବେ ୧.୮ କୋଟି।

୫-ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ । ୧୦.୫ ଲକ୍ଷ ପୋଲିଂ ବୁଥରେ ମତଦାନ କରିବେ ୯୭ କୋଟି ଭୋଟର।

୬-ଜୁନ୍‌ ୪ରେ ସାରା ଦେଶରେ ଭୋଟ୍‌ ଗଣତି, ଲୋକସଭା ଓ ବିଧାନସଭା ଭୋଟ୍‌ ଗଣତି।

୭-୮୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଘରେ ରହି ଭୋଟ୍ ଦେଇପାରିବେ ବୟସ୍କ ଭୋଟର।

୮-ନିର୍ବାଚନ ଆୟୋଗଙ୍କ ଘୋଷଣା: ଓଡ଼ିଶାର ୩୫ଜଣ ପ୍ରାର୍ଥୀ ଅଯୋଗ୍ୟ।

୯-ଭୁବନେଶ୍ୱର:ଶେଷ କ୍ୟାବିନେଟରେ ୭ଟି ବିଭାଗର ୧୪ଟି ପ୍ରସ୍ତାବରେ ବାଜିଲା ମୋହର । ମହାନଦୀରେ ହେବ ଆଉ ଏକ ସେତୁ, ଶକ୍ତି ବିଭାଗର ୧୮୪୫ କୋଟି ୭୬ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ।

୧୦-ଆସନ୍ତା ୧୮ରୁ କଟକ ୟୁନିୟନ କ୍ଲବ ପଡ଼ିଆରେ ତକ୍ଷକ-୨ ବାଣିଜ୍ୟ ଓ ଶିଳ୍ପ ପ୍ରଦର୍ଶନୀ, ଭାଗ ନେବେ ହଜାରେ ବିଜନେସ୍ ପ୍ରମୋଟର।

୧୧-ପଟ୍ଟାମୁଣ୍ଡାଇ,ବିଲିକଣା ଗାଁ: ଭୋଜି ଖାଇ ୪୦ ଅସୁସ୍ଥ,୧୬ ଚିକିତ୍ସାଧୀନ।

୧୨-କିଟ୍ ଓ କିସ୍ ପରିଦର୍ଶନ କଲେ ହାଭାର୍ଡ – ଇଣ୍ଡିଆର ୪୦ ଜଣିଆ ପ୍ରତିନିଧି ମଣ୍ଡଳୀ।

୧୩-ବିଜେପି କୋର କମିଟି ବୈଠକ:ଦାଗୀ, ଦୁର୍ନୀତିଗ୍ରସ୍ତଙ୍କୁ ମିଳିବନି ଟିକଟ।

୧୪-ନୀଳଗିରି:ରିଲ୍ ଧରାଇଦେଲା ଚୋରି ସ୍କୁଟି, ବାନ୍ଧି ନିର୍ଧୁମ ଛେଚିଲେ ଲୋକ।

୧୫-ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୂଆ ବ୍ୟବସ୍ଥା: ମାଟ୍ରିକ ରେଜଲ୍ଟ ବାହାରିବାର ୭ ଦିନ ଭିତରେ ମିଳିବ ସାର୍ଟିଫିକେଟ।

୧୬-ବଡ଼ବିଲ:ବସ୍- ଟ୍ରେଲର ମୁହାଁମୁହିଁ ଧକ୍କା , ୧୦ରୁ ଅଧିକ ଯାତ୍ରୀ ଆହତ।

୧୭-ରାଜ୍ୟସ୍ତରୀୟ ଓଡ଼ିଶା ସ୍କିଲ୍ସ୍ ପ୍ରତିଯୋଗିତା:୪୫ଟି ଦକ୍ଷତାରେ ପ୍ରତିଭା ଦେଖାଇଲେ ୮୦୦ ଅଧିକ ଛାତ୍ରଛାତ୍ରୀ।

୧୮-ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି ମେ’ ୨ ପର୍ଯ୍ୟନ୍ତ ସ୍ଥଗିତ।

୧୯-ବିଜେପିରେ ସାମିଲ ହେଲେ ଗାୟିକା ଅନୁରାଧା ପୌଡ଼ୱାଲ।

୨୦-ସନ୍ଦେଶଖାଲି ଇଡି ଆକ୍ରମଣ ଘଟଣା – ଶାଜାହାନ ଶେଖଙ୍କ ଭାଇଙ୍କ ସମେତ ୩ ଗିରଫ।

୨୧-କେଜ୍ରିଓ୍ଵାଲଙ୍କୁ ଗିରଫ କରିପାରିବନି ଇଡି, ଜାମିନ ପ୍ରଦାନ କଲେ କୋର୍ଟ।

୨୨-ଅକ୍ଟୋବରରେ ନାସାର ୟୁରୋପା କ୍ଲିପର ମିଶନ,ଏହି ମିଶନ ଅଧୀନରେ ବୈଜ୍ଞାନିକମାନେ ସେଠାରେ ଜୀବନର ସମ୍ଭାବନା ଅନୁସନ୍ଧାନ କରିବେ।

. 🙏 ସୁପ୍ରଭାତ, ଗୁଡମର୍ଣିଂ 🙏

Leave A Reply

Your email address will not be published.