ବାଲିପାଟଣା :ଦୀର୍ଘ ଦୁଇ ଦଶନ୍ଧି ପରେ କେନାଲ ପାଣି କୁ ଭରସା କରି ଚାଷୀ ଧାନ ରୁଆ କାମ କଲେ | ପାଣି ଆସିବ କି ନାହିଁ ଦ୍ଵନ୍ଦ ରେ ପଡି ଅନେକ ଚାଷୀ ବିଲ ପଡିଆ ପକେଇଲେ | ଆଉ କିଛି ମୁଗ ଚାଷ କରିଛନ୍ତି | ଫେବୃଆରୀ ଶେଷରେ କେନାଲ ପାଣି ମାଡିଲା | ଚାଷୀ ଉତ୍ସାହିତ ହୋଇ ଧାନ ପୋତିଲେ | ବିଲ ଚାଷ , ମଜୁରୀ , ତଳି କିଣା , ପିଡିଆ ଏବଂ ଔଷଧ ବାବଦରେ ହଜାର ହଜାର ଟଙ୍କା ଖର୍ଚ୍ଚାନ୍ତ ହେଲେ | ହେଲେ ଏବେ ଜମି ପାଣି ବିନା ଫାଟି ଆଁ କରିଛି | କିଆରୀକୁ ପାଣି ମଡ଼ାଇବା ପାଇଁ କୌଣସି ସୁବିଧା ନ ଥିବା ରୁ ଚାଷୀ ହତାସ ହୋଇଛି | ଅନ୍ୟପକ୍ଷରେ ରୁଆ ଧାନ ରେ କାଣ୍ଡ ବିନ୍ଧା ପୋକ ଲାଗି ଗଛ ଝୁଣି ଦେଉଛନ୍ତି | ପ୍ରତି ୧୫ ଦିନରେ ଔଷଧ ପକାଇ ଚାଷୀ ହତାସ ହୋଇ ପଡିଲାଣି |
କିଛି ବର୍ଷ ହେଲା ଚାଷୀ ଖରିଫ ଫସଲ ପରେ ଜମି ରେ ଡାଲି ଜାତୀୟ ଫସଲ ଚାଷ କରୁଥିଲେ | କମ ଖର୍ଚ୍ଚ ରେ ଅଧିକ ଲାଭବାନ ହେଉଥିଲେ | ଚଳିତ ବର୍ଷ କୃଷି ବିଭାଗ ଓ ଜଳ ସେଚନ ବିଭାଗ ତରଫରୁ ଜାନୁଆରୀ ରୁ ଏପ୍ରିଲ ମାସ ମଧ୍ୟରେ ପର୍ଯ୍ୟାୟ କ୍ରମେ ୬ ଥର କେନାଲ ପାଣି ଛାଡିବା ପାଇଁ ବୈଠକ ରେ ଘୋଷଣା ହେଲା | ଚାଷୀ ଧାନ ଚାଷ ପାଇଁ ପ୍ରସ୍ତୁତ ହେଲେ | କିଛି ଚାଷୀ ମୁଗ, ବିରି ବୁଣି ଦେଲେ | ବିଭିନ୍ନ କେନାଲ ଅଧୀନରେ ଥିବା ମାଇନର ଓ ଡିସଟ୍ରିବୁଟର ଅବସ୍ଥା ଶୋଚନୀୟ କାରଣ ରୁ ଅନେକ ଗହୀର ପାଣି ରୁ ବଞ୍ଚିତ ହେଲା | କିଛି ଚାଷୀ ଧାନ ଚାଷ କଲେ | ବିଲ ହଳ , ତଳି ରୁଆ , ପିଡିଆ ଏବଂ ଔଷଧ ରେ ଏକର ପିଛା ଦଶ ହଜାର ଖର୍ଚ୍ଚ କରିଛନ୍ତି | ନିମାପଡା ବ୍ରାଞ୍ଚ କେନାଲ ଅଧୀନ ଗିରିଙ୍ଗ ମାଇନର ପାଣି ଉପରେ ଭରସା କରି ସରାଟ ,, ତରବୋଇ, ବାଗଲ ପୁର,ଗୋବିନ୍ଦପୁର, କୁଳାନ୍ତିରା ବାଗିଲ୍,ଗ୍ରାମ,ଶାସନ,ଗ୍ରାମର ପ୍ରାୟ ଦୁଇ ହଜାର ଚାଷୀ ଦୁଇ ଶହ ଏକର ଧାନ ଚାଷ କରିଛନ୍ତି | ଗଛ ଚେର ବାନ୍ଧିବା ସହ ବୁଦା ବାନ୍ଧି ଯାଇଛି | ମାତ୍ର ସପ୍ତାହେ ହେବ ବିଲ ଫାଟି ଆଁ କରିଛି | ଆଖପାଖ ରେ ପାଣି ମଡାଇବା ସୁବିଧା ନାହିଁ | ଉପାୟ ହୀନ ହୋଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି | ସେହିପରି ସରାଟ ଶାସନ ମାଇନର ପାଣି କୁ ଆଶା କରି ଗଡ଼ବନ୍ତପୁର ରବିନ୍ଦ୍ର କୁମାର ଜେନା ଏବଂ ଅନ୍ୟ କିଛି ଚାଷୀଙ୍କ ଜମି ପାଣି ବିନା ଫାଟି ଆଁ କରିଥିବା ଅଭିଯୋଗ ଆସିଛି | ଅନ୍ୟପକ୍ଷରେ କୁଲନ୍ନ୍ତିରା ବାଗିଲ ଗ୍ରାମର ଅକ୍ଷୟ ଭୋଳ,ଶଙ୍କର ଭୋଳ , ଲକ୍ଷ୍ମଣ ଭୋଳ,କାର୍ତ୍ତିକ ଭୋଳ,ଅଭୟ ଭୋଳ, ବେନୁଆ ନାୟକ, ସରଜ୍ ଭୋଇ, ବିନି ଭୋଇ| କହିବା କଥା ରୁଆ ହେବା ଦେଢ଼ ମାସ ହେଲାଣି | ଗଛ ସବୁ କାଣ୍ଡ ବିନ୍ଧା ପୋକ ଶୋଷି ଯାଉଛନ୍ତି | ତେଣୁ ପ୍ରତି ୧୫ ଦିନରେ ଏକର ପିଛା ୮ ଶହ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରି ଔଷଧ ପକାଇବାକୁ ପଡୁଛି | ଧାନ ଚାଷ କରି ହତାସ ହୋଇଥିବା ଚାଷୀଙ୍କ ମୁହଁ ରୁ ଶୁଣିବାକୁ ମିଳୁଛି | ବ୍ଲକ ପ୍ରଶାସନ ପକ୍ଷରୁ ରିହାତି ଦରରେ ଓସଦ୍ଧ ଯୋଗାଇ ବାକୁ ନିର୍ଦ୍ଦେଶ ଥିଲେ ବି କିଛି ମିଳୁନି!କେନାଲ ପାଣି ଏପ୍ରିଲ ମାସ ରେ ବନ୍ଦ ହୋଇଗଲେ ଶହ ଶହ ହେକ୍ଟର ଧାନ ଗଛ ଜଳି ଯିବ ବୋଲି ଚାଷୀ ଆକଳନ କଲେଣି | ତେଣୁ ସରକାରୀ ସ୍ତରରେ ଆଲୋଚନା କରି ମେ ମାସ ଶେଷ ପର୍ଯ୍ୟନ୍ତ କେନାଲ ପାଣି ଛାଡିବାକୁ ଚାଷୀ ଦାବି କରିଛନ୍ତି ନଚେତ୍ ଆଗାମୀ ନିର୍ବାଚନ ରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି!