ଜାଲ ରସିଦରେ ଲୁଟ ହେଉଛି ବାଲି

ହାଟଡିହି ବ୍ଲକର ସରକାରୀ ଲିଜ ବାଲି ଘାଟ ରୁ ଏବେ ପରିବହନ କ୍ଷମତା ଠାରୁ ଯଥେଷ୍ଟ ଅଧିକ ପରିମାଣ ରେ ବାଲି ଲୁଟ ହେଉଥିବା ଦେଖିବାକୁ ମିଳୁଛି। ସରକାରୀ ଲିଜ ଭାବରେ ମାତ୍ର ତିନୋଟି  ବାଲି ଘାଟ ଚାଲୁ ରହିଥିବା ବେଳେ ଏକା ଧିକ ଘାଟ ଲିଜ ନଥିବା ରୁ ଲୁଚା ଣିଆ ଭାବରେ ଲୁଟ ହେଉଥିବା ଜାଲ ରସିଦ ବାହାର କରି ଚଳାଉ ଥିବା ଦେଖିବାକୁ ମିଳୁଛି। ଏଥିରେ ସରକାରୀ ଭାବରେ ରାଜସ୍ବ  ନଷ୍ଟ ହେଉଥିବା ବେଳେ ସାଧାରଣ ଲୋକ ପାଇଁ ହୋଇଥିବା ରାସ୍ତା ଗୁଡ଼ିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଲାଣି। ଯାହା ଫଳ ରେ ସରକାର ଲୋକ ଙ୍କ ପାଇଁ ପ୍ରଚଳିତ କରିଥିବା ଲକ୍ଷ୍ମୀ ବସ ଗତ କାଲି ଅଧା ରୁ ଫେରି ଥିବା ଦେଖିବାକୁ ମିଳିଛି।

ଏହି ବାଲି ଘାଟ ଗୁଡ଼ିକ ଚାଲିବା ସମୟରେ ବିଭିନ୍ନ ଗାଁ  ଲୋକେ ଏକତ୍ର ହୋଇ ରାସ୍ତା ଉପରେ ଚାନ୍ଦା ଆଦାୟରେ କରିବା ସହ ସବୁ ବେଳେ  ଗାଁ ଗାଁ ମଧ୍ୟରେ ଗଣ୍ଡଗୋଳ  ସୃଷ୍ଟି ହେଉଛି। ତେଣୁ ଆଗାମୀ ଦିନରେ ସାଧାରଣ ନିର୍ବାଚନ ରହିଥିବାରୁ ଏଭଳି ଘଟଣା ସବୁବେଳେ ଉପୁଜିବା ନେଇ ଆଶଙ୍କା ଦେଖାଯାଉଛି।

ଏଠାରେ ଥିବା ତହସିଲ ଓ ଖଣିଜ ପରିବହନ ବିଭାଗ,ପୁଲିସ ପ୍ରଶାସନ କୌଣସି ଆଖି ଦୃଷିୟା ପଦକ୍ଷେପ ନେଉ ନଥିବାରୁ ଦିନକୁ ଦିନ  ସମସ୍ୟା ବଢିବା ଆଶଙ୍କା କରାଯାଉଛି। ଯାହାକୁ ନେଇ ସାଧାରଣ ଲୋକ ଏବେ ଯାହାକୁ ଗୁହାରି କରିବେ ସେମାନେ ଏଥରେ ଜଡ଼ିତ ଥିବା ଆଲୋଚନା ହେଉଛି। ଯଦି ଜିଲ୍ଲା ପ୍ରଶାସନ ଏହି ଜାଲ ରସିଦ ଦ୍ଵାରା ପରିବହନ ଓ ରାତି ରେ ବିକ୍ରି ବାଲି ଘାଟ ଉପରେ ଚଢାଉ କରିପାରିବ ତାହାଲେ  ସରକାରୀ ରାଜସ୍ବ ହରିଲୁଟ ବନ୍ଧ ହୋଇ ପାରିବ।

Leave A Reply

Your email address will not be published.