ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ରାଜନୈତିକ ଚର୍ଚ୍ଚା

ଦଶପଲ୍ଲା :- ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଟି ୧୯୫୧ମସିହାରୁ ନିର୍ବାଚନ କ୍ଷେତ୍ରର ମାନ୍ୟତା ପାଇଥିଲା। ସାହେବ ନାୟକ,ହରି ହର କରଣ, ରୁଦ୍ର ମାଧବ ରାୟଙ୍କ ଭଳି ପୁରୁଖା ନେତା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଦେଖିଛି। ସ୍ବର୍ଗତ ହରିହର କରଣ କଂଗ୍ରେସ ର ଭାର ସମ୍ଭାଳି ଥିବା ବେଳେ ସ୍ବର୍ଗତ ରୁଦ୍ରମାଧବ ରାୟ ପ୍ରଥମେ ଜନତା ଦଳ ଚକ୍ର ଚି଼ହ୍ନ ଓ ପରେ ବି ଜେ ଡ଼ି ର ଶଙ୍ଖ ଚି଼ହ୍ନ ରୁ ପ୍ରାର୍ଥୀ ହୋଇଥିଲେ। ରାୟ ମହୋଦୟ ବିଧାୟକ ସହିତ କନ୍ଧମାଳ ସାଂସଦ ଭାବେ ଦାୟିତ୍ୱ ରେ ଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଟି ବର୍ତମାନ ବିଜେଡି ର ଗଡ଼ ଭାବେ ପରିଚିତ। ବିଗତ ଦିନରେ କାଶୀନାଥ ମଲ୍ଲିକ, ପୂର୍ଣଚନ୍ଦ୍ର ନାୟକ, ବର୍ତମାନ ବିଧାୟକ ରମେଶ ଚନ୍ଦ୍ର ବେହେରା ବିଜେଡି ର ମଙ୍ଗ ସମ୍ଭାଳିଥିଲେ। ଏଇ ତିନି ଜଣ ଙ୍କ ଶିକ୍ଷାଗତ ଯୋଗ୍ୟତା ବେଶ ଉଚ୍ଚମାନର। ବିଗତ ନିର୍ବାଚନ ରେ ରମେଶ ଚନ୍ଦ୍ର ବେହେରା ନିକଟ ପ୍ରତିଦ୍ବନ୍ଦୀ ତଥା ବିଜେଡି ଛାଡି ବି ଜେ ପି ରେ ଯୋଗ ଦେଇଥିବା ପୁର୍ଣ ଚନ୍ଦ୍ର ନାୟକଙ୍କୁ ୩୫୦୦୦ରୁ ଅଧିକ ଭୋଟ ରେ ବିଜୟୀ ହୋଇ କାର୍ଯ୍ୟ କରି ଆସୁଛନ୍ତି। ଏଥିରେ ରମେଶ ବେହେରା ୭୫୦୦୦ ଭୋଟ ପାଇଥିବା ବେଳେ ପୂର୍ଣଚନ୍ଦ୍ର ନାୟକ ୩୯୭୦୦ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ର ପ୍ରାର୍ଥୀ ପ୍ରଶାନ୍ତ କୁମାର ନାୟକ ୭୯୪୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ବର୍ତ୍ତମାନ ୨୦୨୪ ନିର୍ବାଚନ ପାଇଁ ବିଜେଡି ର ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ଅଧିକ ହୋଇଛି। ବର୍ତମାନ ର ବିଧାୟକ ରମେଶ ବେହେରା ଙ୍କ ସମେତ ଶ୍ରୀହରି ନାୟକ, ରବୀନ୍ଦ୍ର ସେଠୀ, ଗଙ୍ଗା ଧର ବେହେରା, ମାମି ନାୟକ,ପ୍ରକାଶ ନାୟକ ଟିକେଟ ଲବିରେ ଅଛନ୍ତି । ସେଇଭଳି ବି ଜେ ପି ରେ ପୂର୍ଣ୍ଣଚନ୍ଦ୍ର ନାୟକ, ମନୋଜ ବେହେରା,ରାଘବ ମଲ୍ଲୀକ, କାଶୀନାଥ ମଲିକ,ଇନ୍ଦୁମତି ନାୟକ,ପୂର୍ବତନ ଆ ଇ ଏସ ଅନନ୍ତ ଚରଣ ନାୟକ,ଙ୍କ ଭଳି ଅନେକ ଅସାୟୀ ଥିବାବେଳେ କଂଗ୍ରେସ ପାର୍ଟିର ବେଣୁଧର ନାୟକ, ପୂର୍ବତନ ପ୍ରଶାନ୍ତ ନାୟକ ଟିକେଟ ପାଇବାକୁ ପ୍ରୟାସ କରି ରଖିଛନ୍ତି। ସେହିଭଳି ସାଂସଦ ପ୍ରାର୍ଥୀ ଭାବେ ବି ଜେ ଡି ନିମନ୍ତେ କୀଟ କିମ୍ସ ପ୍ରତିଷ୍ଠାତା ଡ଼.ଅଚ୍ୟୁତ ସାମନ୍ତ ଆଶାୟୀ ଥିବାବେଳେ ବି ଜେ ପି ଦଳରୁ ଲେଖାଶ୍ରୀ ସାମନ୍ତ ସିଂହାର,ସୁକାନ୍ତ ପାଣିଗ୍ରାହୀ,ବନ ମହାନ୍ତି ଆଦି କନ୍ଧମାଳରୁ ପ୍ରାର୍ଥୀ ହେବାକୁ ଆଶାଇ ଅଛନ୍ତି। ଶୁଣିବାକୁ ମିଳୁଛି ଟାଇମ ଓଡ଼ିଆ ର ପ୍ରତିଷ୍ଠାତା ତଥା ସାମ୍ବାଦିକ କାହ୍ନା ନାୟକ ମଧ୍ୟ ବିଏସପି ଦଳ, ହାତୀ ଚି଼ହ୍ନ ରୁ ଏମ ଏଲ ଏ ପ୍ରାର୍ଥୀ ଅଛନ୍ତି। ପୁଣି ଜଣାପଡିଛି ଇଞ୍ଜିନିଅର ପ୍ରକାଶ ମଲିକ ମଧ୍ୟ ବି ଜେ ଡ଼ି ଦଳରୁ ଠିଆ ହେବାକୁ ବି ଜେ ଡ଼ି ରେ କୁଆଡେ ଲବି ଚଳାଇ ଅଛନ୍ତି। ବର୍ତମାନର ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ ଯଦି ବି ଜେ ଡ଼ି ଟିକେଟ ନ ମିଳେ ସେ ବି ଜେ ପି ରେ ମିଶି ପ୍ରାଥି ହେବା ସୁନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି ।ସେହିଭଳି ବର୍ତମାନ ସମୟରେ କେବଳ ଆକଳନ କରିବା ବ୍ୟତୀତ ରାଜନୀତି ର ଅଙ୍କକଷା ବି ଭୁଲ ପ୍ରମାଣିତ କରିଦେଇପାରେ। ଦେଖାଯାଉ ସ୍ୱଳ୍ପ ଦିନ ମଧ୍ୟରେ ସମସ୍ତ ଚିତ୍ର ଜଣାପଡ଼ିଯିବ।

Leave A Reply

Your email address will not be published.