କେନ୍ଦୁଝର,ଚମ୍ପୁଆ,ତା୧୯/୩- ଚମ୍ପୁଆ ଅନ୍ତର୍ଗତ ଚନ୍ଦ୍ରଶେଖର କଲେଜ୍ ସାମନାରେ ଥିବା ବେଆଇନ୍ ହମ୍ପସ୍ ଲାଗି ବାଇକ୍ ପଡ଼ି ଯିବାରୁ ଜଣେ ମହିଳା ଚାଷୀ ଅକାଳରେ ଜୀବନ ହାରିଛନ୍ତି। ମନଇଚ୍ଛା ହମ୍ପସ୍ ଯିଏ ପାରିଲା କଲା କୌଣସି ଚିହ୍ନ କି ରଙ୍ଗ ନାହିଁ। ହଠାତ୍ ଆସି ଜଣେ ରାସ୍ତା ଉପରେ ବନା ହୋଇଥିବା ହିଡରେ ପଡ଼ି ଜୀବନ ଦେବ। କେନ୍ଦୁଝର ସହରରେ ଏହିପରି ଅନେକ ହିଡ ରାସ୍ତା ଉପରେ ଅଛି ଜଣେ ଯୁବକ ପଡ଼ି ମରିଥିଲେ।
ଚମ୍ପୁଆ କଲେଜ୍ ନିକଟରେ ଥିବା ବେଆଇନ୍ ହମ୍ପସ୍ ଦେଖି ନପାରି ବାଇକରେ ପରିବା ନେଇ ଚମ୍ପୁଆକୁ ବିକ୍ରୀ ଲାଗି ଆସୁଥିବା ସ୍ୱାମୀ ସ୍ତ୍ରୀ ଚାଷୀ ଲକ୍ଷ୍ମୀକାନ୍ତ ମହାନ୍ତ ଓ ଚାଇନା ମହାନ୍ତ ପଡ଼ି ଯାଇଥିଲେ। ଚାଇନା ଗୁରୁତର ହେବାରୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଉକ୍ତ ଚାଷୀ ଦମ୍ପତିଙ୍କ ଘର ବାରିଆ ଥାନା ଅନ୍ତର୍ଗତ ବରାହପଶି ଗ୍ରାମରେ ବୋଲି ଜଣା ଯାଇଛି। ଖବର ପାଇ ପୋଲିସ ଆସି ଶବକୁ ବ୍ୟବଚ୍ଛେଦ ଲାଗି ପଠାଇଛି। ତେବେ ରାସ୍ତାରେ ସ୍ପିଡ୍ ବ୍ରେକର୍ ନ ଲଗାଇ ହିଡ ପରି ହମ୍ପସ୍ କରି ଲୋକଙ୍କ ଜୀବନ ନେବା ଲାଗି ଦାୟୀ କିଏ ସାଧାରଣରେ ପ୍ରଶ୍ନ ଉଠିଛି। ଏବେ ଏହି ମୃତା ଚାଷୀଙ୍କୁ ପ୍ରଶାସନ କ୍ଷତିପୂରଣ ଦେବାକୁ ଲୋକେ ଦାବି କରିଛନ୍ତି।